ତିତସ୍ 2:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି । အခန်းကိုကြည့်ပါ။ |
ବାଇମନ୍ ଆମେ ବଡ୍ପନ୍ ଅଇକରି କଇବା ଗଟେକ୍ କାତା ଆଚେ । ସେଟା ଆମେ ସତ୍ ବଲି ଜାନ୍ଲୁନି ଆରି ସେଟା ଅଇଲାନି, । ସବୁଲକର୍ଟାନେ ଆରି, ତମର୍ଟାନେ ମିସା ଆମର୍ ଚଲାଚଲ୍ତି ସୁକଲ୍ ଆରି ଦରମ୍ ଆଚେ । ଏଟା ଆମର୍ ବିବେକ୍ ସାକି ଦେଲାନି । ଲକ୍ମନର୍ ଗିଆନ୍ ଇସାବେ ଆମେ କରୁନାଇ, ମାତର୍ ପର୍ମେସରର୍ ଜିବନ୍ ଦୁକାଇଲା ବପୁର୍ ସଙ୍ଗ୍ ଏ ସବୁଜାକ କଲୁନି ।
ଏ ଜିବନର୍ ବିସଇନେଇ ଜେତ୍କି ଲକ୍ମନ୍ ସାଉକାର୍ ଅଇ ଆଚତ୍, ବିନ୍ ଲକ୍ମନର୍ଟାନେଅନି ସେମନ୍ ନିକ ବଲି ନ ବାବ୍ବାକେ ତିଆର୍ । ଦନ୍ ସଁପତି ଉପ୍ରେ ବେସି ଆସା କର୍ବାର୍ ନାଇ ବଲି ସେମନ୍କେ ସିକା । କାଇକେବଇଲେ ଡାବୁ ଦାପ୍ରେ ମାୟାଅଇଜାଇସି । ତାର୍ ବାଦୁଲେ ସେମନ୍କେ ଲଡାକେ ଲାଗ୍ବା ବିସଇ ସବୁ ଦେବାକେ ପର୍ମେସରର୍ଟାନେ ଆସା ରକ୍ବାକେ ସିକାଇଦେସ୍ । ସେ ଆକା ଆମର୍ପାଇ କାଇଟା ନ ଦେକି, ସବୁ ବିସଇ ସାର୍ଦା କର୍ବାକେ ଦେଇସି ।
କେତେ କେତେ ଲକ୍ ସାଉକାର୍ ଅଇବାକେ ଏନ୍ତି ମନ୍ କର୍ବାଇଜେ, ସେମନର୍ ଜିବନେ କାଇ ପରିକା ଆଇଲେ ମିସା ତେଇ ଅଦର୍ବାଇ । ଗଟେକ୍ ପସୁ ପାରା ପାନ୍ଦେ ଲାଗ୍ବାଇ । ଜେତ୍କି ବିସଇ ତାକର୍ପାଇ ଆରି ବିନ୍ ଲକର୍ ପାଇ କାରାପ୍ ଆରି ବିପଦ୍ ଆନ୍ସି, ସେ ସବୁ ବିସଇ କର୍ବାକେ ମନ୍ କର୍ବାଇ । ଏନ୍ତାରି ମନ୍ କର୍ବାଟା ଅଦିକ୍ ଅଦିକ୍ ବାବି, ସେମନ୍ କୁରୁପ୍ନାସ୍ ଅଇଜିବାଇ ।
କାଇକେବଇଲେ ଗଟେକ୍ ବେଲାଇ ଆମେମିସା ବକୁଆ ଲକର୍ପାରା ରଇ ପର୍ମେସରର୍ କାତା ନ ମାନିକରି, ବୁଲ୍ ବିସଇ କର୍ତେରଇଲୁ । ଆମର୍ ପାପର୍ ଗୁନ୍ଚଲନ୍ ଇସାବେ ଜେତ୍କି ସବୁ ବିସଇ ରଇଲା, ସେଟା ସବୁ ସାର୍ଦାସଙ୍ଗ୍ କର୍ତେରଇଲୁ । ବିନ୍ ଲକର୍ ତିପୁଲ୍ କାତା ଗୁଲାଇବାଟେ ବିଚିକରି ସେମନ୍କେ ଇଁସା କର୍ତେରଇଲୁ । ସେମନ୍ ଆମ୍କେ ଗିନ୍ କର୍ତେରଇଲାଇ, ଆମେମିସା ସେମନ୍କେ ଗିନ୍ କର୍ତେରଇଲୁ ।
ମାତର୍ ତମେ ନାଡାଇ ନ ଉଆସ୍ । କାଇକେବଇଲେ କିରିସ୍ଟ ତାର୍ ସୁକଲ୍ଆତ୍ମା ତମ୍କେ ଦେଇଆଚେ । ସେ ସୁକଲ୍ଆତ୍ମା ଏବେ ମିସା ତମର୍ ବିତ୍ରେ ଆଚେ । ତେବର୍ପାଇ କେ ମିସା ବିନ୍ ଲକ୍ ତମ୍କେ ସିକାଇବାକେ ଲଡାନାଇ । ସୁକଲ୍ଆତ୍ମା ତମ୍କେ ସବୁ ବିସଇର୍ ସତ୍ ସିକାଇସି । ତେଇ ସେ ଜନ୍ଟା ସିକାଇସି, ସେଟା ପୁରାପୁରୁନ୍ ସତ୍ । ତେଇ କାଇ ବୁଲ୍ ବିସଇ ନ ରଏ । ତେବର୍ପାଇ ମୁଇ ତମ୍କେ କଇଲିନି, କିରିସ୍ଟର୍ ସଙ୍ଗ୍ ମିସିରୁଆ ।