14 “ତମର୍ ବିରଦେ ଦସ୍ କରିରଇବା ବିନ୍ ଲକ୍ମନ୍କେ ଜଦି ତମେ କେମା କର୍ସା, ତମର୍ ସରଗର୍ ବାବା ପର୍ମେସର୍ ମିସା ତମ୍କେ କେମା କର୍ସି ।
ବିନ୍ ଲକ୍ମନ୍କେ ଦୟା ଦେକାଇବା ଲକ୍ମନର୍ କେଡେକ୍ ନିକ କରମ୍, କାଇକେବଇଲେ ସେମନ୍କେ ପର୍ମେସର୍ ଦୟା କର୍ସି ।
ଆମର୍ ବିରଦେ ଦସ୍ କରିରଇବା ଲକ୍ମନ୍କେ ଆମେ ଜେନ୍ତାର୍ କେମା କଲୁନି, ସେନ୍ତାରି ଆମର୍ ସବୁ ଦସ୍ କେମା କରା ।
କାଇକେବଇଲେ ତମେ ବିନ୍ ଲକର୍ ଦସ୍ ଜେନ୍ତି ବିଚାର୍ କର୍ତେରଇସା, ସେନ୍ତାରିସେ ପର୍ମେସର୍ ତମର୍ ବିଚାର୍ କର୍ସି । ତମେ ବିନ୍ ଲକ୍ମନ୍କେ ଜନ୍ ନିୟମ୍ କର୍ସା, ପର୍ମେସର୍ ତମ୍କେ ସେ ନିୟମ୍ କର୍ସି ।
ମାତର୍ ତମେ ପାର୍ତନା କର୍ବା ବେଲେ ତମର୍ ମନେ କାର୍ ବିରଦେ ମିସା କାଇ କାତା ରଇଲେ, ତାକେ କେମା ଦିଆସ୍ । ଏନ୍ତି କଲେ ତମର୍ ସରଗର୍ ବାବା ମିସା ତମ୍କେ ତମର୍ ପାପେଅନି କେମା ଦେଇସି ।
“ବିନ୍ଲକର୍ ବିଚାର୍ କରାନାଇ, ସେନ୍ତାର୍କଲେ ପର୍ମେସର୍ ତମ୍କେ ବିଚାର୍ କର୍ସି । ଦସ୍ ନ ଦିଆସ୍, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦସ୍ ନ ଦାରେ । କେମା କରା, ସେନ୍ତାର୍କଲେ ତମ୍କେ କେମା ମିଲ୍ସି ।
ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ମାନାମାନି ଅଇକରି ଆଲାଦ୍ ସଙ୍ଗ୍ ଦରମ୍ ଅଇ ରୁଆ । ଜେନ୍ତିକି କିରିସ୍ଟର୍ ଲାଗି ପର୍ମେସର୍ ତମ୍କେ କେମା କରିଦେଲା ଆଚେ । ତମେମନ୍ ମିସା ସେ ରକାମ୍ ନିଜର୍ ନିଜର୍ ବିତ୍ରେ କେମା କରାକରି ଉଆ ।
ତମର୍ ତମର୍ ବିତ୍ରେ ଦସ୍ ଦାରାଦାରି ଅଇ ବୁଲ୍କଲେ କେମା ଦିଆଦିଇ ଉଆ । ବିନ୍ ଲକର୍ ବିରଦ୍ କାତା ରଇଲେ ମୁର୍ଚିକରି କେମା ଦିଆଦିଇ ଉଆ । ମାପ୍ରୁ ତମ୍କେ କେମା ଦେଲାପାରା ତମର୍ ବିତ୍ରେ କେମା କରାକରି ଉଆ ।
କାଇକେବଇଲେ ଜନ୍ଲକ୍ ବିନ୍ ଲକ୍କେ ଦୟା ନ ଦେକାଏ, ପର୍ମେସର୍ ବିଚାର୍ନା କର୍ବାବେଲେ ତାକେ ମିସା ଦୟା ନ ଦେକାଏ । ଜନ୍ ଲକ୍ମନ୍ ବିନ୍ ଲକ୍ମନ୍କେ ଦୟା କରିଆଚେ, ସେମନ୍ ବିଚାର୍ନାଟାନେ ଡର୍ବାର୍ ନାଇ ।
କେ କେ ସଇତାନର୍ ପିଲାମନ୍ ଆରି କେ କେ ପର୍ମେସରର୍ ପିଲାମନ୍ ବଲି ଆମେ ଜାନୁ । ଜନ୍ ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ସତ୍ କାମ୍ ନ କରତ୍ । ଜନ୍ ଲକ୍ମନ୍ ମିସିବିଡିକରି ରଇବା ବିସ୍ବାସି ବାଇବଇନିମନ୍କେ ଆଲାଦ୍ ନ କରତ୍, ସେମନ୍ ତାର୍ ପିଲାଜିଲା ନ ଅଅତ୍ ।