41 ଜେନ୍ତିକି ପରିକାର୍ ବେଲାଇ ନ ଆରିଜିବାକେ, ଜାଗିରଇ ପାର୍ତନା କରା । କାଇକେ ବଇଲେ ଆତ୍ମା କର୍ବି ବଲି ମନ୍ କଲାନି, ମାତର୍ ଗାଗଡ୍ ନିଚି ବଇଲାନି ।”
ସେନ୍ତି ବଇଲେ ତମେ ଜାଗ୍ରତ୍ ଅଇ ରୁଆ, କାଇକେ ବଇଲେ ତମର୍ ମାପ୍ରୁ କେଡେବେଲା ଆଇସି, ତମେ ନାଜାନାସ୍ ।
କାତା କଇବାଟା ସାରାଇ, କରି ଜିସୁ କଇଲା, “ଜାଗ୍ରତ୍ ଅଇ ରୁଆ । ସେ ଦିନ୍ କି ବେଲା କେ ମିସା ନାଜାନାସ୍ ।”
ସେମନ୍କେ କଇଲା, “ଦୁକ୍ ଅଇ ମର୍ ଜିବନ୍ ଚିଡିଗାଲା ପାରା ଲାଗ୍ଲାନି । ଇତି ତମେ ମକେ ଜାଗିରୁଆ ।”
ବେସି କସ୍ଟ ରଇବା ପରିକା ଆମ୍କେ ମୁରଚ୍ବାକେ ଦିଆ ନାଇ, ମାତର୍ କାରାପ୍ କାମେଅନି ରକିଆ କରା ଜେନ୍ତିକି ତମର୍ ରାଇଜ୍, ତମର୍ ବପୁ, ଆରି ଡାକ୍ପୁଟା ସବୁ ଜୁଗେଜୁଗେ ତମର୍ ଅଇକରି ରଅ । ଆମେନ୍ !
ତମେ ଜେନ୍ତିକି ପରିକାର୍ ପାନ୍ଦେ ନ ଅଦର୍ବାପାଇ ଜାଗି ରଇକରି ପାର୍ତନା କରା । ମନ୍ କର୍ବି ବଲି ମନ୍ କଲାନି ମାତର୍ ଗାଗଡ୍ ନିଚ୍ଲାନି ।”
ଆମର୍ ସବୁ ପାପ୍ କେମା କରିଦିଆସ୍, କାଇକେବଇଲେ ଆମେ ମିସା ଆମର୍ ବିରୁଦେ ବୁଲ୍ କଲା ଲକ୍ମନ୍କେ କେମା କଲୁନି । ଆମ୍କେ ପାପ୍ ଦସ୍ କରାଇବା ସବୁର୍ତେଇଅନି ରକିଆ କରା ।”
ସେ ଦିନ୍ମନ୍କେ ଗଟ୍ବା ସବୁ ବିସଇ ଦେଇ, କାଇ ବିପଦ୍ ନ ଅଇ ଜିବାକେ ଆରି ପର୍ମେସର୍ ପାଟାଇରଇବା ନର୍ପିଲା ମର୍ ମୁଆଟେ ଟିଆ ଅଇବାକେ, ପାର୍ତନା କରି ଜାଗରତ୍ ଅଇରୁଆ ।”
ଆରି ସେ ଜାଗାଇ କେଟିକରି ସିସ୍ମନ୍କେ କଇଲା, “ତମେ ପରିକାର୍ ପାନ୍ଦେ ନ ଲାଗାଇ ଅଇବାକେ ପାର୍ତନା କରା ।”
ତେଇ ସେମନ୍କେ କଇଲା, “ତମେ କାଇକେ ସଇଦେଇ ଆଚାସ୍ ? ଉଟା ପରିକାର୍ ପାନ୍ଦେ ନ ଲାଗାଇ ଅଇବାକେ ପାର୍ତନା କରା ।”
ପାକ୍ନାବାଡି ବୁଏଁ ଅଦର୍ଲା ବିଅନ୍ ଏନ୍ତାରି ଲକ୍ମନ୍କେ ବୁଜାଇସି । ସେମନ୍ ବାକିଅ ସୁନି ସାର୍ଦାସଙ୍ଗ୍ ମାନ୍ବାଇ, ମାତର୍ ସେମନ୍କେ ଚେର୍ ନ ରଇଲାର୍ପାଇ ବଲି ଚନେକ୍ ବିସ୍ବାସ୍ କର୍ବାଇ ଆରି କାଇଆଲେ ପରିକା ବେଲାଇ ବିସ୍ବାସ୍ ଚାଡିଦେବାଇ ।
ସେ ଆମର୍ ଗୁନ୍ଚଲନ୍ ନିକ ନ ରଇଲାକେ, ମସା ଦେଇରଇବା ରିତିନିତି ମାନୁ ନାଇ । ତେଇ ନିୟମ୍ ସାଇଜ କରି ନାପାର୍ଲା । ମାତର୍ ସେଟା ପର୍ମେସର୍ କରିଆଚେ । ସେ ଆମର୍ ପାରା ପାପିମନର୍ ଗଟେକ୍ ଗାଗଡ୍ ଦାରାଇ ତାର୍ ପଅକେ ପାଟାଇଲା । ଆରି ସେ ଏନ୍ତାରିକରି ଆମର୍ ଉପ୍ରେ ରଇବା ପାପର୍ ସାସନ୍ କୁରୁପ୍ନାସ୍ କଲା ।
ଆମ୍କେ ପରିକା ଜାଇ ପରିକା ଆଇସି, ସେଟା ନୁଆ ବିସଇ ନଏଁ । କାଇକେବଇଲେ ସବୁବେଲେ ଏନ୍ତାରି ଲକ୍ମନ୍କେ ପରିକା ଆଇତେରଇସି । ମାତର୍ ପର୍ମେସର୍ ତାର୍ କାତାଇ ଡାଟ୍ ଆଚେ । ଆମ୍କେ ମୁର୍ଚି ନାପାର୍ଲା ପାରା ପରିକା ଅଇବାକେ ସେ ନ ଦେଏ । ପରିକା ଆଇବାବେଲେ ସେ ଆମ୍କେ ବପୁ ମିସା ଦେଇସି ଆରି ତେଇ ଅନି ରକିଆ ପାଇବା ବାଟ୍ ଦେକାଇସି ।
ତମେ ଜାଗ୍ରତ୍ ରଇକରି ବିସ୍ବାସେ ଡାଁଟ୍ ରୁଆ । ବପୁ ଅଇକରି ସାଆସେ ରୁଆ ।
ମୁଇ କସ୍ଟ ମୁର୍ଚିକରି ଗାଗଡ୍ ମେଲା ଚାଡିନାଇ । କାଇକେ ବଇଲେ ବିନ୍ ଲକ୍ମନର୍ ଲଗେ ସୁବ୍କବର୍ ଜାନାଇରଇଲେ ମିସା ମକେ ଜେନ୍ତିକି ନାଇବଲିକରି ନ କଅତ୍ ।
ଜନ୍ ଲକ୍ମନ୍ କିରିସ୍ଟ ଜିସୁର୍, ସେମନ୍ ତାକର୍ ଗାଗଡ୍କେ ତାର୍ ମନ୍ କର୍ବାଟା ଆରି ଆସା କର୍ବାଟା ସଙ୍ଗ୍ କୁର୍ସତେଇ ମରାଇ ଆଚତ୍ ।
ସୁକଲ୍ଆତ୍ମା ଚେତ୍ନା ଦେଲା ଇସାବେ ପାର୍ତନା କରା । ସବୁ ରକାମର୍ ପାର୍ତନା ଆରି ଗୁଆରିସଙ୍ଗ୍ ପାର୍ତନା କରା । ଏଟାର୍ଲାଗି ଜାଗ୍ରତ୍ ଅଇରୁଆ । ପର୍ମେସରର୍ ଲକ୍ମନର୍ପାଇ ପାର୍ତନା କରିଲାଗିରୁଆ ।
ମାତର୍ ସବୁ ବିସଇ ସାର୍ବା ବେଲା ଲଗେ କେଟ୍ଲାବେ । ତେବର୍ପାଇ ନିଜେ ଜାଗରତ୍ ରୁଆ ଏନ୍ତାରି କଲେ ତମେ ନିକସଙ୍ଗ୍ ପାର୍ତନା କରିପାରାସ୍ ।
ଜାଗର୍ତା ଅଇକରି ଜାଗିରୁଆ, କାଇକେବଇଲେ ଆମର୍ ସତ୍ରୁ ସଇତାନ୍ କାକେ ମିସା ଗିଲ୍ବି ବଲି ଅଡ୍ରି ବୁଲ୍ଲାନି ।
ସେନ୍ତାର୍ ଆଲେ ଦରମ୍ ଲକ୍ମନ୍କେ ପର୍ମେସର୍ ତାକର୍ ଦୁକ୍ କସ୍ଟ ତେଇଅନି ଆରି ଆଇବା ପରିକାଇ ଅନି ରକିଆ କର୍ସି । ଆରି କାରାପ୍ ଲକ୍ମନ୍କେ ସେ ସବୁ ଲକ୍କେ ବିଚାର୍ କର୍ବା ଦିନ୍ ଜାକ ଡଣ୍ଡ୍ଦେଇ ସଙ୍ଗଇସି ।
ସୁନା, ମୁଇ ଚର୍ ପାରା ଆଇଲିନି । ଜନ୍ ଲକ୍ମନ୍ ଜାଗ୍ରତ୍ ରଇକରି ତାକର୍ ବସ୍ତର୍ ଜାଗର୍ତା କରି ସଙ୍ଗଇବାଇ, ସେମନ୍ କେଡେକ୍ କରମର୍ ଲକ୍ମନ୍ । ମୁଇ ଆଇବା ଦିନେ ସେମନ୍ ଗଟେକ୍ ଡୁମ୍ଣ୍ଡା ଅଇକରି ଏନେତେନେ ବୁଲ୍ବା ଲକ୍ ପାରା ନ ରଏ । ଆରି ସେମନ୍ ଲକ୍ମନ୍କେ ଦେକି ଲାଜ୍ ନ ଅଅତ୍ ।
ଦୁକ୍ କସ୍ଟ ଆଇଲାବେଲେ ମୁର୍ଚିକରି ରୁଆ ବଲି ମୁଇ ତିଆର୍ଲାଟା ତମେ ମାନ୍ଲାସ୍ । ସେଟାର୍ପାଇ ଜଗତର୍ ସବୁ ଲକ୍କେ ପରିକା କର୍ବାକେ ଦୁକ୍ କସ୍ଟ ଆଇବା ବେଲାଇଅନି ମୁଇ ମିସା ତମ୍କେ କାଇଟା ନ ଆଇବାକେ ରକିଆ କରି ସଙ୍ଗଇବି ।