24 କେଡେ କରମ୍ ନଇଲା ଲକ୍ ମୁଇ ! ମରନର୍ ମୁଏଁ ଜିକିନେବା ଏ ଗାଗଡର୍ ଚଲାଚଲ୍ତି ଅନି କେ ମକେ ମୁକ୍ଲାଇସି ?
ଦୁକେ ରଇବା ଲକ୍ମନର୍ କେଡେକ୍ ନିକ କରମ୍, କାଇକେବଇଲେ ପର୍ମେସର୍ ସେମନର୍ ଦୁକ୍ ସାରାଇସି ।
ଜନ୍ ଲକ୍ମନ୍ ପର୍ମେସରର୍ ମନ୍ କଲା ଇସାବେ କାମ୍ କର୍ବାକେ ଆସା କର୍ବାଇ, ତାକର୍ କେଡେକ୍ ନିକ କରମ୍, କାଇକେବଇଲେ ପର୍ମେସର୍ ସେମନ୍କେ ସାର୍ଦା କରାଇସି ।
“ମାପ୍ରୁର୍ ଆତ୍ମା ମର୍ ସଙ୍ଗ୍ ଆଚେ, ତେବର୍ପାଇ ନଇଲା ମଇଲା ଲକ୍ମନର୍ଟାନେ ସୁବ୍ କବର୍ ଜାନାଇବାକେ, ପର୍ମେସର୍ ମକେ ବାଚିକରି ପାଟାଇଲା, ବନ୍ଦି ଗରେ ରଇବା ଲକ୍ମନ୍କେ ମୁକ୍ଲାଇବାକେ, କାଣା ଲକ୍ମନ୍କେ ଦେକାଇବା ବିସଇ ଜାନାଇବାକେ ଆରି ଦୁକର୍ ଲକ୍ମନ୍କେ ମୁକ୍ଲାଇବାକେ,
ଆମେ ଜାନିଆଚୁ, କିରିସ୍ଟର୍ ସଙ୍ଗ୍ କୁର୍ସେ ଆମର୍ ପୁର୍ନା ଜିବନ୍ ମରିଗାଲାଆଚେ । ତେଇଅନି ଆମର୍ ପାପର୍ ଚଲାଚଲ୍ତି କୁରୁପ୍ନାସ୍ ଅଇଲା ଆଚେ ଆରି ଆମେ ପାପର୍ ଗତିଅନି ମୁକ୍ଲିଆଚୁ ।
କାଇକେବଇଲେ ସେନ୍ତି କଲେ, ତମେ ମର୍ସା ମାତର୍ ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ ନିଜର୍ ପାପ୍ଚଲନ୍ ନସ୍ଟ କରି ଆରି ପାପ୍ କାମ୍ ନ କରାସ୍, ତେବେସେ ତମେ ବଁଚ୍ସା ।
ଜିସୁ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ ସୁକଲ୍ଆତ୍ମା ଆମ୍କେ ନୁଆ ଜିବନ୍ ଦେଲାଆଚେ । ତେଇଅନି, ପାପ୍ କଲେ ମର୍ବା ନିୟମେଅନି, ଆମ୍କେ ମୁକ୍ଲାଇ ଆଚେ ।
ଆମେ, ପରମେସର୍ ଦେଲା ପର୍ତୁମର୍ ଦାନ୍ ପାରା ସୁକଲ୍ଆତ୍ମା ପାଇଲୁଆଚୁ, ଆମେ ମିସା ବିତ୍ରେ ବିତ୍ରେ “ଆନା, ଆୟା !” ଅଇଲୁନି । ଏଲେମିସା ପରମେସର୍ ଆମ୍କେ କୁଟୁମର୍ ଲକ୍ କରାଇକରି ପୁରାପୁରୁନ୍ ମୁକ୍ଲାଇସି ବଲି ଜାଗିକରି ଆଚୁ ।
ଆମ୍କେ ବପୁ ନାଇ, ମାତର୍ ସୁକଲ୍ଆତ୍ମା ଆମ୍କେ ସାଇଜ କର୍ସି । କେନ୍ତାରି ପାର୍ତନା କର୍ବାକେ ଅଇସି, ସେଟା ଆମେ ନାଜାନୁ । ସେଟାର୍ ପାଇ ଜନ୍ଟା ଆମେ କଇ ନାପାର୍ଲୁନି, ସେଟା ସୁକଲ୍ ଆତ୍ମା ନିଜେ ଆମର୍ପାଇ “ଆନା, ଆୟା !” ଅଇକରି ପରମେସର୍କେ ଗୁଆରି କର୍ସି ।
ତମେ କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ସୁନତ୍ ଅଇଲାପାରା ଅଇଆଚାସ୍ । ଜେନ୍ତିକି ତମର୍ ପାପର୍ ଗୁନ୍ଚଲନେ ଅନି ମୁକ୍ଲିଆଚାସ୍ । ଗାଗଡ୍ ଇସାବେ ସୁନତ୍ ଅଇଆଚାସ୍ ବଲି ମୁଇ କଇନାଇ, ମାତର୍ କିରିସ୍ଟସେ ତମର୍ ପାପର୍ ଗୁନ୍ଚଲନେଅନି ମୁକ୍ଲାଇଆଚେ ।
ବିପଦେ ପାକାଇବା ସବୁ ଗଟ୍ନାଇଅନି ମାପ୍ରୁ ଜିସୁ ମକେ ରକିଆ କରି, ସର୍ଗେ ରଇବା ତାର୍ ରାଇଜେ କାଇଟା ନ ଅଇତେ ଡାକିନେଇସି । କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଆକା ଡାକ୍ପୁଟା ପାଅ । ଆମେନ୍ !
ଏ ଜିସୁ କିରିସ୍ଟ ଆମର୍ ଲାଗି ମର୍ବାକେ ନିଜେ ସର୍ପିଅଇଲା । ପାପର୍ ବାନ୍ଦନେଅନି ମୁକ୍ଲାଇବାକେ ଆରି ତାର୍ପାଇ ସୁକଲ୍ ଲକ୍ କରାଇବାକେ ସେ ଏନ୍ତି କଲା । ସେ ଦେକ୍ବା ଇସାବେ, ଦରମ୍ କାମ୍ କର୍ବାକେ ବେସି ମନ୍ କର୍ବା ଲକ୍ ଅଇବାକେ ମିସା ।
ଜନ୍ ଲକ୍ମନ୍ ମରନ୍କେ ଡରିକରି ରଇଲାଇ, ସେଟାର୍ ପାଇ ସେମନ୍ ଜନମେ ଅନି ଗତିଦାଙ୍ଗ୍ଡା ପାରା ଅଇରଇଲାଇ । ସେମନ୍କେ ସେ ମରନର୍ ଡଣ୍ଡେଅନି ମୁକ୍ଲାଇଲା ।
ସେ ତାକର୍ ଆଁସୁ ପୁଚିଦେଇସି । କେ ଆରି ନ ମରତ୍ । କାନ୍ଦାବୁବା, ଦୁକାସୁକା ନ ରଏ । ପୁର୍ନା ବିସଇ ଆରି ନ ଡିସେ ।