8 ମାପ୍ରୁର୍ଲଗେ ମର୍ ଆଲାଦର୍ ମଇତର୍ ଆମ୍ପଲିଆକେ ଜୁଆର୍ ଜାନାଇଦିଆସ୍ ।
ତମେ ଜଦି ନିଜର୍ ନିଜର୍ ବାଇମନ୍କେସେ ଜୁଆର୍ କର୍ସା, ତେବେ ଆରି ଅଦିକ୍ କାଇଟା କଲାସ୍ନି ? ବିସ୍ବାସ୍ ନକଲା ଲକ୍ମନ୍ ମିସା ସେଟା କର୍ବାଇ ।
ସେମନର୍ ଗରେ ପାର୍ତନାକେ ରୁଣ୍ଡ୍ବା ମଣ୍ଡଲିକେ ମିସା ମର୍ ଜୁଆର୍ ଜାନାଇଲିନି । ମର୍ ଆଲାଦର୍ ମଇତର୍ ଏପାଇନେତନ୍କେ ମର୍ ଜୁଆର୍ ଜାନାଇଲିନି । ଆସିଆ ରାଇଜେ ସେ ସିଗ୍ ପର୍ତୁମ୍ କିରିସ୍ଟ ବିସ୍ବାସି ଅଇରଇଲା ।
ଆନ୍ଦରନିକ୍ ଆରି ୟୁନିୟାକେ ମର୍ ଜୁଆର୍ ଜାନାଇଲିନି । ଏ ଦୁଇଟା ମର୍ ସଙ୍ଗର୍ ଜିଉଦିଲକ୍ । ସେମନ୍ ମର୍ ସଙ୍ଗ୍ ବନ୍ଦିସାଲେ ରଇଲାଇ । ମର୍ ଆଗ୍ତୁ ସେମନ୍ କିରିସ୍ଟକେ ବିସ୍ବାସ୍ କଲାଇ । ଆରି ସବୁ ପେରିତ୍ ସିସ୍ମନ୍ ସେମନ୍କେ ସନ୍ମାନ୍ ଦେବାଇ ।
କିରିସ୍ଟର୍ ସେବାଇ ମର୍ ସଙ୍ଗାରି ଉର୍ବାନ ଆରି ମର୍ ଆଲାଦର୍ ମଇତର୍ ତାକିୟକେ ମିସା ମର୍ ଜୁଆର୍ ଜାନାଇଦିଆସ୍ ।
ତେବର୍ ପାଇ ଏ ମର୍ ବିସ୍ବାସି ବାଇବଇନିମନ୍, ମୁଇ ତମ୍କେ ଆଲାଦ୍ କରି ଦେକ୍ବାକେ ମନ୍ କଲିନି, ତମେ ମକେ ବେସି ସାର୍ଦା କରାଇଲାସ୍ନି ଆରି ତମେ ଆକା ମର୍ ପୁରୁସ୍କାର୍ । ମର୍ ମଇତର୍ମନ୍, ମୁଇ ତମ୍କେ ଜେତ୍କି ବିସଇ କଇଆଚି, ସେନ୍ତାରିସେ ମାପ୍ରୁର୍ଟାନେ ବିସ୍ବାସେ ଡାଟ୍ ରୁଆ ।
ଆମେ କିରିସ୍ଟ ବିସ୍ବାସି ବାଇବଇନିମନ୍କେ ଆଲାଦ୍ କର୍ବାର୍ ଲାଗି ଏଟା ଜାନ୍ଲୁନି । ଜେ ଆଲାଦ୍ ନ କରେ, ସେ ଏବେ ମିସା ମରନର୍ ସାସନର୍ ତଲେଆଚେ ।