17 କେ ତମ୍କେ ଅନିଆଇ କଲେ, ତାକେ ବେର୍ ଦାର୍ବାର୍ ନାଇ, ଜନ୍ ଚଲାଚଲ୍ତି ସବୁର୍ ମନ୍କେ ଜାଇସି, ସେଟା କର୍ତେରଇବାର୍ ।
ସେନ୍ତି ବଇଲେ ବେଦିଲଗେ ବଲିଦେବାଟା ସଙ୍ଗଇଦେଇ ବାରିଜା, ଆଗେ ନିଜର୍ ବାଇ ସଙ୍ଗ୍ ମିସା, ତାର୍ ପଚେ ଆସି ତମର୍ ବଲି ଦିଆସ୍ ।”
ମାତର୍ ମୁଇ ତମ୍କେ କଇଲିନି, ତମର୍ ବିରଦେ କେ ଅନିଆଇ କାମ୍ କଲେ, ତାକେ ସୁଜାଇବାକେ ଚେସ୍ଟା କରା ନାଇ, ଜେ ତମର୍ ଉଜା ଗାଲେ ଚାପଡ୍ ମାର୍ସି, ତାକେ ଆରି ଗଟେକ୍ ଚାପ୍ଡା ମାର୍ବାକେ ଡେବ୍ରି ଗାଲ୍ ମିସା ଦେକାଇ ଦିଆସ୍ ।
ମର୍ ଆଲାଦର୍ ବାଇବଇନିମନ୍, ଜଦି କେ ତମ୍କେ ଅନିଆଇ କଲେ, ତମେ ବେର୍ ଦାରାନାଇ, କାଇକେବଇଲେ, ପର୍ମେସର୍ସେ ଡଣ୍ଡ୍ ଦେଇସି । କାଇକେ ବଇଲେ ସାସ୍ତରେ ଲେକା ଆଚେ । ମାପ୍ରୁ କଇଲାନି, “ମୁଇ ବେର୍ ଦାର୍ବି । ମୁଇ ଡଣ୍ଡ୍ ଦେବି ।”
ଜଦି ଆରି କନ୍ ରକାମ୍ ଚଲାଚଲ୍ତି ପର୍ମେସରର୍ ମନ୍କେ ଜାଏ ନାଇ ବଲି କେତେଟା ବିସ୍ବାସି ବାବ୍ବାଇ, ମାତର୍ ସେଟା ବଲ୍ ବଲି ତମେ ବାବ୍ସା ବଇଲେ ସେଟା କରା ନାଇ । ସେନ୍ତାର୍ଆଲେ ସେଟା ନିକ ନଏଁ ବଲି କେ ବାବିନାପାରତ୍ ।
ମାପ୍ରୁ ଜିସୁକିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନର୍ତେଇ ଜାଗ୍ରତ୍ ସଙ୍ଗ୍ ଚଲାଚଲ୍ତି କରା । ତମେ ମିଲାଇରଇବା ସବୁ ବେଲା ବୁଦିର୍ ସଙ୍ଗ୍ କରା ।
ଏନ୍ତାରି କଲେ ବିସ୍ବାସ୍ ନ କର୍ବା ଲକ୍ମନ୍ ମିସା ତମ୍କେ ନାମ୍ବାଇ । ଆରି କାଇଟା ମିସା ଅବାବ୍ ନ ଅଏ । ତମ୍କେ ଦର୍କାର୍ ରଇବା ବିସଇପାଇ ବିନ୍ଲକ୍କେ ଆସା କର୍ବାକେ ନ ପଡେ ।
ଜାଗର୍ତା, କେ ମିସା କାର୍ଆଲେ ଅନିଆଇର୍ ବାଦୁଲେ ଅନିଆଇ ନ କରା । ତାର୍ ବାଦୁଲେ ନିଜର୍ ନିଜର୍ ବିତ୍ରେ ଆରି ସବୁଲକର୍ ପାଇ ସବୁବେଲେ ମଙ୍ଗଲ୍ କର୍ବାକେ ଚେସ୍ଟା କରା ।
ସବୁ ରକାମର୍ କାରାପ୍ କାମେଅନି ଦୁରିକେ ରୁଆ ।
ତେବର୍ପାଇ ଡକ୍ରି ନ ରଇବା ରାଣ୍ଡିମନ୍କେ ମୁଇ ତିଆର୍ଲିନି, ଆରିତରେକ୍ ଗର୍ ବସାଇ ପିଲାଟକିର୍ ଜତନ୍ କରା । ସେନ୍ତାରି କଲେ ଆମର୍ ବିରଦିମନ୍ ଆମ୍କେ ନିନ୍ଦା ନ କରତ୍ ।
ତମର୍ ନଅରେ ରଇବା ବିସ୍ବାସ୍ ନ କର୍ବା ଲକ୍ମନ୍ ଦେକ୍ବା ଇସାବେ ତମର୍ ଚଲାଚଲ୍ତି ନିକ ରଇବାର୍ଆଚେ । ସେନ୍ତାରି ରଇଲେ ସେମନ୍ ତମର୍ ବିରୁଦେ ନିନ୍ଦା କାତା କଇଲେ ମିସା, ତମେ କରିରଇବା ନିକ କାମ୍ ଦେକିକରି ପର୍ମେସର୍ ବାଉଡିଆଇବା ଦିନେ ତାକେ ଡାକ୍ପୁଟା କର୍ବାଇ ।
ମାତର୍ ମନ୍ବିତ୍ରେ ସୁଆଲ୍ ରଇକରି, ସନ୍ମାନ୍ ଦେଇକରି କାତାଉଆ । ତମର୍ ବିବେକ୍ ତମ୍କେ ଦସି ନ କର । ଜେନ୍ତାରିକି ତମର୍ ନିକ ଚଲାଚଲ୍ତି ବିରୁଦେ ଜେତ୍କି ଲକ୍ ନିନ୍ଦା କର୍ବାଇ, ତାକର୍ କାତାଇସେ ସେମନ୍ ଲାଜ୍ ଅଇବାଇ ।
ତମର୍ ବିରୁଦେ କେ କାରାପ୍ କାମ୍ କଲେ ତାକେ ବେର୍ଦାରି ରୁଆନାଇ । ନିନ୍ଦାକାତା କଇଲେ ଟଣ୍ଡ୍ ଲାଗାଆ ନାଇ । ତାର୍ ବାଦୁଲେ ପର୍ମେସର୍ ସେମନ୍କେ ଦୟା ଦେକାଇବାକେ ପାର୍ତନା କରା । କାଇକେବଇଲେ ସେ ତମ୍କେ ଡାକ୍ଲାବେଲେ ମୁଇ ତମ୍କେ ଆସିର୍ବାଦ୍ କର୍ବି । ବଲି କାତା ଦେଇରଇଲା ।