16 ଦିନେକ୍ ଗଟେକ୍ ସାଉକାର୍ ପିଲା ଜିସୁର୍ ଲଗେ ଆସି ପାଚାର୍ଲା, “କାଇ ନିକ କାମ୍କଲେ, ନ ସାର୍ବା ଜିବନ୍ ମିଲ୍ସି ?”
ଜିସୁ ପିଲାମନର୍ ଉପ୍ରେ ଆତ୍ ସଙ୍ଗଇ ଆସିର୍ବାଦ୍ କଲା । ପଚେ ସେ ତେଇଅନି ଉଟିଗାଲା ।
ଜିସୁ ସେମନର୍ ବାଟେ ଦିରେକରି ଦେକି କଇଲା, “ମୁନୁସ୍ମନର୍ଟାନେ ଏଟା ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।”
ଜନ୍ ଲକ୍ମନ୍ ମର୍ଲାଗି ନିଜର୍ ଗର୍, ବାଇ ବଇନି, ଆୟା ବାବା, ପିଲାଟକି ଆରି ଜମିବାଡି ଚାଡି ଆଚତ୍, ସେମନ୍ ତାର୍ ସଏ ଗୁନ୍ ଆସିର୍ବାଦ୍ ପାଇବାଇ, ଆରି ନ ସାର୍ବା ଜିବନ୍ ମିସା ପାଇବାଇ ।
ଏନ୍ତାରି ଲକ୍ମନ୍କେ ସବୁ ଦିନର୍ ପାଇ ଡଣ୍ଡ୍ ମିଲ୍ସି ଆରି ଦରମ୍ ଲକ୍ମନ୍ ନ ସାର୍ବା ଜିବନ୍ ପାଇବାଇ ।”
ଆରି ମୁଇ ସେମନ୍କେ ନ ସାର୍ବା ଜିବନ୍ ଦେବି । ସେମନ୍ କେବେମିସା ନସ୍ଟ ନ ଅଅତ୍ । ସେମନ୍କେ ମର୍ ଆତେଅନି କେ ମିସା ଚାଡାଇ ନେଇ ନାପାରତ୍ ।
ଜେ ନିଜର୍ ଜିବନ୍କେ ବେସି ଆଲାଦ୍ କର୍ସି, ସେ ସେଟା ଆରାଇସି । ଜେ ନିଜର୍ ଜିବନ୍ ଗିନ୍ କର୍ତେରଇସି, କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ତାର୍ ଜିବନ୍ ରକିଆ କର୍ସି ।
ତେବେ, ତାକେ ବିସ୍ବାସ୍ କର୍ବା ସବୁ ଲକ୍ମନ୍ ନ ସାର୍ବା ଜିବନ୍ ପାଇବାଇ ।
ମାତର୍ ମୁଇ ଜନ୍ ପାନି ଦେବି, ସେ ପାନି ଜେ କାଇସି ବଇଲେ, ତାକେ କେବେ ମିସା ସସ୍ ନ ଲାଗେ । ମୁଇ ଜନ୍ ପାନି ଦେବି, ସେଟା ଜିବନ୍ ଦେବା ପାନି ପାରା ଉଚ୍ଲି ଜାଇତେରଇସି । ତେଇ ଅନି ଜେ କାଇଲେ, ସେ ନ ସାର୍ବା ଜିବନ୍ ପାଇସି ।”
ତମେ ଜତନ୍ସଙ୍ଗ୍ ସାସ୍ତର୍ମନ୍ ପଡି କଜ୍ଲାସ୍ନି । ତେଇଅନି ନ ସାର୍ବା ଜିବନ୍ ପାଇଅଇସି ବଲି ସେ ସବୁ ପଡ୍ଲାସ୍ନି । ସେ ସବୁ ସାସ୍ତର୍ ମର୍ ବିସଇସେ ସାକି ଦେଲାନି ।
ମୁଇ ତମ୍କେ ସତ୍ କଇଲିନି, ଜନ୍ ଲକ୍ ମକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି ।
ସିମନ୍ ପିତର୍ ତାକେ କଇଲା, “ମାପ୍ରୁ ତମ୍କେ ଚାଡି ଆମେ କାର୍ଲଗେ ଜିବୁ ? ତମର୍ଟାନେତା ନ ସାର୍ବା ଜିବନର୍ ବାକିଅ ଆଚେ ।
ତାର୍ ପଚେ ସେମନ୍କେ ବାଇରେ ନେଇ ପାଚାର୍ଲା, “ଆଗିଆଁମନ୍ ! ପର୍ମେସରର୍ ଡଣ୍ଡେଅନି ରକିଆ ପାଇବାକେ ମୁଇ କାଇଟା କର୍ବାର୍ ଆଚେ ?”
ଜନ୍ ଲକ୍ମନ୍ ଡାକ୍ପୁଟା, ସନ୍ମାନ୍ ଆରି ଅମର୍ ଅଇବା ଆସାଇ ମୁର୍ଚିକରି ସତ୍କାମ୍ କରିଜିବାଇ, ସେମନ୍କେ ପରମେସର୍ ନ ସାର୍ବା ଜିବନ୍ ଦେଇସି ।
ପାପ୍ ଜେନ୍ତିକି ସବୁର୍ପାଇ ମରନର୍ ଡଣ୍ଡ୍ ଆନିରଇଲା, ସେନ୍ତି ପରମେସରର୍ ଜିବନ୍ଦୁକାନି ମାପ୍ରୁ ଜିସୁ କିରିସ୍ଟର୍ ସାଇଜେ ଅନି ଆମ୍କେ ଦରମ୍ ବାଟେ ଡାକିନେଇ ନ ସାର୍ବା ଜିବନ୍ ଦେଇସି ।
ଏଲେମିସା ଏଟାର୍ପାଇ ମକେ କିରିସ୍ଟ ଦୟା ଦେକାଇଲା । ସେ ମକେ କେମା କଲାକେ କେତେକ୍ ମୁର୍ଚିକରି ଆଚେ ବଲି ଦେକାଇବାକେ ସେ ମନ୍ କଲା । ବିନ୍ ଲକର୍ଟାନେଅନି ମୁଇ ଅଦିକ୍ ପାପ୍ କଲିଆଚି । ଏଟା ଏନ୍ତାରି ଅଇଲା । ଜେନ୍ତିକି ଦିନେକ୍ ଜେତ୍କି ଲକ୍ସବୁ ତାକେ ବିସ୍ବାସ୍ କରି ସବୁଦିନର୍ପାଇ ମୁକ୍ତି ପାଇବାଇ ସେମନର୍ପାଇ ମୁଇ ଗଟେକ୍ ସାକି ଇସାବେ ରଇବି ।
ଗଟେକ୍ ନିକ ସଇନ ଜେନ୍ତାରି ଜୁଇଦେ ଜୁଜ୍ବାକେ କେବେ ନ ଚାଡେ, ସେନ୍ତାରିସେ ତୁଇ ମିସା ପର୍ମେସର୍କେ ବିସ୍ବାସ୍ କରି ତାର୍ ତିଆର୍ଲାଟା ମାନ୍ବାକେ ଚାଡ୍ନାଇ । ଜନ୍ ନ ସାର୍ବା ଜିବନ୍ ପର୍ମେସରର୍ଟାନେ ଆଚେ, ସେଟା ତୁଇ ନିଜର୍ପାଇ ଆନ୍ । ସେ ବିସଇ ମିଲାଇବାକେ ବେସି ଲକର୍ ମୁଆଟେ କାତା ଦେଇରଇଲୁସ୍ ।
ଏନ୍ତାରି ତାକର୍ ନିକ କାମ୍ସବୁ ଗଟେକ୍ ବଡ୍ ଦନ୍ ଇସାବେ ସେମନ୍ ସର୍ଗେ ସଙ୍ଗଇଆଚତ୍ । ସେନ୍ତାର୍ ଆଲେ ସେମନ୍ ତାକର୍ ନିଜର୍ପାଇ ଜିବନ୍ ମିଲାଇବାଇ ।
ଏନ୍ତାରିଅଇ ସେମନ୍ କାଲ୍କାଲ୍ ଜୁଗ୍ଜୁଗ୍ ପର୍ମେସରର୍ ସଙ୍ଗ୍ ବଁଚ୍ବାକେ ଆସା କର୍ବାଇ । କାଇକେବଇଲେ କାଇଟା ତିଆର୍ ନ ଅଇତେ କାଲ୍କାଲ୍ ଜୁଗ୍ଜୁଗ୍ ତାର୍ ଲକ୍ ତାର୍ ସଙ୍ଗ୍ ବଁଚ୍ବାଇ ବଲି ପର୍ମେସର୍ କାତା ଦେଇରଇଲା । ଏଟା ପୁରାପୁରୁନ୍ ସତ୍ ବଲି ଆମେ ଜାନ୍ଲୁନି । କାଇକେବଇଲେ ସେ କେବେ ମିଚ୍ ନ କଏ ।
ପର୍ମେସର୍ ଆମ୍କେ ତାର୍ ପିଲାଟକି କର୍ବାକେ ଏନ୍ତାରି କଲା ଆଚେ । ତାର୍ସଙ୍ଗ୍ କାଲ୍କାଲ୍ ଜୁଗ୍ଜୁଗ୍ ବଁଚ୍ବାକେ ଆମେ ଆସା କର୍ବାର୍ ଅଇସି । ଆମର୍ପାଇ ରଇବା ତାର୍ ବଡ୍ ଦୟାର୍ଲାଗି, ତାର୍ ମୁଆଟେ ଦସି ଇସାବେ ନ ଦେକେ । ପର୍ମେସର୍ ଆମ୍କେ କାଇ ଦସ୍ ନ କଲା ଲକ୍ବଲି ଜାନାଇଆଚେ ।
ଏ ଲକ୍ ସତ୍ ଜିବନ୍ ଦେଇସି । ପର୍ମେସର୍ ଏ ଲକ୍କେ ସବୁକେ ଦେକାଇଲା । ଆରି ଆମେ ଦେକ୍ଲୁ ଆରି ତାର୍ ସତ୍ ବିସଇ ତମ୍କେ କଇଲୁନି । ସେ ଦେଇରଇବା ନ ସାର୍ବା ଜିବନର୍ ବିସଇ ତମ୍କେ ଜାନାଇଲୁନି । ପୁର୍ବେଅନି ସେ ଆମର୍ ବାବା ପର୍ମେସରର୍ ସଙ୍ଗ୍ ରଇଲା । ମାତର୍ ପର୍ମେସର୍ ତାର୍ ବିସଇ ଆମ୍କେ ଜାନାଇଲାଆଚେ ।
କିରିସ୍ଟ ନିଜେ ଆମ୍କେ ନ ସାର୍ବା ଜିବନ୍ ଦେବି ବଲି କାତାଦେଇଆଚେ ।
ଆମେ ଏଟା ମିସା ଜାନିଆଚୁ ଜେ, ତାର୍ ପଅ ଏ ଜଗତେ ଆଇଲା ଆରି ଆମ୍କେ ସତ୍ ପର୍ମେସର୍କେ ଜାନାଇଲା । ଏ ସତ୍ ପର୍ମେସରର୍ ସଙ୍ଗ୍ ଆମେ ମିସିକରିଆଚୁ । କାଇକେବଇଲେ ତାର୍ ପଅ ଜିସୁକିରିସ୍ଟର୍ ସଙ୍ଗ୍ ଆମେ ମିସିଆଚୁ । ସେ ସେ ସତ୍ ପର୍ମେସର୍ ଆରି ସେ ସେ ଲକ୍ମନ୍କେ ନ ସାର୍ବା ଜିବନ୍ ଦେଇସି ।
ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ଦିନ୍କେ ଜାଗ୍ତେରୁଆ ଆରି ପର୍ମେସରର୍ ଆଲାଦେ ବଡିଆସା । ସେନ୍ତାର୍ଆଲେ ତମେ ତାର୍ସଙ୍ଗ୍ କାଲ୍କାଲ୍ ଜୁଗ୍ଜୁଗ୍ ରଇସା । କାଇକେବଇଲେ ସେ ଆମ୍କେ ଦୟା ଦେକାଇଲା ଆଚେ ।