ରମିୟ 16:25 - ସତିଅର୍ ବାଟ୍ ନୁଆ ନିୟମ୍ 202025 ଆସା, ପରମେସର୍କେ ଡାକ୍ପୁଟା କରୁ । ମୁଇ ଜାନାଇତେରଇବା ଜିସୁ କିରିସ୍ଟର୍ ବିସଇର୍ ସୁବ୍ କବର୍ ଆରି ଜୁଗ୍ ଜୁଗ୍ ଦାରି ଲୁଚି ରଇବା ଟିକିନିକିର୍ ସତ୍ ଇସାବେ ରଇବା ତମର୍ ବିସ୍ବାସ୍ ପରମେସର୍ ଡାଟ୍କରି ସଙ୍ଗଇବାକେ ପାରେ । အခန်းကိုကြည့်ပါ။ |
ଏ ବାଇବଇନିମନ୍, ଏ ବିସଇଟାନେ ଗଟେକ୍ ଲୁଚିରଇଲା ସତ୍ ତମେ ବୁଜା ବଲି ମୁଇ ମନ୍ କଲିନି । ଆମେ ଜିଉଦିମନର୍ ଟାନେଅନି ବଡ୍ ଆଚୁ ବଲି ତମେ ବଡ୍ପନ୍ ନ ଅଇବାକେ, ଏଟା ତମ୍କେ ବୁଜାଇଲିନି । ଜିଉଦିମନର୍ କାତା ନ ମାନ୍ବାଟା, ବେସିଦିନ୍ ଜାକ ନ ରଏ । ମାତର୍ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ, ସେମନ୍ ବିସ୍ବାସ୍ କର୍ବାଜାକ ସେଟା ରଇସି ।
ଏ ସବୁ ବିସଇ ତମ୍କେ ଆତ୍ମା ଇସାବେ ସାର୍ଦା କରାଇବାପାଇ ମୁଇ କଲିନି । ଜେନ୍ତାରିକି ତମେ ଗଟେକ୍ ମନ୍ ଅଇକରି ଆଲାଦ୍ କରାକରି ଅଇସା । ତମେ ପୁରାପୁରୁନ୍ ବୁଜ୍ବାବେଲେ ବେସି ଆସା ଆରି ସାର୍ଦା ଅଇରଇସା । ଜଦି ତମ୍କେ ଏ ଆସା ରଇଲେ, ପର୍ମେସର୍ ଜଜ୍ନା କଲାଟା ଜାନିପାରାସ୍ । ସେ ଆସା ପୁର୍ବେ ରଇଲା ଲକ୍ମନ୍କେ ଜାନାଇ ନ ରଇଲା । ସେଟା ନିଜେ କିରିସ୍ଟର୍ ବିସଇସେ ।
ଚନେକର୍ ଆଇବା ଦୁକ୍କସ୍ଟ ମୁର୍ଚି ସାରାଇଲେ, ତମ୍କେ ପର୍ମେସର୍ କାଇ ଦସ୍ ନ ରଇବା, ତାର୍ ସିଦ୍ ଲକ୍ କରାଇସି । ତମର୍ ବିସ୍ବାସ୍ ଡାଟ୍ ଅଇବାକେ ସେ ତମ୍କେ ବପୁ ଦେଇସି । ଆରି ତମ୍କେ ନିକ କୁନାଦି ପାରା ତିଆର୍ କର୍ସି । କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ତାର୍ ନ ସାର୍ବା ମଇମାତେଇ ମିସ୍ବାକେ ତମ୍କେ ଡାକ୍ଲାଆଚେ । ସେ ତମ୍କେ ଜିବନ୍ ଦୁକାଇ ଦୟା କରି ଏ ସବୁ ବିସଇ କଲାଆଚେ ।