24 ତାର୍ପଚେ ଜିସୁକେ କୁର୍ସେ ଚଗାଇଲାଇ ଆରି ତାର୍ ବସ୍ତର୍ କାର୍ବାଗେ କାଇଟା ମିଲ୍ସି ବଲି ବାଟାକରି ନେବାକେ, କେଡ୍ ପୁଟାଇକରି ନିଜର୍ ନିଜର୍ ବିତ୍ରେ ବାଟାକରି ନେଲାଇ ।
ସେବେଲା ଜିସୁ କଇଲା, “ଏ ବାବା ଏମନ୍କେ କେମା କରିଦିଆସ୍, କାଇକେ ବଇଲେ ଏମନ୍ କାଇଟା କଲାଇନି ସେଟା ନାଜାନତ୍ ।” ସେମନ୍ ଜିସୁର୍ ପଚିଆ ନେଇ କାକେ ମିଲ୍ସି ବଲି କେଡ୍ ପୁଟାଇଲାଇ ।
ତାର୍ ଆଗ୍ତୁର୍ ଜଜ୍ନା ଇସାବେ ସେ କାତା ଦେଇସାରାଇରଇଲା କି, ଜିସୁ ତମର୍ ଆତେ ସର୍ପାଇ ଅଇସି । ତାର୍ପଚେ ତାର୍ ନିୟମ୍ ନ ମାନ୍ବା ଲକ୍ମନ୍ ତାକେ କୁର୍ସେ ଚଗାଇ ମରାଅତ୍ ବଲି ତମେ ତାକେ ଏନ୍ତି କଲାସ୍ ।
ତମେ ଜିସୁକେ କୁର୍ସେ ଚଗାଇ ମରାଇଲାପଚେ, ଆମର୍ ଆନିଦାଦିମନର୍ ପର୍ମେସର୍ ତାକେ ମଲାଟାନେଅନି ଉଟାଇଲାଆଚେ ।
କିରିସ୍ଟକେ କାଇ ପାପ୍ ନ ରଇଲା । ମାତର୍ ଆମର୍ ପାପର୍ ପାଇ ଆକା ସେ ଡଣ୍ଡ୍ ପାଅ ବଲି ପର୍ମେସର୍ ଟିକ୍ କଲା । କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ଏବେ ପର୍ମେସର୍ ଆମ୍କେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
ଆମେ କେ ମିସା ନିୟମର୍ ସବୁ ଆଦେସ୍ ମାନି ନାପାରୁ । ସେଟାର୍ପାଇ ଆମେ ସବୁ ଡଣ୍ଡ୍ ପାଇବାର୍ ରଇଲା । ମାତର୍ କିରିସ୍ଟ ଆମର୍ ସାଇପ୍ ନିଜେ ନେଲା ଆରି ନିୟମର୍ ସାଇପେଅନି ଆମ୍କେ ମୁକ୍ଲାଇଲା । ଦରମ୍ ସାସ୍ତରେ ଲେକାଆଚେ, ଜେ ଗଚେ ଉଚ୍କିଅଇ ମର୍ସି, ସେ ପରମେସରର୍ତେଇ ଅନି ସାଇପ୍ ପାଇଲା ଲକ୍ !
ଆମେ ପାପ୍ କଲାର୍ପାଇ ପାଇବା ଡଣ୍ଡ୍ କୁରୁସ୍କାଟେ ମରିକରି କିରିସ୍ଟ ନିଜେ ବଇନେଲା । ପାପ୍ କର୍ବାଟା ଚାଡିକରି ଦରମ୍ ଚଲାଚଲ୍ତି କର୍ବାକେ ସେ ଏନ୍ତାରି କଲା । ତାର୍ ଗାଗ୍ଡେ ମାରି ରଇବା ଗାଉର୍ ଲାଗି ଆମେ ନିକ ଅଇଆଚୁ ।