11 ଜେନ୍ତାରିକି ଗଟେକ୍ ପଲ୍ ଦେବା ଗଚ୍ ପଲ୍ ଦେଇସି, ସେନ୍ତାରିସେ ତମେ ମିସା ଜିସୁକିରିସ୍ଟର୍ ବପୁ ସଙ୍ଗ୍ ଦରମ୍ କାମର୍ ପଲ୍ ଦେଇସା । ଏଟା ପର୍ମେସର୍କେ ଡାକ୍ପୁଟା ଆରି ମଇମା କର୍ସି ।
ସେନ୍ତାରିସେ ତମର୍ ଉଜଲ୍ ଲକ୍ମନର୍ଟାନେ ଉଜଲ୍ ଡିସ । ସେନ୍ତାର୍ଆଲେ ତମର୍ ସତ୍କାମ୍ ଦେକି ସେମନ୍ ସର୍ଗେ ରଇବା ବାବା ପର୍ମେସରର୍ ଡାକ୍ପୁଟା କର୍ବାଇ ।
ତମେ ମକେ ବାଚାସ୍ ନାଇ, ମାତର୍ ମୁଇ ତମ୍କେ ବାଚ୍ଲି ଆଚି । ଆରି ଜାଇକରି ଅଦିକ୍ ଅଦିକ୍ ପଲ୍ ଦାର୍ବାକେ ତମ୍କେ ଦାଇତ୍ ଦେଲି । ତମର୍ ପଲ୍ ସବୁ ଦିନର୍ ପାଇ ରଇସି । ତେବେ ତମେ ମର୍ ନାଉଁ ଦାରି ବାବାକେ କାଇଟା ମାଙ୍ଗ୍ଲେ ମିସା ସେ ତମ୍କେ ଦେଇସି ।
ମର୍ଟାନେ ରଇବା ପିଲ୍କା ମାଲେ ପଲ୍ ନ ଦାର୍ଲେ, ସେ କାଟି ପାକାଇସି । ଆରି ଜନ୍ ମାଲେ ପଲ୍ ଦାର୍ସି ସେ ମାଲ୍ ଅଦିକ୍ ପଲ୍ ଦାର୍ବାକେ ପରିଚଲ୍ କର୍ସି ।
ତମେ ବେସି ପଲ୍ ଦାର୍ଲେ, ମର୍ ବାବା ଡାକ୍ପୁଟା ପାଇସି, ଆରି ଇତିଅନି ତମେ ମର୍ ସତ୍ ସିସ୍ମନ୍ ବଲି ଜାନ୍ବାଇ ।
ଆରି ମର୍ ଏ କାମ୍ ସାରାଇକରି ସେମନର୍ ସାଇଜର୍ପାଇ ଆନିରଇବା ଡାବୁ ସର୍ପିଦେଲା ପଚେ, ମୁଇ ଇସ୍ପେନ୍ଦେସେ ଜିବାକେ ବାରଇବି । ଆରି ବାଟେ ତେବିକରି ତମ୍କେ ଦେକ୍ବି ।
ମାତର୍ ତମେ ଏବେ ପାପେଅନି ମୁକ୍ଲିକରି ପରମେସରର୍ ଗତିଦାଙ୍ଗ୍ଡା ଅଇଆଚାସ୍ । ଏଟାର୍ ଲାବ୍ ଅଇଲାନି, ପରମେସରର୍ତେଇ ପୁରାପୁରୁନ୍ ସଲଦ୍ । ଆରି ଇତିଅନି ମିଲ୍ବାଟା ଅଇଲାନି ନ ସାର୍ବା ଜିବନ୍ ।
ତେବର୍ପାଇ ବାତ୍ କା, କି ପାନି କା, କି ଜାଇଟା ମିସା କରା, ପର୍ମେସର୍ ଡାକ୍ପୁଟା ପାଇବାକେ ସବୁ କରା ।
ଆରି ପର୍ମେସର୍ ଜେ କି ବୁନ୍ବାକେ ବିଅନ୍ ଆରି କାଇବାକେ କାଦି ଦେଇସି, । ସେ ତମ୍କେ ଜେତ୍କି ବିଅନ୍ ଦର୍କାର୍ ସେତ୍କି ଦେଇସି । ଆରି ସେଟା ବଡିକରି ବେସି ପସଲ୍ ଅଇସି । କାଇକେବଇଲେ ତମେ ଜବର୍ ଦେଲାସ୍ନି ।
ଜେନ୍ତାରିକି ଆମେ ଜେତ୍କି ଜିଉଦି ଲକ୍ ପର୍ତୁମ୍ କିରିସ୍ଟକେ ଆସାକରି ରଇଲୁ, ସବୁଲକ୍ ପରମେସର୍କେ ମଇମା କରୁ !
ପର୍ମେସର୍ ତାର୍ ଲକ୍ମନ୍କେ ଜେତ୍କି ବିସଇ ଦାନ୍ କର୍ବାକେ କାତା ଦେଲାଆଚେ, ସେ ସବୁଜାକ ଆମେ ମିଲାଇପାରୁ । ସୁକଲ୍ଆତ୍ମା ଆମର୍ବାଟେ ଟିଆଅଇସି । ପର୍ମେସର୍ ତାର୍ ଲକ୍ମନ୍କେ ପୁରାପୁରୁନ୍ ନିଜେ ମନ୍କରି ମୁକ୍ତି ଦେଇସି । ଏଟା ସତ୍ ବଲିକରି, ଆସା ପର୍ମେସର୍କେ ମଇମା କରୁ !
ପର୍ମେସର୍ସେ ଆମ୍କେ ତିଆର୍ କଲା ଆଚେ । ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ନିକ କାମ୍ କର୍ବାକେ ସେ ଆମ୍କେ ନୁଆ କଲା ଆଚେ । ଏଟା ଆଗ୍ତୁଆନି ସେ ଆମର୍ ପାଇ ମନ୍ କରି ରଇଲା ।
କାଇକେବଇଲେ, ଉଜ୍ଲେ ରଇଲେ ତେଇଅନି ସବୁ ରକାମର୍ ନିକ, ଦରମ୍, ଆରି ସତ୍ ବିସଇ ବାରଇସି ।
ତମ୍କେ ମୁଇ ଦାନ୍ ପାଟାଇତେରଅତ୍ ବଲି ଏନ୍ତାରି କଇନାଇ । ମାତର୍ ମକେ ସାଇଜ କଲାର୍ ପାଇ, ପର୍ମେସର୍ ତମ୍କେ ପୁରୁସ୍କାର ଦେଅ ବଲି ମୁଇ ମନ୍ କଲିନି ।
ତେବର୍ପାଇ ତମେ ତାକେ ସାର୍ଦା କରାଇଲାପାରା ଚଲାଚଲ୍ତିକରି ସେ ମନ୍କଲାପାରା ଜିଉନାକାଉନା କର୍ସା । ବିନ୍ ଲକ୍ମନ୍କେ ସାଇଜ କରିଲାଗିରଇସା ଆରି ପର୍ମେସରର୍ ବିସଇ ଜାନ୍ବାକେ ଅଦିକ୍ ଅଦିକ୍ ବଡିଆଇସା ।
ଗୁଲାଇ ଜଗତର୍ କେତେକ୍ କେତେକ୍ ଲକ୍ମନ୍ ଏ ସୁବ୍କବର୍ ବିସ୍ବାସ୍କରି ତାକର୍ ମନ୍ ବାଦ୍ଲାଇଲାଇନି । ତମେ ସୁବ୍କବର୍ ସୁନ୍ଲା ପର୍ତୁମ୍ ଦିନେଅନି ତମର୍ ବିତ୍ରେ ମିସା ଏନ୍ତାରିସେ ଅଇରଇଲା ଆରି ପର୍ମେସର୍ ଜିବନ୍ ଦୁକାଇଲା ସତ୍ ବିସଇ ତମେ ପୁରାପୁରୁନ୍ ଜାନିରଇଲାସ୍ ।
ଏନ୍ତାରି କଲେ ଆମର୍ ସବୁଲକର୍ ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ତମ୍କେ ମିସା ଡାକ୍ପୁଟା କରାଇସି । ଆରି ତମେ ମିସା ତାର୍ଟାନେ ଡାକ୍ପୁଟା ଅଇସା ।
ସେଟାକେ ଚାଡି କିରତେରଇବା ଆମର୍ ସବୁ ବିସ୍ବାସି ବାଇବଇନିମନ୍, ଦରମ୍ କାମ୍ କର୍ବାଟା ନ ଚାଡିକରି, ପାଇଟିକାବାଡ୍ କର୍ତେରଅତ୍ । ସେନ୍ତାରି କଲେ, ଅବାବେ ରଇଲା ଲକ୍ମନ୍କେ ଦେଇପାର୍ବାଇ । ଆରି ବିସ୍ବାସିମନ୍ ବେକାର୍ ଜିବନ୍ ନ ବିତାଅତ୍ ।
ଜେଡେବେଲେ ଡଣ୍ଡ୍ ପାଇବୁ, ଆମେ ସାର୍ଦା ନ ଅଉଁ, ମାତର୍ ଦୁକ୍ ଅଇବୁ । ସେଟା ସତ୍, ମାତର୍ ସେ ଡଣ୍ଡ୍ ପାଇଲାତେଇଅନି କାଇକାଇଟା ସିକ୍ଲା ପଚେ, ସେଟା ନିକ ବଲି ବାବ୍ବୁ । କାଇକେବଇଲେ ସେଟା ଆମ୍କେ ସାନ୍ତିସଙ୍ଗ୍ ରଇବା ମନ୍ ଆରି ଗଟେକ୍ ଦରମ୍ ଚଲାଚଲ୍ତି କର୍ବାକେ ସାଇଜ କର୍ସି ।
ତମର୍ ନଅରେ ରଇବା ବିସ୍ବାସ୍ ନ କର୍ବା ଲକ୍ମନ୍ ଦେକ୍ବା ଇସାବେ ତମର୍ ଚଲାଚଲ୍ତି ନିକ ରଇବାର୍ଆଚେ । ସେନ୍ତାରି ରଇଲେ ସେମନ୍ ତମର୍ ବିରୁଦେ ନିନ୍ଦା କାତା କଇଲେ ମିସା, ତମେ କରିରଇବା ନିକ କାମ୍ ଦେକିକରି ପର୍ମେସର୍ ବାଉଡିଆଇବା ଦିନେ ତାକେ ଡାକ୍ପୁଟା କର୍ବାଇ ।
ତାର୍ ଲଗେ ଆଇଲାର୍ପାଇ ତମେ ଜିବନ୍ ରଇବା ପାକ୍ନାପାରା ଅଇଆଚାସ୍ । କାଇକେବଇଲେ, ତମ୍କେ ଜଡିକରି ଗଟେକ୍ ଆତ୍ମା ରଇବା ମଣ୍ଡଲି ତିଆର୍ ଅଇଲାନି । ଆରି ପର୍ମେସରର୍ ସୁକଲ୍ ରଇବା ପୁଜାରି ଇସାବେ ତମେ ତାକେ ସେବା କଲାସ୍ନି । ଜିସୁକିରିସ୍ଟର୍ ଲାଗି ଏ ଆତ୍ମାର୍ ସେବା ପର୍ମେସର୍କେ ସାର୍ଦା କରାଇସି ।
ମାତର୍ ତମେ, ବାଚି ଅଇରଇବା ପର୍ମେସରର୍ କୁଟୁମ୍ । ଆରି ଆମର୍ ରାଜାର୍ ପୁଜାରି ଦଲ୍ । ପର୍ମେସରର୍ ଚକିତ୍ ଅଇଜିବା କାମ୍ ଜାନାଇବାକେ ସେ ବାଚିରଇବା ତାର୍ ନିଜର୍ ଲକ୍ ଅଇଆଚାସ୍ । ଆନ୍ଦାର୍ ବିତ୍ରେ ଅନି ତାର୍ କାବା ଅଇଜିବା ଉଜଲେ ଜିବାକେ ସେ ତମ୍କେ ଡାକି ଆଚେ ।
କିରିସ୍ଟର୍ ସିସ୍ ଅଇଲାର୍ ପାଇ ଲକ୍ମନ୍ ତମ୍କେ ନିନ୍ଦା କଲେ, ତମେ କେଡେକ୍ କରମର୍ ଲକ୍ ! କାଇକେବଇଲେ ବେସି ମଇମା ରଇବା ପର୍ମେସରର୍ ଆତ୍ମା ତମର୍ଟାନେ ଆଚେ ବଲି ଜାନିପାର୍ସା ।