ରମିୟ 12:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 ସବୁ ଲକ୍କେ ସମାନ୍ ଇସାବେ ଆଲାଦ୍ ଦେକାଆ । ଆଁକାର୍ ବୁଦି ଚାଡିକରି ସଲଦ୍ ଅଇ ସାନ୍ ସାନ୍ କାମ୍ କର୍ବାକେ ମିସା ରାଜି ଉଆ । ନିଜ୍କେ ଗିଆନ୍ ରଇବାଲକ୍ ବଲି ଦେକାଇ ଉଆନାଇ । အခန်းကိုကြည့်ပါ။ |
ଏ ବାଇବଇନିମନ୍, ଏ ବିସଇଟାନେ ଗଟେକ୍ ଲୁଚିରଇଲା ସତ୍ ତମେ ବୁଜା ବଲି ମୁଇ ମନ୍ କଲିନି । ଆମେ ଜିଉଦିମନର୍ ଟାନେଅନି ବଡ୍ ଆଚୁ ବଲି ତମେ ବଡ୍ପନ୍ ନ ଅଇବାକେ, ଏଟା ତମ୍କେ ବୁଜାଇଲିନି । ଜିଉଦିମନର୍ କାତା ନ ମାନ୍ବାଟା, ବେସିଦିନ୍ ଜାକ ନ ରଏ । ମାତର୍ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ, ସେମନ୍ ବିସ୍ବାସ୍ କର୍ବାଜାକ ସେଟା ରଇସି ।
ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ଏଟା । କିରିସ୍ଟର୍ ସୁବ୍ କବର୍ ବିସ୍ବାସ୍ କର୍ବା ଲକ୍ମନ୍ କେନ୍ତାରି ଚଲାଚଲ୍ତି କର୍ବାର୍ଆଚେ, ତମେ ସେନ୍ତାରି କରା । ମୁଇ ତମ୍କେ ଦେକ୍ବାର୍ ଆଇଲେମିସା, କି ତମର୍ଟାନେଅନି ଦୁରିକେ ରଇ ଅବ୍କା ସୁନିପାର୍ଲେ ମିସା ଏନ୍ତାରି ଜିଇତେରୁଆ । ଏଟାର୍ଲାଗି ତମେ ସବୁ ଗଟେକ୍ ମନ୍ ଅଇ ମିସିଆଚାସ୍ ବଲି ମୁଇ ଜାନିପାର୍ବି । ଜନ୍ ଲକ୍ମନ୍ ସୁବ୍ କବରର୍ ବିରୁଦେ ଦଦାପେଲା କଲାଇନି, ତାକର୍ ମୁଆଟେ କିରିସ୍ଟର୍ ସୁବ୍କବର୍ ଦେକାରକା କର୍ବାକେ ତମେ ସବୁ ଗଟେକ୍ ଅଇ ଟିଆଅଇଲାସ୍ନି ବଲି ମୁଇ ଜାନ୍ବି ।