ପର୍କାସିତ 13:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ଆଗ୍ତୁର୍ ପସୁର୍ପାରା ତାକେ ମିସା ଅଦିକାର୍ ରଇଲା । ସେ ଅଦିକାର୍ ସଙ୍ଗ୍ ସେ ସେବା କର୍ତେରଇଲା । ଜଗତେ ଆରି ଜଗତେରଇବା ସବୁ ଲକ୍ମନ୍କେ, ଆଗ୍ତୁର୍ ପସୁକେ ଜୁଆର୍ କରା ବଲି ଡରାଇତେରଇଲା । ଏତ୍କି ବିତ୍ରେ ପର୍ତୁମ୍ ପସୁର୍ ଗାଉ ସୁକିଜାଇତେରଇଲା । အခန်းကိုကြည့်ပါ။ |
ଆଗ୍ତୁ ତରେକ୍ ସେ ପସୁ ବଁଚିରଇଲା । ମାତର୍ ଏବେ ଆରି ସେ ନ ବଁଚେ । ପାତାଲେଅନି ସେଟା ବାରଇ ଆଇସି । ତାକେ ଆରି ତରେକ୍ ସେ ଡଣ୍ଡ୍ ପାଇବା ଜାଗାଇ ନିଆଅଇସି । ଜଗତେରଇବା ଲକ୍ମନ୍, ସବୁ ତିଆର୍ ନ ଅଇବା ଆଗ୍ତୁ, ଜାର୍ ନାଉଁ ଜିବନ୍ରଇବା ବଇଟାନେ ଲେକାଅତ୍ନାଇ, ସେମନ୍ ସେ ପସୁକେ ଦେକି କାବାଅଇଜିବାଇ । କାଇକେବଇଲେ ସେ ଆଗ୍ତୁ ବଁଚିରଇଲା, ଏବେ ଆରି ସେଟା ବଁଚିରଏନାଇ । ମାତର୍ ସେଟା ଆରିତରେକ୍ ଆଇସି ।
ତେଇ ପସୁକେ ବନ୍ଦିକରି ନେଲାଇ । ତାର୍ ସଙ୍ଗ୍ ଜନ୍ ମିଚ୍ କଇବା ବବିସତ୍ବକ୍ତା, ଜେ କି ତାର୍ ମୁଆଟେ କାବାଅଇଜିବା କାମ୍ମନ୍ କର୍ତେରଇଲା, ତାକେ ମିସା ବନ୍ଦିଗରେ ନେଲାଇ । ଏ କାବାଅଇଜିବା କାମ୍ମନର୍ ଲାଗି ସେ ଲକ୍ମନ୍କେ ନାଡାଇରଇଲା । ଜନ୍ ଲକ୍ମନ୍ କି ପସୁର୍ ଚିନ୍ ଗଦିଅଇକରି ତାର୍ ମୁର୍ତିକେ ଜୁଆର୍ କର୍ତେରଇଲାଇ ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଦୁଇଲକ୍ଜାକ ଜିବନ୍ ରଇତେ ଗନ୍ଦ୍ ଅଇତେରଇବା ଜଇର୍ ଗାଡେ ପିଙ୍ଗାଅଇଲା ।
ତାର୍ପଚେ ମୁଇ କେତେଟା ବସ୍ବା ଜାଗାମନ୍ ଦେକ୍ଲି । ଜେତ୍କି ଲକ୍ ବସ୍ବା ଜାଗାଇ ବସିରଇଲାଇ, ସେମନ୍କେ ନିଆଇ କର୍ବାକେ ବପୁ ଦିଆଅଇରଇଲା । ଆରି ତାଡ୍ନା ପାଇ ମରାଇଅଇରଇବା ଆତ୍ମାମନ୍କେ ଦେକ୍ଲି । ଜିସୁ ଜାନାଇରଇଲା ସତ୍ ଆରି ପର୍ମେସରର୍ ବାକିଅ ସେମନ୍ ଜାନାଇରଇଲାଇ । ପସୁକେ କି ତାର୍ ମୁର୍ତିକେ ସେମନ୍ ଜୁଆର୍ କରତ୍ନାଇ । ପସୁର୍ ଚିନ୍ ତାକର୍ କାପାଲେ କି ତାକର୍ ଆତେ ଗଦିଅଅତ୍ ନାଇ । ସେମନ୍ ଜିବନ୍ ପାଇଲାଇ ଆରି ଅଜାର୍ ବରସ୍ଜାକ କିରିସ୍ଟସଙ୍ଗ୍ ରାଜା ଇସାବେ ସାସନ୍ କଲାଇ ।