16 ସଞ୍ଜ୍ ଅଇଲାକେ ଲକ୍ମନ୍, କେତେକ୍ କେତେକ୍ ଡୁମା ଦାରିରଇଲା ଲକ୍ମନ୍କେ ଜିସୁର୍ ଲଗେ ଆନ୍ଲାଇ । ତାର୍ ପଦେକ୍ କାତା କଇଲା ଦାପ୍ରେସେ ଡୁମା ଆତ୍ମାମନ୍କେ ବାର୍କରାଇଦେଲା ଆରି ରଗି ଲକ୍ମନ୍କେ ନିକ କଲା ।
ତାର୍ ପଚେ ଦିନେକ୍ ଲକ୍ମନ୍ ଗଟେକ୍ କାଣା ଅଇ ଗୁଲା ଅଇଜାଇରଇଲା ଲକ୍କେ ଜିସୁର୍ ଲଗେ ଆନ୍ଲାଇ । ତାକେ ଡୁମା ଦାରିରଇଲାଜେ କାତାଅଇ ନାପାର୍ତେ ରଇଲା । ଜିସୁ ତାକେ ନିମାନ୍ କଲା । ଏଦେ ଦେକା ! ସେ ଦେକ୍ଲା ଆରି କାତା କଇପାର୍ଲା ।
ଜେଡେବେଲେ ଜିସୁ ଡଙ୍ଗାଇଅନି ଉତ୍ରି ଏତେକ୍ମାଣ୍ଡ୍ ଲକ୍ମନ୍କେ ଦେକ୍ଲା, ସେ ଦୟା କଲା । ତେଇ ଜେତ୍କି ରଗିମନ୍ ରଇଲାଇ, ସବୁକେ ନିକ କଲା ।
ସେ ପିତରର୍ ସାତ୍ରିର୍ ଆତେ ଚିଇଲା ଦାପ୍ରେ ତାର୍ ଜର୍ ଚାଡିଗାଲା । ଆରି ସେ ଉଟିକରି ଜିସୁର୍ ସେବା କର୍ବାର୍ ଦାର୍ଲା ।
ଆରି ତେଇ ଗୁସ୍ରି ଚାରାଇତେ ରଇବା ଲକ୍ମନ୍ ପାଲାଇ କରି ଡୁମା ଡସି ରଇଲା ଲକ୍ମନ୍କେ କାଇକାଇଟା ଅଇଲା ସେଟା ସବୁ କଇଦେଲାଇ ।
ଆରି ତେଇ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଆନ୍ଲାଇ । ଚେରେଙ୍ଗ୍ ରଗି ଅଚ୍ନାଇ ସଇରଇଲା । ସେ ଲକ୍ମନର୍ ବିସ୍ବାସ୍ ଦେକି ରଗିକେ କଇଲା, “ସାଆସ୍ ଦାର୍, ତର୍ ସବୁ ପାପ୍ କେମା ଅଇଗାଲା ।”
ସେଡ୍କି ବେଲେ କେତେକ୍ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଦାରିଆଇଲାଇ । ତାକର୍ ବିତ୍ରେ ଅନି ଚାର୍ଲକ୍ ରଗିକେ ବଇରଇଲାଇ ।
କାଇକେବଇଲେ ଜିସୁ ତାକେ ଆଗ୍ତୁ କଇତେରଇଲା, “ଏରେ ଡୁମା, ଏ ଲକର୍ଟାନେଅନି ବାରଇ ଜା ।”
ଏ ଗଟ୍ନାର୍ କାମ୍ ଦେକ୍ବାକେ ଲକ୍ମନ୍ ଏକାତରେ ପାଲାଇଆଇବାଟା ଜିସୁ ଦେକିକରି ସେ କାରାପ୍ ଆତ୍ମାକେ ଦମ୍କାଇକରି କଇଲା, “ଏ କରାପ୍ ଆତ୍ମା, ତୁଇ ଏ ପିଲାକେ ଗୁଲା ଆରି ବଇରା କରାଇଆଚୁସ୍ । ଏ ପିଲାର୍ ଗାଗ୍ଡେଅନି ବାରଇ ଉଟିଜା ଆରି କେବେ ମିସା ତାର୍ ଗାଗ୍ଡେ ନ ପୁର୍, ବଲି ମୁଇ ତକେ ଆଦେସ୍ ଦେଲିନି ।”
ଜିସୁ ତାକେ ଦେକି ଲଗେ ଡାକି କଇଲା, “ଏ ନିନି ତକେ ମୁଇ, ଏ କୁବ୍ଡି ରଗେଅନି ନିକ କଲିନି ।”
ବେଲ୍ବସି ସଞ୍ଜ୍ ଅଇଲାଜେ ଜର୍ଦୁକା ଅଇରଇଲା ଲକ୍ମନ୍କେ ଜିସୁର୍ ଲଗେ ଆନ୍ଲାଇ, ଆରି ସେ ଜର୍ଦୁକାର୍ ଲକ୍ମନ୍କେ ଗଟେକ୍ ଗଟେକ୍ ଲକର୍ ଉପ୍ରେ ଆତ୍ ସଙ୍ଗଇ ନିକ କଲା ।
ଡୁମା ଦାରିରଇବା ବେସି ଲକ୍ମନ୍ ମିସା କିର୍କିରି କରି “ତୁଇ ପର୍ମେସରର୍ ପଅ !” ବଲି ଲକର୍ ଟାନେଅନି ଚାଡି ପାଲାଇଲାଇ । ଜିସୁ ସେମନ୍କେ ଦମ୍କାଇ କରି କାତାଅଇବାକେ ମିସା ଦେଏନାଇ, କାଇକେବଇଲେ ସେମନ୍ ତାକେ କିରିସ୍ଟ ବଲି ଜାନିରଇଲାଇ ।
ପେରିତ୍ ସିସ୍ମନର୍ କାମ୍ ଅଦିକ୍ ବଡି ବଡି ଗାଲା । ଏନ୍ତିକି ପିତର୍ ଇଣ୍ଡିଗାଲାବେଲେ ତାର୍ ଚାଇଆଲେ ଅଲପ୍ ପଡବଲି ଲକ୍ମନ୍ ରଗିମନ୍କେ ବଇଆନି ବାଟ୍ପାଲି କଟେ ଆରି ଟାଟିମନ୍ ଅଚାଇକରି ସୁଆଇ ଦେଇତେ ରଇଲାଇ ।