9 ସେଦାପ୍ରେ ଜିସୁ ସେମନ୍କେ ବେଟ୍ଅଇ କଇଲା, “ତମ୍କେ ସାନ୍ତି ମିଲ !” ସେମନ୍ ଜିସୁର୍ ଲଗେ ଜାଇ ତାର୍ ପାଦ୍ ଦାରି ଜୁଆର୍ କଲାଇ ।
ଡଙ୍ଗାଇ ରଇଲା ଲକ୍ମନ୍ ଜିସୁକେ ଜୁଆର୍ କରି କଇଲାଇ, “ତମେ ସତ୍ସେ ମାପ୍ରୁର୍ ପିଲା ।”
ଆଟେ ବାଟେ ଆରି ଦୁକାନେ ଲକ୍ମନ୍ ସେମନ୍କେ ମାନିକରି ଜୁଆର୍ କରତ୍ ଆରି ‘ଗୁରୁ’ ବଲି ଡାକତ୍, ଏନ୍ତାରି ସେମନ୍ ମନ୍ କର୍ବାଇ ।
ଜିସୁ ସେମନ୍କେ କଇଲା, “ଡରା ନାଇ । ମର୍ ବାଇମନ୍କେ କୁଆ, ସେମନ୍ ଗାଲିଲି ଆସତ୍ । ତେଇ ସେମନ୍ ମକେ ଦେକ୍ବାଇ ।”
ଜିସୁକେ ଡଙ୍ଗର୍ ଉପ୍ରେ ଦେକି ସେମନ୍ ତାକେ ଜୁଆର୍ କଲାଇ । କେତେ ଲକ୍ ବିସ୍ବାସ୍ କରତ୍ ନାଇ ।
ଏ କାତାସୁନି ସେମନ୍ ଦାପ୍ରେ କବର୍ଦେଲା ଟାନେଅନି ସିସ୍ମନର୍ ଲଗେ ପାଲାଇଲାଇ । ଡରିକରି ରଇଲେ ମିସା, ତାକର୍ ମନେ ବେସି ସାର୍ଦା ଜାନିପାର୍ତେ ରଇଲାଇ ।
ଦୁତ୍ ମରିୟମର୍ ଲଗେ ଆସି କଇଲା, “ଏ ନୁନି, ମାପ୍ରୁ ତକେ ଦୟାକଲା ଆଚେ, ଆରି ତର୍ସଙ୍ଗ୍ ଆଚେ ।”
ସେମନ୍ ତାକେ ଜୁଆର୍ କଲାଇ ଆରି ସାର୍ଦାଅଇ ଜିରୁସାଲମେ ବାଉଡି ଆଇଲାଇ ।
ପଚ୍ବାଟେ ଜିସୁର୍ ପାଦ୍ଲଗେ ଟିଆଅଇ ଆଁସୁ ଜରାଇ ଜରାଇ ତାର୍ ଆଁସୁ ପାନି ସଙ୍ଗ୍ ଜିସୁର୍ ପାଦ୍ ବିଜାଇକରି ତାର୍ ଚେଣ୍ଡିସଙ୍ଗ୍ ସେଟା ପୁଚ୍ବାର୍ ଦାର୍ଲା । ଆରି ତାର୍ ପାଦେ ଚୁମି ଚୁମି କରି ସେ ଚିକନ୍ ଲାଗାଇବାର୍ ଦାର୍ଲା ।
ସେଡ୍କିବେଲେ ମରିୟମ୍ ଜଟାମାଉଁସ୍ ନାଉଁର୍ ବେସି ଦାମେ ତିଆର୍ ଅଇଲା ଅଦ୍ ଲିଟର୍ ବାସ୍ନା ଚିକନ୍ ଆନି ଜିସୁର୍ ପାଦେ ରକଇ ନିଜର୍ ଚେଣ୍ଡିସଙ୍ଗ୍ ପୁଚିଦେଲା । ଆରି ସେ ଚିକନର୍ ସୁନ୍ଦର୍ ବାସ୍ନା ଗୁଲାଇ ଗର୍ ଗମ୍କିଗାଲା ।
ସେ ଦିନ୍ ଆଟର୍ ପର୍ତୁମ୍ ଦିନ୍ ଅଇରଇଲା । ସଞ୍ଜ୍ ବେଲା ସବୁ ସିସ୍ମନ୍ ଗଟେକ୍ ତେଇ ରୁଣ୍ଡ୍ଲାଇ । ସେମନ୍ ଜିଉଦି ନେତାମନ୍କେ ଡରିକରି ଗରର୍ କାପାଟ୍ ସବୁ ଡାବିଅଇଦେଇ ରଇଲାଇ । ସେ ବେଲା, ଏଦେ ଦେକା ! ଜିସୁ ଅଟାତ୍ ସେମନ୍କେ ଦେକାଇଅଇକରି ସେମନ୍ ଟିଆଅଇଲା ଜାଗାଇ “ତମ୍କେ ସାନ୍ତି ମିଲ !” ବଲି କଇଲା ।
ତମା ଜିସୁକେ କଇଲା, “ଏ ମର୍ ମାପ୍ରୁ, ଏ ମର୍ ପର୍ମେସର୍ !”
ଏବେ ଏ ମର୍ ବାଇବଇନିମନ୍ ମୁଇ ରଇଲିନି । ତମର୍ ଚଲାଚଲ୍ତି ସିଦ୍ କର୍ବାକେ ଜବର୍ ଚେସ୍ଟା କରା । ମର୍ ଆଦେସ୍ ସବୁ ମାନିକରି ରୁଆ । ସବୁଲକ୍ ଗଟେକ୍ ମନ୍ ଅଇକରି ସାନ୍ତିଅଇ ରୁଆ । ତେବେ ଆଲାଦ୍ ଆରି ସାନ୍ତିର୍ ପର୍ମେସର୍ ତମର୍ ସଙ୍ଗ୍ ରଇସି ।
ସୁନା ତମର୍ ବିତ୍ରେ କେତେଟା ଜିଉଦିମନ୍ ସଇତାନର୍ ଦଲେ ମିସିଆଚତ୍ । ମାତର୍ ସେମନ୍ ଜିଉଦିଲକ୍ ନଅତ୍ । ଆଇବା ଗଟେକ୍ ଦିନେ ମୁଇ ସେମନ୍କେ ତମର୍ଟାନେଅନି ମାଣ୍ଡିକୁଟା ଦିଆଇବି । ମୁଇ ତମ୍କେ ଆଲାଦ୍ କଲିନି ବଲି ସେମନ୍ ଜାନ୍ବାଇ ।