32 ଗୁଲାଇ ମନସ୍ ଜାତି ତାର୍ କାତା ନ ମାନ୍ଲାକେ ଡଣ୍ଡ୍ ପାଇବାର୍ ଆଚେ ବଲି ପର୍ମେସର୍ ଦେକାଇଲା ଆଚେ । ତାର୍ ଜିବନ୍ ଦୁକାଇଲାଟା ସବୁକେ ଡିସ୍ସି ବଲି ଏନ୍ତାରି କଲାଆଚେ ।
ସେ ଲକ୍ମନ୍କେ ଉଜଲ୍ ବିସଇ କଇବାର୍ ଆସିରଇଲା । ଜେନ୍ତାରିକି ଗୁଲାଇ ଜଗତର୍ ଲକ୍ମନ୍ ତାର୍ତେଇଅନି ସେ ଉଜଲର୍ ବିସଇ ସୁନ୍ବାଇ ଆରି ବିସ୍ବାସ୍ କର୍ବାଇ ।
ଆରି ମକେ କୁର୍ସେ ଟେକ୍ଲେ, ସବୁ ଲକ୍ମନ୍କେ ମର୍ବାଟେ ଜିକ୍ବି ” ବଲି କଇଲା ।
ଏଟା ଜିଉଦି ଅଇରଇବା ଲକ୍ମନର୍ ପାଇ ମିସା ସେନ୍ତାରିସେ । ଏବେ ସେମନ୍ କାତା ନ ମାନ୍ଲେ ମିସା, ତମ୍କେ ଜେନ୍ତାରି ପର୍ମେସର୍ ଦୟା ଦେକାଇ ଆଲାଦ୍ କଲାଆଚେ, ସେ ପଚ୍କେ ସେମନ୍କେ ମିସା ଦୟା ଦେକାଇସି ।
ଉଜେ ଜିସୁକିରିସ୍ଟକେ ବିସ୍ବାସ୍ କଲାକେ ଏବେ ଆମେ ପରମେସରର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲାଇ ଅଇଆଚୁ । ପରମେସର୍ କେତେ ଲକ୍କେ ଆଲାଦ୍ କରି ଆରି କେତେକ୍ ଲକ୍କେ ଗିନ୍ କରେନାଇ । କିରିସ୍ଟକେ ବିସ୍ବାସ୍କର୍ବା ସବୁ ଲକ୍ମନ୍କେ ଏ ଅଦିକାର ଦେଲାଆଚେ ।
ତେବେ କାଇ ଜିଉଦିମନର୍ ଜିଉନା କାଉନା, ଜିଉଦି ନଇଲା ଲକ୍ମନର୍ଟାନେଅନି ଅଦିକ୍ ନିକ କି ? ନାଇ, ମୁଲ୍କେ ନାଇ ! ମୁଇ ଆଗ୍ତୁଅନି କଇଲି ଆଚି ଜେ, ସେମନ୍ ଦୁଇ ଦଲ୍ ଜାକ ପାପର୍ ସାସନେ ଆଚତ୍ ।
ଗଟେକ୍ ଲକ୍ ଆଦେସ୍ ନ ମାନ୍ଲାର୍ ପାଇ ଜେନ୍ତିକି ସବୁ ଲକ୍ ପାପି ଅଇଲାଇ, ସେନ୍ତି ଗଟେକ୍ ଲକ୍ ଆଦେସ୍ ମାନ୍ଲେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇଅଇବାଇ ।
ମାତର୍ ଦରମ୍ ସାସ୍ତରେ ଲେକା ଆଚେ, ସବୁ ମୁନୁସ୍ ଜାତି ପାପର୍ ତଲେ ଆଚତ୍, ସେଟାର୍ ପାଇ କିରିସ୍ଟ ବିସ୍ବାସିମନ୍, ଜିସୁ କିରିସ୍ଟର୍ତେଇ ବିସ୍ବାସ୍ କଲାର୍ ପାଇ ସପତର୍, ଆସିର୍ବାଦ୍ ପାଇବାଇ ।
ବିସ୍ବାସର୍ ଜୁଗ୍ ଆଇବା ଆଗ୍ତୁ ଆରି ଦେକାଇଅଇବା ଜାକ, ନିୟମ୍ ଆମ୍କେ ବନ୍ଦି କରି ରକିରଇଲା ।