8 ପର୍ମେସର୍ ବପୁ ଆରି ତାର୍ ମଇମାର୍ ଲାଗି ମନ୍ଦିର୍ ଦୁଆଁ ସଙ୍ଗ୍ ବର୍ତି ଅଇଲା । ସେ ସାତ୍ଟା ଦୁତ୍ମନ୍ ସାତ୍ଟା ମର୍ଡି ନ ସାରାଇବା ଜାକ, ମନ୍ଦିର୍ ବିତ୍ରେ କେ ପୁରିନାପାର୍ଲାଇ ।
ପରମେସରର୍ ଦୟା କେତେକ୍ ବଡ୍ ! ତାର୍ ଗିଆନ୍ ଆରି ବିଚାର୍ କର୍ବା ବପୁ କେ ବୁଜିନାପାରତ୍ ! ସେ ଜନ୍ଟା ଉଁ କର୍ସି, ସେଟା ଲକ୍ମନ୍ ବୁଜିନାପାରତ୍ । ସେ ଜନ୍ କାମ୍ କର୍ବାକେ ଗାଲାନି, ସେଟା କେ ବାତାଇ ନାପାରତ୍ ।
ସେ ଲକ୍ମନ୍ ମାପ୍ରୁର୍ ମୁଆଟେ ଡାଟ୍ସଙ୍ଗ୍ ଡାକ୍ପୁଟା ପାଇବା ତେଇଅନି, କାଲ୍ କାଲ୍ ଜୁଗ୍ ଜୁଗ୍ ପାଇ କୁରୁପ୍ନାସ୍ ଅଇଜିବାଇ ।
ଏଦେ ଦେକା ! ତାର୍ପଚେ ଆକାସେ ଆରିଗଟେକ୍ କାବା ଅଇଜିବା ଚିନ୍ ମୁଇ ଦେକ୍ଲି । ତେଇ ସାତ୍ଟା ଦୁତ୍ମନ୍କେ ସାତ୍ଟା ମର୍ଡି ସର୍ପାଇ ଅଇରଇଲା । ଏ ସର୍ତେ ମର୍ଡି ସାରାସାରି ବେଲର୍ଟା । କାଇକେବଇଲେ ଏଟା ଅଇଲାନି ଦର୍ତନି ଉପ୍ରେ ପର୍ମେସର୍ ଆନ୍ବା ସାରାସାରିର୍ ଡଣ୍ଡ୍ ।
ସେ ନଅର୍ ପର୍ମେସରର୍ ମଇମାସଙ୍ଗ୍ ଜକ୍ମକି ଜାଇତେରଇଲା । ଗଟେକ୍ ବେସି ଦାମ୍ ରଇବା ଜାସ୍ପର୍ ନାଉଁର୍ ଇରାପାକ୍ନା ପାରା ଜକ୍ମକି ଜାଇତେରଇଲା । ସେ ପାକ୍ନାଇ ଦେକ୍ଲେ ଏବାଟେ ଅନି ସେବାଟର୍ଟା ସବୁ ଡିସ୍ତେରଇଲା ।