9 ମାତର୍ ମୁଇ ତମ୍କେ କଇଲିନି, କେ ମିସା ତାର୍ ମାଇଜିକେ ବେସିଆ କାମ୍ ଅପ୍ରାଦ୍କେ ଚାଡି, ବିନ୍ କାଇଆଲେ କାମର୍ ପାଇ ଚାଡାମେଲା କରି, ବିନ୍ ମାଇଜିକେ ସଙ୍ଗଇଲେ, ସେ ସେ ନିଜେ ଦାରିଆ ଅଇସି ।”
ଜିସୁର୍ ସିସ୍ମନ୍ କଇଲାଇ, “ଜଦି ମାଇଜି ମୁନୁସର୍ ବିତ୍ରେ ଏନ୍ତାରି ଆଚେ ବଇଲେ, ବିବା ନ ଅଇବାଟା ନିକ ।”
ଜିସୁ କଇଲା, “ତମର୍ ମନ୍ବିତ୍ରର୍ ବୁଜ୍ବା ବପୁ ଦୁର୍ବଲ୍ ରଇଲାଟା ଦେକି ମସା ତମର୍ ମାଇଜିମନ୍କେ ଚାଡ୍ବାକେ ରାଜି ଅଇଲା । ମାତର୍ ଆଦିପୁର୍ବେ ତିଆର୍ ଅଇଲା ବେଲେ ଏନ୍ତାରି ନିୟମ୍ ନ ରଇଲା ।
ମାତର୍ ମୁଇ କଇଲିନି, ଜେକି ନିଜର୍ ମାଇଜିକେ ବେସିଆ କାମ୍ ଚାଡି ଅଲ୍ଗା ଦସ୍ ଦାରି ଚାଡ୍ସି, ସେ ତାକେ ପାଦ୍ରି କରାଇବା ଅପରାଦେ ଦସିଅଇସି, ଆରି ଜେକି ଚାଡ୍ଲା ମାଇଜିକେ ବିବା ଅଇସି, ସେ ପାଦ୍ରା ଅଇସି ।”
“କେମିସା ନିଜର୍ ମାଇଜିକେ ଚାଡି ବିନ୍ଟା ଆନ୍ଲେ, ସେ ଦାଙ୍ଗ୍ଡିସଙ୍ଗ୍ ବେସିଆ କାମ୍ କଲା ଲକ୍ ଅଇଜାଇସି । ଆରି କେ, ସେ ଚାଡ୍ଲା ଦାଙ୍ଗ୍ଡିକେ ବିବା ଅଇସି ବଇଲେ ସେ ମିସା ଦାଙ୍ଗ୍ଡିସଙ୍ଗ୍ ବେସିଆ କାମ୍ କଲା ଆଚେ ।” ବଲି କଇଲା ।
ମୁଇ ସତ୍ସେ ସୁନ୍ଲି ଜେ, ତମର୍ ବିତ୍ରେ ବେସିଆ କାମ୍ ଆଚେ । ଆରି ଏନ୍ତାରି ବେସିଆ କାମ୍, ଜନ୍ଟାକି ବିସ୍ବାସ୍ ନ କଲା ଲକର୍ ବିତ୍ରେ ମିସା ନାଇ । ଜେନ୍ତାର୍କି ନିଜର୍ ସାନ୍ ଆୟାର୍ ସଙ୍ଗ୍ ସୁଆବସା ଅଇଲାନି ।
ମୁନୁସ୍ ଜିବନ୍ ରଇବା ଜାକ, ମାଇଜି ବାନ୍ଦି ଅଇରଇସି । ଜଦି ମୁନୁସ୍ ମରିଜାଇସି, ତେବେ ମାଇଜି ମାପ୍ରୁକେ ବିସ୍ବାସ୍ କର୍ବା ଲକ୍କେ, କାକେ ମିସା ବିବା ଅଇପାର୍ସି ।
ମାଇଜିକେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମୁନୁସର୍ ଆଚେ । ସେନ୍ତାରିସେ ମୁନୁସ୍କେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମାଇଜିର୍ ଆଚେ ।