ପର୍କାସିତ 12:11 - ସତିଅର୍ ବାଟ୍ ନୁଆ ନିୟମ୍ 202011 ମେଣ୍ଡାପିଲାର୍ ବନିର୍ଲାଗି ଆରି ସେମନ୍ ଜାନାଇରଇବା ସତର୍ ଲାଗି ଆମର୍ ବାଇବଇନିମନ୍ ତାର୍ସଙ୍ଗ୍ ଜୁଇଦ୍ କରି ଜିତ୍ଲାଇ । ସେମନ୍ ମରିଜିବାଜାକ ଜାନିରଇଲେ ମିସା ବିସ୍ବାସ୍ କର୍ତେରଇଲାଇ । အခန်းကိုကြည့်ပါ။ |
“ମୁଇ ଜଅନ୍, ତମର୍ ବିସ୍ବାସର୍ ଲାଗି ବାଇ ଅଇଲିଆଚି । ଜିସୁର୍ ସଙ୍ଗ୍ ଆମେ ମିସିଆଚୁକେ, ତାର୍ ରାଇଜେ ରଇବା ଲକ୍ମନର୍ପାଇ ଆସିରଇବା ସବୁ ଦୁକ୍ କସ୍ଟଟାନେ ମୁଇ ତମର୍ ସଙ୍ଗ୍ ମୁର୍ଚିକରି ଆଚି । ଚାରିବେଟ୍ତି ସମ୍ଦୁର୍ ରଇକରି ମଜାଇ ରଇବା ପାତ୍ମସ୍ ବଲି ଗଟେକ୍ ରାଇଜେ ମକେ ନେଇରଇଲା । ମୁଇ ପର୍ମେସରର୍ କାତା ଆରି ଜିସୁ ଦେଇରଇବା ସିକିଆ ଜାନାଇରଇଲିଜେ, ମକେ ସେନ୍ତାରି କଲା ।
ମୁଇ ତାକେ ଜୁଆର୍ କର୍ବି ବଲି ତାର୍ ଗଡେ ଡାଣ୍ଡାସନ୍ ପଡ୍ଲି, ମାତର୍ ସେ ମକେ କଇଲା, “ନିଚୁ, ମୁଇ ଆରି ତର୍ ସଙ୍ଗର୍ ବିସ୍ବାସି ବାଇମନ୍ ଜେତ୍କି ଲକ୍ ଆମେ ସବୁ ଜିସୁ ଜାନାଇରଇବା ସତ୍ ଦାରିଆଚୁ, ଆମେ ସବୁ ଅବ୍କା ଦାଙ୍ଗ୍ଡାମନ୍, ପର୍ମେସର୍କେ ଜୁଆର୍ କରା । କାଇକେବଇଲେ ଜିସୁ ଜନ୍ ସତ୍ ଜାନାଇଆଚେ, ସେଟାସେ ବବିସତ୍ ବକ୍ତାମନ୍କେ କାତାଅଇବାକେ ବପୁଦେଲାଆଚେ ।”
ତାର୍ପଚେ ମୁଇ କେତେଟା ବସ୍ବା ଜାଗାମନ୍ ଦେକ୍ଲି । ଜେତ୍କି ଲକ୍ ବସ୍ବା ଜାଗାଇ ବସିରଇଲାଇ, ସେମନ୍କେ ନିଆଇ କର୍ବାକେ ବପୁ ଦିଆଅଇରଇଲା । ଆରି ତାଡ୍ନା ପାଇ ମରାଇଅଇରଇବା ଆତ୍ମାମନ୍କେ ଦେକ୍ଲି । ଜିସୁ ଜାନାଇରଇଲା ସତ୍ ଆରି ପର୍ମେସରର୍ ବାକିଅ ସେମନ୍ ଜାନାଇରଇଲାଇ । ପସୁକେ କି ତାର୍ ମୁର୍ତିକେ ସେମନ୍ ଜୁଆର୍ କରତ୍ନାଇ । ପସୁର୍ ଚିନ୍ ତାକର୍ କାପାଲେ କି ତାକର୍ ଆତେ ଗଦିଅଅତ୍ ନାଇ । ସେମନ୍ ଜିବନ୍ ପାଇଲାଇ ଆରି ଅଜାର୍ ବରସ୍ଜାକ କିରିସ୍ଟସଙ୍ଗ୍ ରାଜା ଇସାବେ ସାସନ୍ କଲାଇ ।