18 ଜିସୁ ତାକେ କଇଲା, “ତୁଇ ମକେ କାଇକେ ନିମାନ୍ ଲକ୍ ବଲି କଇଲୁସ୍ନି ? କାଇକେବଇଲେ ପର୍ମେସର୍କେ ଚାଡିକରି ଆରି ବିନ୍ଟା କେ ମିସା ନିମାନ୍ ଲକ୍ ନାଇ ।
ଜିସୁ ତାକେ କଇଲା, “ନିକ କାମ୍ ବିସଇ ନେଇକରି ମକେ କାଇକେ ପାଚାର୍ଲୁସ୍ନି ? ପର୍ମେସର୍ସେ ସତ୍ । ତାର୍ ଆଦେସ୍ ମାନ୍ଲେ, ନ ସାର୍ବା ଜିବନ୍ ମିଲାଇସୁ ।”
ଜିସୁ ଆରି ତାର୍ ସିସ୍ମନ୍ ତେଇଅନି ବାରଇ ଜିବାବେଲେ ବାଟେ ଗଟେକ୍ ଲକ୍ ପାଲାଇ ଆସି ତାର୍ ଲଗେ କେଟ୍ଲା ଆରି ତାର୍ ମୁଆଟେ ମାଣ୍ଡିକୁଟା ଦେଇ ପାଚାର୍ଲା, “ଏ ନିମାନ୍ ଗୁରୁ, ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ ?”
ଆରି ତୁଇ ନିଅମ୍ତା ଜାନିଆଚୁସ୍, ମାର୍ବାର୍ ନାଇ, ପାଦ୍ରାପାଦ୍ରି କାମ୍ କର୍ବାର୍ ନାଇ, ଚର୍ କାମ୍ କର୍ବାର୍ ନାଇ, ମିଚ୍ ସାକି ଦେବାର୍ ନାଇ, ଆୟା ବାବାକେ ସନ୍ମାନ୍ ଦିଆସ୍ ।” ବଲି କଇଲା ।
ଜିସୁ ତାକେ କଇଲା, ମକେ କାଇକେ ନିମାନ୍ ବଲି କଇଲୁସ୍ନି ? କାଇକେ ବଇଲେ ପର୍ମେସର୍ ଗଟେକ୍ ଲକ୍ସେ ନିମାନ୍ ।
ସେମନ୍ ସବୁ ଲକ୍ ପରମେସର୍ଟାନେଅନି ଅନି ଦୁରିକେ ଜାଇ ଆଚତ୍ । ସେମନ୍ ବାଟ୍ ବାନା ଅଇଗାଲାଇ ଆଚତ୍ । କେ ଗଟେକ୍ ଲକ୍ ମିସା ସତ୍ କାମ୍ କରତ୍ ନାଇ ।
ସବୁ ନିକ ଆରି ସିଦ୍ ରଇବା ଦାନ୍ ପର୍ମେସର୍ ଦେଲା ଆଚେ । ବାଦ୍ଲେ ଉଜଲ୍ ଅଇବା ସବୁଜାକ ସେ ତିଆର୍କଲା ଆଚେ । ସେଟାମନ୍ ବାଦ୍ଲେ ବୁଲ୍ବାବେଲେ ବାଦଲ୍ସି ଆରି ଚାଇଁ ଏନେତେନେ ଅଇସି । ମାତର୍ ପର୍ମେସର୍ ଅଲପ୍ ମିସା ସେନ୍ତାରି ନ କରେ ।
ପର୍ମେସର୍ ଜନ୍ ଆଲାଦ୍ ଆମର୍ପାଇ ଦେକାଇଆଚେ, ସେଟା ଆମେ ଜାନ୍ଲୁନି ଆରି ବିସ୍ବାସ୍ କଲୁନି । ସେ ସବୁବେଲେ ଲକ୍ମନ୍କେ ଆଲାଦ୍ କର୍ସି । ଜେତ୍କି ଲକ୍ ପର୍ମେସର୍କେ ଆରି ବିନ୍ ଲକ୍ମନ୍କେ ଆଲାଦ୍ କର୍ବାଇ, ସେମନ୍ ପର୍ମେସରର୍ ସଙ୍ଗ୍ ମିସିଆଚତ୍ । ଆରି ସେ ମିସା ତାକର୍ ସଙ୍ଗ୍ ଆଚେ ।
ଜେ ବିନ୍ ଲକ୍ମନ୍କେ ଆଲାଦ୍ ନ କରେ, ସେ ପର୍ମେସର୍କେ ନାଜାନେ । କାଇକେବଇଲେ ପର୍ମେସର୍ ସବୁବେଲେ ଆଲାଦ୍କାରିଆ ।