15 ସେ ଗରର୍ ସାଉକାର୍ ତମ୍କେ ଗର୍ ଉପ୍ରେ ରଇବା ନିମାନ୍ ସଜାଇଅଇରଇଲା ଗଟେକ୍ ବଡ୍ଟା ବାକ୍ରା ଦେକାଇଦେଇସି । ତେଇ ଆମର୍ପାଇ କାଇବା କାଦି ତିଆର୍କରା ।” ବଲି ପାଟାଇଲା ।
ସେ ପାନିନେବା ଲକ୍ ଗଟେକ୍ ଗରେ ପୁର୍ସି । ତମେ ମିସା ସେ ଗର୍ ବିତ୍ରେ ପୁରିକରି ସେ ଗରର୍ ସାଉକାର୍କେ କୁଆ, “ଆମର୍ ଗୁରୁ ପାଚାର୍ଲାନି, ମୁଇ ମର୍ ସିସ୍ମନର୍ ସଙ୍ଗ୍ ରକିଆ ପାଇବା ପରବର୍ ବଜି କର୍ବା ବାକ୍ରା କନ୍ତି ଆଚେ ?
ତାର୍ ପଚେ ଦୁଇଟା ସିସ୍ମନ୍ ସେ ଗରେ ଗାଲାଇ । ତେଇ ଜିସୁ ସେମନ୍କେ ଜେନ୍ତି କଇରଇଲା, ସବୁ ସେନ୍ତି ଦେକ୍ଲାଇ । ସେଟାର୍ପାଇ ସେମନ୍ ତେଇ ନିସ୍ତାର୍ ପରବର୍ ବଜି ତିଆର୍କଲାଇ ।
ଜିସୁ ଦୁଇତର୍ ପାଚାରି ସାରି ଆରିତରେକ୍ ପାଚାର୍ଲା, “ଏ ଜଅନର୍ ପଅ ସିମନ୍ ତୁଇ ମକେ ଆଲାଦ୍ କଲୁସ୍ନି କି ?” ଜିସୁ ତାକେ ତିନ୍ ତର୍ ଜାକ ଗଟେକ୍ କାତାସେ ପାଚାର୍ଲାଜେ ପିତର୍ ଦୁକ୍ ଅଇଗାଲା, ଆରି କଇଲା, “ଏ ମାପ୍ରୁ ! ମୁଇ ଆଲାଦ୍ କଲିନି ବଲି ତୁଇ ସବୁ ଜାନିଆଚୁସ୍ ।” ଜିସୁ ପିତର୍କେ କଇଲା, “ତୁଇ ମର୍ ମେଣ୍ଡାମନ୍କେ ନିମାନ୍ କରି କୁଆଉ ।
ଜିରୁସାଲେମ୍ ନଅରେ ଜାଇକରି ସେମନ୍ ରଇବା ବାକ୍ରାଇ ପୁର୍ଲାଇ । ପିତର୍, ଜଅନ୍, ଜାକୁବ୍ ଆରି ତାର୍ ବାଇ ଆନ୍ଦ୍ରିୟ, ପିଲିପ୍, ତମା, ବାର୍ତଲମି, ମାତିଉ, ଆଲ୍ପିର୍ ପିଲା ଜାକୁବ୍, ଦେସ୍ ଆଲାଦ୍କର୍ବା ସିମନ୍ ଆରି ଜାକୁବର୍ ପିଲା ଜିଉଦା, ଏମନ୍ ରଇଲା ତେଇର୍ ପେରିତ୍ ସିସ୍ମନ୍ ।
ଜନ୍ ଉପର୍ ତାଲାର୍ ବାକ୍ରାଇ ଆମେ ସବା କର୍ତେ ରଇଲୁ, ତେଇ ବେସି ବତିମନ୍ ଲାଗିରଇଲା ।
ଅଇଲେମିସା ପର୍ମେସର୍ ଜନ୍ କୁନାଦି ବସାଇଆଚେ, ସେଟା ଡାଟ୍ସେ ରଇସି । ସେ କୁନାଦି ଉପ୍ରେ ଏନ୍ତାରି ଲେକା ଅଇଲାଆଚେ, “ମାପ୍ରୁ ତାର୍ ନିଜର୍ ଲକ୍କେ ଜାନେ, ଆରି ଜେତ୍କିଲକ୍ ସବୁ ଆମେ ମାପ୍ରୁର୍ ଲକ୍ ବଲାଇଅଇଲାଇନି, ସେମନ୍ ବୁଲ୍ କାମେ ଅନି ଦୁରିକେ ରଅତ୍ ।”
ପର୍ମେସର୍ଟାନେ କାଇ ବିସଇ ମିସା ଲୁଚିକରି ନ ରଏ । ତାର୍ ଆଁକିଟାନେ ସବୁ ବିସଇ ଉଗାଡି ଅଇରଇଲାପାରା ଆଚେ । କାଇକେବଇଲେ ସେ ସବୁ ବିସଇ, ଗଟେକ୍ ନ ଚାଡିକରି, ସବୁ ଜାନେ । ଆରି ତାର୍ ଲଗେ ଆମେ ଆମର୍ ନିଜର୍ ବିସଇର୍ ଇସାବ୍ ଦେବାର୍ ଆଚେ ।