39 ମାତର୍ ଜିସୁ କଇଲା, “ତାକେ ଏନ୍ତି ନ କର୍ ବଲି ତେବାଆ ନାଇ କାଇକେବଇଲେ, ମର୍ ନାଉଁର୍ ବପୁ ପାଇକରି କାବା ଅଇଜିବା କାମ୍ମନ୍ କରିପାର୍ବା ଲକ୍, ମର୍ ବିରୁଦେ କାରାପ୍ କାତା ନ କଏ ।
ଜଅନ୍ ଜିସୁକେ କଇଲା, “ଏ ଗୁରୁ, ଗଟେକ୍ ଲକ୍ ତର୍ନାଉଁ ଦାରି ଲକ୍ମନର୍ଟାନେଅନି କାରାପ୍ ଆତ୍ମାକେ ବାର୍କରାଇ କେଦିଦେବାଟା ଆମେ ଦେକିକରି, ତାକେ ସେନ୍ତି ନ କର୍ ବଲି କଇଲୁ, କାଇକେବଇଲେ ସେ ଆମର୍ ନିଜର୍ ଲକ୍ ନଏଁ ।”
କାଇକେବଇଲେ ଜେ ଆମ୍କେ ବିରଦ୍ ନ କରେ, ସେ ଆମର୍ ନିଜର୍ ଲକ୍ ।
ସେଟାର୍ପାଇ ମୁଇ ଏବେ ତମ୍କେ କଇଲିନି, ଜନ୍ ଲକ୍ ସୁକଲ୍ ଆତ୍ମାର୍ ଚାଲ୍ନା ପାଇଲାଆଚେ, ସେ ଜିସୁକେ ଅବିସାପ୍ ଦେଇ ନାପାରେ । ଆରି ଜନ୍ ଲକ୍ ତାର୍ ଆତ୍ମା ପାଏନାଇ, ସେ ଜିସୁ ପର୍ମେସର୍ ବଲି କଇନାପାରେ ।
ମୁଇ କସ୍ଟ ମୁର୍ଚିକରି ଗାଗଡ୍ ମେଲା ଚାଡିନାଇ । କାଇକେ ବଇଲେ ବିନ୍ ଲକ୍ମନର୍ ଲଗେ ସୁବ୍କବର୍ ଜାନାଇରଇଲେ ମିସା ମକେ ଜେନ୍ତିକି ନାଇବଲିକରି ନ କଅତ୍ ।
ମାତର୍ ଏଟା ମର୍ପାଇ କାଇଟା ନାଇ । ସେମନ୍ ସତଇସେ କଲେ କି ବୁଲ୍ କାମର୍ ପାଇ କଲେ ମିସା, କିରିସ୍ଟର୍ ବିସଇର୍ କବର୍ ଜାନାଇ ଅଇଲେ, ସେଟା ମୁକିଅ ବିସଇ । ଆରି ସେଟାର୍ପାଇ ମୁଇ ସାର୍ଦା ସଙ୍ଗ୍ ରଇବି ।