72 ପିତର୍ ଆରି ତରେକ୍ କଇଲା, “ମୁଇ ପର୍ମାନ୍ କରି କଇଲିନି, ସେ ଲକ୍କେ ନାଜାନି ।”
ଏନ୍ତି କଇକରି ପିତର୍ ଦୁଆର୍ ମୁଆଁଟ୍ ଲଗେ ଉଟିଗାଲା । ଆରି ଗଟେକ୍ ବିନ୍ ପାଇଟିକାରିଆନି ତାକେ ଦେକି ତେଇ ରଇବା ଲକ୍ମନ୍କେ କଇଲା, “ଏ ନାଜରିତର୍ ଜିସୁର୍ ସଙ୍ଗ୍ ରଇଲା ।”
କେତେପର୍ ଗାଲାପଚେ ତେଇ ରଇଲା ଲକ୍ମନ୍ ପିତରର୍ ଲଗେ ଆସି କଇଲାଇ, “ବାଇଦରେ ତୁଇ ମିସା ସେମନର୍ ବିତ୍ରେଅନି ଗଟେକ୍ ଲକ୍ । ତର୍ କାତାବାର୍ତାଇଅନି ଏଟା ଜାନା ପଡିଗାଲାନି ।”
ପିତର୍ କଇଲା, “ମୁଇ ପର୍ମାନ୍ କରି କଇଲିନି, ମର୍ କାତା ସତ୍ ଆକା । ନଇଲେ ପର୍ମେସର୍ ମକେ ଡଣ୍ଡ୍ ଦେଅ । ସେ ଲକ୍କେ ମୁଇ ନାଜାନି ।” ସେଦାପ୍ରେ କୁକ୍ଡା ଡାକ୍ଲା ।
ତାର୍ ପଚେ ଜିସୁ କଇଲା, “ଏ ପିତର୍ ମୁଇ ତକେ କଇଲିନି, ତୁଇ ଏବେ ଏନ୍ତି କଇଲୁସ୍ନି, ମାତର୍ ଆଜି ରାତି କୁକ୍ଡା ନ ଡାକ୍ବା ଆଗ୍ତୁ ମକେ ତିନ୍ତର୍ ନାଜାନି ବଲି କଇସୁ ।”