ମାର୍କ 9:43 - ସତିଅର୍ ବାଟ୍ ନୁଆ ନିୟମ୍ 202043 ଜଦି ତମର୍ ଆତ୍ ତମ୍କେ ପାପ୍ କରାଇଲାନି ବଇଲେ, ସେ ଆତ୍ କାଟିପାକାଆ । କାଇକେବଇଲେ ଜଡେକ୍ ଆତ୍ ରଇକରି ସବୁଦିନର୍ପାଇ ଜଇଲାଗ୍ବା ନର୍କେ ପେଲାଇଅଇବା ବାଦୁଲେ ଗଟେକ୍ ଆତ୍ ନ ରଇକରି ସର୍ଗେ କେଟ୍ବାଟା ନିକ ଅଇସି । အခန်းကိုကြည့်ပါ။ |
ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି ।
ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍ମନର୍ପାରା ଆଚୁ । ଆମର୍ ଚାରିବେଟ୍ତି ଗଟେକ୍ ବଡ୍ ଦଲର୍ ସାକିମନ୍ ଦେକ୍ଲାଇନି । ତେବର୍ପାଇ ଜନ୍ଟାମନ୍ ଆମ୍କେ ବାଦା ଦେଲାନି, ଆରି ଜନ୍ ପାପ୍ମନ୍ ଆମ୍କେ ପଚ୍କେ ଜିକ୍ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍ । ଜନ୍ ଆରାଜିତା ଅଇ ପାଲାଇବାଟା ପର୍ମେସର୍ ଆମର୍ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍ଚିକରି ପାଲାଇ ସାରାଇଦେଉଁ ।