4 ଆମେ ଜେନ୍ତାରି କି ନିୟମର୍ ସବୁ ଆଦେସ୍ ମାନିକରି ରଇବୁ, ସେଟାର୍ ପାଇ ପର୍ମେସର୍ ଏନ୍ତି କଲାଆଚେ । ଆମେ ଏବେ ମୁନୁସର୍ ଚଲାଚଲ୍ତି ନ କରି ସୁକଲ୍ଆତ୍ମାର୍ ବାଟେ ଇଣ୍ଡ୍ଲେସେ ଏନ୍ତି କରିଅଇସି ।
ପର୍ମେସରର୍ ଦେକ୍ବା ଇସାବେ ସେମନ୍ ଦୁଇଲକ୍ ଜାକ ମାପ୍ରୁର୍ ସବୁ ଆଦେସ୍, ବିଦି ଇସାବେ କରତେରଇଲାଇ ।
ଜଦି ସୁନତ୍ ନ ଅଇଲା ଗଟେକ୍ ଜିଉଦି ନଇଲା ଲକ୍ ନିୟମର୍ ବିଦିବିଦାନ୍ ସବୁ ନାମ୍ତେ ରଇସି, ପରମେସର୍ ତାକେ ସୁନତ୍ ଲକ୍ ଇସାବେ ନ ଡାକେ କି ?
ଏଟାର୍ ଅରତ୍ କାଇଟା, ଏନ୍ତାରି ବିସ୍ବାସ୍ କରି ନିୟମ୍ ନସାଇଦେଉଁ କି ? ନାଇ, ଆମେ ଜଦି ଜିସୁକିରିସ୍ଟକେ ବିସ୍ବାସ୍ କର୍ବୁ ବଇଲେ, ନିୟମ୍କେ ମିସା ଡାଟ୍ କର୍ବୁ ।
ମୁଇ ତେନେ ଆଇଲାବେଲେ ତମର୍ ଚଲାଚଲ୍ତି ନିକ ଅଇରଅ । ଜେନ୍ତାରି କି ମୁଇ ତମ୍କେ ଲାଗ୍ବାକେ ନ ପଡେ । ମାତର୍ ଜନ୍ ଲକ୍ମନ୍ ଏ ଜଗତର୍ ଲକ୍ ପାରା ନିଜର୍ ମନ୍ କଲା ଇସାବେ ଗାଲାଇନି ବଲି ଆମର୍ ବିସଇନେଇ କଇଲାଇନି, ସେମନ୍କେ ଲାଗ୍ବାକେ ମୁଇ ନ ଡରି ।
ଆମେ ଏ ଜଗତେ ବଁଚ୍ଲୁନି ଏଟା ସତ୍, ମାତର୍ ଲକ୍ମନର୍ ଗିଆନ୍ ସଙ୍ଗ୍ ଜୁଜିକରି ରଉନାଇ ।
ମର୍ କଇବା କାତା ଅଇଲାନି, କେନ୍ତି ଚଲାଚଲ୍ତି କର୍ବାର୍ ସେଟା ସୁକଲ୍ଆତ୍ମା ତମ୍କେ ସିକାଅ । ସେନ୍ତି ବଇଲେ, ତମେ ଆରି ଲକର୍ ଚଲନ୍ ଆରି ଲାଲ୍ସା ବାଟେ ନ ଜାଆସ୍ ।
ମାତର୍ ଏବେ କିରିସ୍ଟ ନର୍ ରୁପ୍ ନେଇ ମଲାର୍ ପାଇ ସେ ତମ୍କେ ତାର୍ ମୁଆଟେ ସାନ୍ତି ସଙ୍ଗ୍ ଆଇବାକେ ଟିକ୍ କଲାଆଚେ । ତମେ ତାର୍ ମୁଆଟେ ଟିଆଅଇଲାବେଲେ ତମ୍କେ ପୁରାପୁରୁନ୍ ସୁକଲ୍ ଇସାବେ କାଇ ପାପ୍ ନ କରି, କାଇ ନିନ୍ଦା ନ ରଇଲା ଲକର୍ପାରା ସେ ଦେକ୍ସି ।
ପର୍ମେସରର୍ ପଣୁଆ ପିଲାମନ୍ ସାର୍ଦାସଙ୍ଗ୍ ରୁଣ୍ଡିରଇବା ଜାଗାଇ ଆମେ ଆଇଲୁଆଚୁ । ତାକର୍ ନାଉଁମନ୍ ସର୍ଗେ ଲେକାଅଇଲା ଆଚେ । ଆମେ ପର୍ମେସରର୍ ଲଗେ ଆଇଲୁ ଆଚୁ । ସେ ସବୁକେ ବିଚାର୍ କର୍ସି । ସେ ସିଦ୍ କରିରଇବା ଦରମ୍ଲକର୍ ଆତ୍ମାମନର୍ଟାନେ ଆଇଲୁ ଆଚୁ ।
ଏ ମର୍ ଆଲାଦର୍ ମଇତର୍ମନ୍, ଏବେ ଆମେ ପର୍ମେସରର୍ ପିଲାଜିଲା ଅଇଆଚୁ । ପଚ୍କେ ଆମେ କେନ୍ତାର୍ ଅଇରଇବୁ ବଲି ଏବେଜାକ ନାଜାନୁ । ମାତର୍ ଜେଡେବେଲେ କିରିସ୍ଟ ଏଜଗତେ ବାଉଡି ଆଇସି, ସେବେଲେ ସେ ଜେନ୍ତାରି ଆଚେ, ସେନ୍ତାରି ତାକେ ଆମେ ଦେକ୍ବୁ । ଆମେ ମିସା ତାର୍ପାରା ଅଇଜିବୁ । ଏଟା ସତ୍ ।
ତମେ ଜେନ୍ତାରିକି ନ ଅଦର୍ତେ, ପର୍ମେସର୍ ତମ୍କେ ଦେକାରକା କର୍ସି । ସେ ଅଇଲାନି ମଇମା ପାଇବା ପର୍ମେସର୍ । କାଇ ଦସ୍ ନ ଦାରି ସାର୍ଦାସଙ୍ଗ୍ ତମ୍କେ ତାର୍ ମୁଆଟେ ଟିଆକରାଇବାକେ ତାର୍ ବପୁଆଚେ ।
ସେମନ୍ କେବେ ମିସା ମିଚ୍ ନ କଅତ୍ । କେ ମିସା ସେମନ୍କେ ଦସ୍ ଦେଇନାପାରେ ।