2 ପର୍ମେସର୍ ଏ ବିସଇ ଆଗେଅନି କାତା ଦେଇରଇଲା, ଆରି ସୁକଲ୍ ସାସ୍ତରେ ସେ ସବୁ ଲେକ୍ବା ପାଇ ତାର୍ ବବିସତ୍ବକ୍ତାମନ୍କେ ତିଆର୍ଲା ।
ଆଇବା ଦିନ୍ମନ୍କେ କାଇଟା ଅଇସି ବଲି, ପର୍ମେସର୍ ଗଟେକ୍ ବବିସତ୍ବକ୍ତାକେ ପାଟାଇ ଜନ୍ କାତା ସୁନାଇରଇଲା, ସେଟା ପୁରାପୁରୁନ୍ ଅଇବାକେ ଏ ସବୁ ଅଇଲା ।
ପୁରବ୍ କାଲେଅନି ସୁକଲ୍ ରଇବା ନିଜର୍ ବବିସତ୍ବକ୍ତାମନର୍ ଟଣ୍ଡେଅନି କାତା ଦେଇ ଜେନ୍ତି କଇରଇଲା,
ସବୁ ବବିସତ୍ବକ୍ତାମନ୍ ତାର୍ ବିସଇନେଇ, ଏ କବର୍ କଇରଇଲାଇ । ଜେ ମସିଅକେ ବିସ୍ବାସ୍ କର୍ସି, ମସିଅ କରିରଇବା କାମର୍ ଲାଗି, ପର୍ମେସର୍ ତାର୍ ପାପ୍କେମା କର୍ସି ।”
ଆମର୍ ଆନିଦାଦିମନକେ ପର୍ମେସର୍ କାତା ଦେଇରଇଲା ଇସାବେ ଆମେ ତମ୍କେ ଏ ସୁବ୍ କବର୍ ଜାନାଇଲୁନି ।
ପର୍ମେସର୍ ଆମର୍ ଆନିଦାଦିମନ୍କେ ଜନ୍ କାତା ଦେଇ ରଇଲା, ତେଇ ମର୍ ଆସା ରଇଲାର୍ପାଇ ଆଜି ମୁଇ ଇତି ବିଚାର୍ନା କରାଇଅଇବାକେ ଟିଆ ଅଇଲିଆଚି ।
ସେ ଟିକିନିକିର୍ ସବୁ ସତ୍ ବବିସତ୍ବକ୍ତାମନର୍ ସାସ୍ତରେ ସେ ଜାନାଇଲା ଆଚେ । ଆରି ଏବେ ମାପ୍ରୁ ପରମେସରର୍ ସତ୍ ଜୁଗ୍ ଜୁଗ୍ ଅନି ସବୁ ଲକ୍ମନର୍ ବିତ୍ରେ ଜାନାଇଆଚେ । ଇତିଅନି ସବୁ ବିସ୍ବାସ୍ କରି ପରମେସରର୍ କାତାମାନି ଚାଲି ପାର୍ବାଇ ।
ସବୁ ରକାମର୍ ଲାବ୍ ଆଚେ । ତେବେ ପର୍ତୁମ୍, ପରମେସର୍ ତାର୍ କବର୍ ଜାନାଇବା ଦାଇତ୍ ଜିଉଦିମନର୍ ଆତେ ଦେଲା ଆଚେ ।
ମାତର୍ ଏବେ ଲକ୍ମନ୍ ତାର୍ ମୁଆଟେ ଦରମ୍ ବଲି ଏଜାଇ ଅଇବାକେ, ପରମେସର୍ ଜନ୍ଟା ଜଜ୍ନା କରି ରଇଲା, ସେଟା ସେ ଆମ୍କେ ଜାନାଇଦେଲାଆଚେ । ମାତର୍ ଏଟା ନିୟମ୍ ମାନ୍ଲାକେ ଅଏନାଇ । ଏ ଜଜ୍ନା ମସାର୍ ନିୟମେ ଆରି ବିନ୍ ବବିସତ୍ବକ୍ତାମନର୍ ଟାନେ ମିସା ରଇଲା ।
ଏନ୍ତାରିଅଇ ସେମନ୍ କାଲ୍କାଲ୍ ଜୁଗ୍ଜୁଗ୍ ପର୍ମେସରର୍ ସଙ୍ଗ୍ ବଁଚ୍ବାକେ ଆସା କର୍ବାଇ । କାଇକେବଇଲେ କାଇଟା ତିଆର୍ ନ ଅଇତେ କାଲ୍କାଲ୍ ଜୁଗ୍ଜୁଗ୍ ତାର୍ ଲକ୍ ତାର୍ ସଙ୍ଗ୍ ବଁଚ୍ବାଇ ବଲି ପର୍ମେସର୍ କାତା ଦେଇରଇଲା । ଏଟା ପୁରାପୁରୁନ୍ ସତ୍ ବଲି ଆମେ ଜାନ୍ଲୁନି । କାଇକେବଇଲେ ସେ କେବେ ମିଚ୍ ନ କଏ ।