16 ଆରି ଜଦି ସେ ନ ସୁନ୍ଲେ, ଗଟେକ୍ ଲକ୍କେ ନଇଲେ ଦୁଇ ଲକ୍କେ ଡାକି ନେଇ ତାର୍ ଲଗେ ଜାଆ । ଆମର୍ ସାସ୍ତର୍ ନିୟମ୍ ଇସାବେ, ଦୁଇଟା ନଇଲେ ତିନ୍ଟା ସାକିର୍ ମୁଆଟେ ତମର୍ ଦାବି ସତ୍ ବଲି ଜାନା ପଡ୍ସି ।
କାଇଆଲେ ଗଟ୍ନାର୍ ବିସଇ ରଇଲେ, ଦୁଇ ଲକର୍ ସାକି ସମାନ୍ ଅଇଲାନି ବଇଲେ, ସେମନ୍ କଇଲା କାତା ସତ୍ସେ । ତମର୍ ଦରମ୍ ସାସ୍ତରେ ଏନ୍ତି ଲେକା ଅଇଲା ଆଚେ ।
ଏଟାସଙ୍ଗ୍ ତିନ୍ତର୍ ଅଇଲାବେ ତମର୍ ଲଗେ ମୁଇ ଆଇଲିନି । ସାସ୍ତର୍ କଇଲାପାରା "ମଣ୍ଡଲିର୍ ବାଇମନର୍ ବିରୁଦେ ନିନ୍ଦା କାତା ଉଟ୍ଲେ, ସେଟା ତିନ୍ ଲକ୍ ନଇଲେ ଦୁଇଲକର୍ ସାକିର୍ ମୁଆଟେ ସବୁଜାକ ରାଜିନାମା କରାଇବାର୍ ଆଚେ ।
ଗଟେକ୍ ପାର୍ଚିନ୍ ବିରୁଦେ ନିନ୍ଦା କାତା ଉଟ୍ଲେ, ଦୁଇ କି ତିନିଲକର୍ ସାକି ନଇଲେ, ସେଟାକେ ମାନ୍ ନାଇ ।
ମସାର୍ ନିୟମ୍ ନ ମାନ୍ବା ଗଟେକ୍ ଲକ୍କେ କାଇଟା ଅଇତେରଇଲା ବଲି ବାବିଦେକା । ଦୁଇ କି ତିନ୍ ଲକ୍ ତାର୍ ପାପର୍ ଲାଗି ସାକିଦେଲେ, ସେ କାଇମିସା ଦୟା ନ ପାଇକରି ମର୍ବାକେ ଆଦେସ୍ ଦେଇତେରଇଲାଇ ।
ବାସ୍ତା ପିନ୍ଦିରଇବା ଦୁଇଟା ସାକିମନ୍କେ ମୁଇ ପାଟାଇବି । ସେ ବାରସ ସାଟେଦିନ୍ ମୁଇ ସେମନ୍କେ କଇଲାଟା ଜାନାଇବାଇ ।