15 ଜନ୍ ଦୁତ୍ ମର୍ସଙ୍ଗ୍ କାତା ଅଇତେ ରଇଲା, ତାର୍ ଆତେ ନଗର୍କେ, ତାର୍ କାପାଟ୍ ମନ୍କେ ଆରି କତିମନ୍କେ ନାପ୍ବା, ସୁନାର୍ ନାପ୍ବା ଡାଙ୍ଗ୍ ରଇଲା ।
ସେ ନଅରେ ଗଟେକ୍ ବେସି ଉଁଚର୍ କତି ରଇଲା । ତେଇ ବାର୍ଟା ଗେଟ୍ ରଇଲା ଆରି ବାର୍ଟା ଦୁତ୍ମନ୍ ସେ ଗେଟ୍ମନର୍ ଦେକାରକା କର୍ତେରଇଲାଇ । ଇସ୍ରାଏଲ୍ ଲକ୍ମନର୍ ବାର୍ଟା ବଁସର୍ ନାଉଁମନ୍ ସେ ଗେଟେ ଲେକାଅଇରଇଲା ।
ସେ ନଅର୍ ପୁରାପୁରୁନ୍ ଚାରିକନିଆ ରଇଲା । ତାର୍ ଲମ୍ ଆରି ଅସାର୍ ସମାନ୍ ରଇଲା । ଦୁତ୍ ତାର୍ ନାପ୍ବା ଡାଙ୍ଗ୍ ସଙ୍ଗ୍ ନଅର୍ ନାପ୍ଲା । ସେ ନାପ୍ବା ଇସାବେ ସେଟା ଦୁଇଅଜାର୍ ଚାର୍ସ କିଲମିଟର୍ ଲମ୍ ରଇଲା । ତାର୍ ଲମ୍ ଅସାର୍ ଆରି ଉଁଚ୍ ସମାନ୍ ରଇଲା ।
ବାର୍ଟା ମୁକ୍ତାଇ ବାର୍ଟା କାପାଟ୍ ତିଆର୍ ଅଇରଇଲା । ଗଟେକ୍ ଗଟେକ୍ କାପାଟ୍ ଗଟେକ୍ ଗଟେକ୍ ମୁକ୍ତାଇଅନି ତିଆର୍ ଅଇରଇଲା । ନଅରର୍ ବାଟ୍ ଅସ୍ଲି ସୁନାସଙ୍ଗ୍ ତିଆର୍ ଅଇରଇଲା । କାଁଚ୍ପାରା, ଏନେ ଅନି ଦେକ୍ଲେ ତେନର୍ଟାମନ୍ ଡିସ୍ତେରଇଲା ।
ସେ ନଅରର୍ କାପାଟ୍ମନ୍ ସବୁବେଲେ ଉଗ୍ଡା ରଇସି । ସେଟା କେବେ ମିସା ଡାବିଅଇ ନ ରଏ । କାଇକେବଇଲେ ତେଇ କେବେ ରାତି ନ ଅଏ ।