30 ତେଇ ଜିସୁ ସେମନ୍କେ ଡାଟ୍ସଙ୍ଗ୍ ଜାଗ୍ରତା କରାଇ କଇଲା, “ମୁଇ କେ ବଲି କାକେ ନ କୁଆ ।”
ସେ ମସିଅ ବଲି କାକେ ନ କଇବାକେ, ସିସ୍ମନ୍କେ ଡାଟ୍କଲା ।
ଜିସୁ ତାକେ କଇଲା, “ସୁନ୍, ତୁଇ କେନ୍ତିଅଇ ନିକ ଅଇଲୁସ୍, ଏ କାତା କାକେ ମିସା କ ନାଇ, ମାତର୍ ସିଦା ପୁଜାରିର୍ ଲଗେ ଜାଇକରି ନିଜ୍କେ ଦେକାଇ ଅ, ଆରି ତୁଇ ନିକ ଅଇ ଆଚୁସ୍ ବଲି ସବୁ ଲକର୍ ଟାନେ ଜାନାଇଅଇବାକେ ମସାର୍ ନିୟମ୍ ଇସାବେ ପର୍ମେସର୍କେ ସର୍ପିଦେସ୍ ।”
ଜିସୁ ଲକ୍ମନ୍କେ ଏ ବିସଇ କାକେ ନ କଇବାକେ ଆଦେସ୍ ଦେଲା, ମାତର୍ ସେ ଲକ୍ମନ୍କେ ଜେତେକ୍ ନିଚୁବଇଲେ ମିସା ସେମନ୍ ଆରି ଅଦିକ୍ ଅଦିକ୍ ସେଟା ଜାନାଇଲାଇ ।
ଆରି ଜିସୁ ତାକେ କଇଲା, “ଏବେ ତୁଇ ଗାଏଁ ନ ଜାଆ, ମାତର୍ ତର୍ ନିଜର୍ ଗରେ ଉଟିଜା” ବଲିକରି ପାଟାଇଦେଲା ।
ସେମନ୍ ପର୍ବତେ ଅନି ଉତର୍ଲାବେଲେ ଜିସୁ ସେମନ୍କେ ଡାଟ୍ ସଙ୍ଗ୍ ଆଦେସ୍ ଦେଇ ଏନ୍ତି ବଲି କଇଲା, “ପର୍ମେସରର୍ ଟାନେଅନି ଆସିରଇବା ନର୍ପିଲା ମୁଇ, ମଲାଟାନେଅନି ଆରିତରେକ୍ ନ ଉଟ୍ବା ଜାକ ଇତି କାଇକାଇଟା ତମେ ଦେକ୍ଲାସ୍, ସେ ବିସଇ କାକେମିସା ନ କୁଆ ।”
ତେଇ ଜିସୁ ଏଟା କାକେ ନ କଇବାପାଇ ସେମନ୍କେ ଜାଗ୍ରତ୍କରି ତିଆର୍ଲା ।