10 ସେ ଜନ୍ ମରନ୍ ପାଇଲା, ତାର୍ଲାଗି ପାପର୍ ବପୁତେଇଅନି ଏକାତରେକ୍ ଆମ୍କେ ମୁକ୍ଲାଇଲା । ସେ ଏବେ ଜନ୍ ଜିବନେ ଜିଇଲାନି, ସେଟା ପରମେସର୍ ସଙ୍ଗ୍ ମିସିକରି ରଇଲା ଜିବନ୍ ।
ପର୍ମେସର୍ ମଲା ଲକ୍ମନର୍ ମାପ୍ରୁ ନଏଁ, ଜିବନ୍ ରଇଲା ଲକ୍ମନର୍ ମାପ୍ରୁ । ପର୍ମେସରର୍ ଦେକ୍ବା ଇସାବେ ତେଇ ସେମନ୍ ସବୁ ଲକ୍ ଜିବନ୍ ଅଇଆଚତ୍ ।”
ସେନ୍ତାରି ତମେ ମିସା ପାପେ ମରିଜାଇଆଚୁ ବଲି ଏତାଆ । ତମେ ଏବେ କିରିସ୍ଟ ଜିସୁର୍ ଜିବନେଅନି ପରମେସର୍ ସଙ୍ଗ୍ ମିସ୍ଲାସ୍ ।
ଆମେ ଜାନୁ, କିରିସ୍ଟ ମଲାତେଇଅନି ଉଟ୍ଲାର୍ପାଇ, ସେ ଆରି କେବେ ମିସା ନ ମରେ । ତାର୍ ଉପ୍ରେ ଆରି କେବେ ମରନର୍ ସାସନ୍ ନ ଚାଲେ ।
ସେ ଆମର୍ ଗୁନ୍ଚଲନ୍ ନିକ ନ ରଇଲାକେ, ମସା ଦେଇରଇବା ରିତିନିତି ମାନୁ ନାଇ । ତେଇ ନିୟମ୍ ସାଇଜ କରି ନାପାର୍ଲା । ମାତର୍ ସେଟା ପର୍ମେସର୍ କରିଆଚେ । ସେ ଆମର୍ ପାରା ପାପିମନର୍ ଗଟେକ୍ ଗାଗଡ୍ ଦାରାଇ ତାର୍ ପଅକେ ପାଟାଇଲା । ଆରି ସେ ଏନ୍ତାରିକରି ଆମର୍ ଉପ୍ରେ ରଇବା ପାପର୍ ସାସନ୍ କୁରୁପ୍ନାସ୍ କଲା ।
ସେ ସବୁ ଲକର୍ପାଇ ମଲାଆଚେ । ଜେନ୍ତି କି ଜନ୍ଲକ୍ମନ୍ ବଁଚି ଆଚତ୍, ସେମନ୍ ନିଜର୍ ପାଇ ନ ବଁଚତ୍ । ଜେ ତାକର୍ ପାଇ ମରିକରି ଜିବନ୍ ଅଇ ଉଟ୍ଲା, ଅବ୍କା ତାର୍ ପାଇସେ ବଁଚ୍ବାର୍ ଆଚେ ।
କିରିସ୍ଟକେ କାଇ ପାପ୍ ନ ରଇଲା । ମାତର୍ ଆମର୍ ପାପର୍ ପାଇ ଆକା ସେ ଡଣ୍ଡ୍ ପାଅ ବଲି ପର୍ମେସର୍ ଟିକ୍ କଲା । କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ଏବେ ପର୍ମେସର୍ ଆମ୍କେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
କିରିସ୍ଟ ମିସା ଆମର୍ ପାପର୍ଲାଗି ଏକାତରେକ୍ ସବୁଲକର୍ପାଇ ଦୁକ୍କସ୍ଟ ଅଇ ମୁର୍ଚିକରି ମଲା । ସେ ଦରମ୍ ରଇ ପାପ୍କରିରଇବା ଲକ୍ମନ୍କେ ପର୍ମେସରର୍ ଲଗେ ଆନ୍ବାକେ ମରିଜାଇରଇଲା । ଲକ୍ମନ୍ ତାର୍ ଗାଗଡ୍ ମରାଇଲାଇ, ମାତର୍ ତାର୍ ଆତ୍ମା ଜିବନ୍ ଅଇଆଚେ ।
ସେଟାର୍ପାଇ ସୁବ୍କବର୍ ମରିରଇବା ଲକ୍ମନ୍କେ ମିସା ଜାନାଇରଇଲାଇ । କାଇକେବଇଲେ ସବୁଲକ୍ମନ୍ ପାଇବା ଡଣ୍ଡ୍ ସେମନ୍ ପାଇରଇକରି ମରିରଇଲେ ମିସା ତାକର୍ ଆତ୍ମା ପର୍ମେସରର୍ ପାରା ବଁଚ୍ବାକେ ସୁବ୍ କବର୍ ଜାନାଇରଇଲାଇ ।