48 “କେ ମିସା ମର୍ ନାଉଁଦାରି ଏ ପିଲାକେ ନାମ୍ସି, ସେ ମକେ ନାମ୍ସି । ଜେ ମକେ ନାମ୍ସି, ସେ ମର୍ ପାଟାଇରଇବା ବାବାକେ ନାମ୍ସି । ସେଟାର୍ପାଇ ତମର୍ ବିତ୍ରେ ଜେ ସବୁର୍ ଟାନେଅନି ସାନ୍, ସେ ପର୍ମେସର୍ ତେଇ ମୁକିଅ ।”
ଏ ସାନ୍ ପିଲାମନର୍ ବିତ୍ରେ ଅନି ଗଟେକ୍କେ ମିସା ଇନ୍କରା ନାଇ । ମୁଇ ତମ୍କେ କଇଲିନି, ଏ ମନର୍ ଜତନ୍ ନେଇତେ ରଇବା ସରଗର୍ ଦୁତ୍ମନ୍ ସବୁ ବେଲା ମର୍ ବାବାର୍ ଲଗେ ଆଚତ୍ ।
ସମାନ୍ ସେନ୍ତି ସେ, ଏ ସାନ୍ ପିଲାମନର୍ ତେଇ ଅନି ଗଟେକ୍ ଲକ୍ ମିସା ବାଟ୍ ବାନା ଅଅତ୍, ଏଟା ତମର୍ ସରଗର୍ ବାବା ମନ୍ କରେ ନାଇ ।
ଜିସୁ ସେମନ୍କେ କଇଲା, “ଏ କାତା ସତ୍ ବଲି ଜାନ୍ସା, ଜେଡେବେଲେ ନୁଆ ଜୁଗେ ନର୍ପିଲା ମୁଇ ମର୍ ଡାକ୍ପୁଟା ଅଇବା ବସ୍ବାଟାନେ ବସ୍ବି । ମର୍ ବାର୍ଟା ସିସ୍, ତମେ ମିସା, ବାର୍ଟା ବସ୍ବାଟାନେ ବସି ଇସ୍ରାଏଲର୍ ବାର୍ଟା କୁଟୁମ୍କେ ସାସନ୍ କର୍ସା ।
ପଚେ, ମୁଇ ସେମନ୍କେ କଇବି, ମୁଇ ତମ୍କେ ସତ୍କଇଲିନି, ଏ ମର୍ ବାଇମନର୍ ବିତ୍ରେ ସବୁର୍ଟାନେଅନି ଗଟେକ୍ ସାନ୍ ଲକର୍ ପାଇ, ଜାଇଟା ସବୁ କରିଆଚାସ୍, ସେଟା ମର୍ ପାଇ କରିଆଚାସ୍ ।
ସତଇସେ ମୁଇ କଇବି, “ଏ ସାନ୍ ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍କେ ସାଇଜ କର୍ବାକେ ମନାକର୍ବା ବେଲେ, ତମେ ମକେ ସାଇଜ କରାସ୍ ନାଇ ।
“କେ କେ ମର୍ ଲାଗି ଏନ୍ତାରି ଗଟେକ୍ ସାନ୍ଟା ପିଲାକେ ନାମ୍ବାଇ, ସେମନ୍ ମକେ ନାମ୍ଲାଇନି, ଆରି କେ କେ ମକେ ନାମ୍ଲାଇନି, ସେମନ୍ ମକେ ନାଇ, ମାତର୍ ମକେ ପାଟାଇରଇବା ମର୍ ବାବାକେ ନାମ୍ଲାଇନି ।”
ଜେଡେବେଲେ ଜନ୍ ଲକ୍ମନ୍ ତମର୍ କାତା ସୁନ୍ବାଇ, ସେମନ୍ ମର୍ କାତା ସୁନ୍ବାଇ । ଜନ୍ ଲକ୍ମନ୍ ତମ୍କେ ନ ମାନତ୍, ସେମନ୍ ମକେ ନ ମାନତ୍, ଆରି ଜନ୍ ଲକ୍ମନ୍ ମକେ ନ ମାନତ୍, ସେମନ୍ ମକେ ପାଟାଇରଇବା ପର୍ମେସର୍କେ ମିସା ନ ମାନତ୍ ।
କେ ନିଜ୍କେ ବଡ୍ ଲକ୍ ବଲି ବାବ୍ଲାନି ତାକେ ପର୍ମେସର୍ ସାନ୍ କରାଇସି । ଆରି କେ ନିଜ୍କେ ସାନ୍ ଲକ୍ ବଲି ବାବ୍ସି ତାକେ ପର୍ମେସର ବଡ୍ କରାଇସି ।” ବଲି କଇଲା ।
ମାତର୍ ତମର୍ ବିତ୍ରେ ଏନ୍ତି ନ ଉଆ । କେ ବଡ୍ ସେ ସାନ୍ ଅ । ଆରି କେ ନେତା ରଇସି ସେ ସବୁଲକର୍ ସେବା କର୍ବାର୍ ଆଚେ ।
ଆରି ତମେ ମର୍ ରାଇଜେ ମର୍ସଙ୍ଗ୍ ବସି କାଆପିଆ କର୍ସା । ରାଜ୍ଗାଦି ବସି ଇସ୍ରାଏଲର୍ ବାରଟା ଜାତିର୍ ଲକ୍ମନ୍କେ ସାସନ୍ କର୍ସା ।”
ମୁଇ ତମ୍କେ ସତ୍ କଇଲିନି, ମାଇଜିମନର୍ ଟାନେଅନି ଜାତ୍ କରିରଇବା ସବୁର୍ ବିତ୍ରେ, ଜଅନର୍ ଟାନେଅନି ଆରି ମୁକିଅ କେ ମିସା ନାଇ, ଏଲେମିସା ପର୍ମେସରର୍ ରାଇଜେ ଜେ ସାନ୍, ସେ ଜଅନର୍ ଟାନେଅନି ବଡ୍ ।”
“ତମ୍କେ ସତ୍ କାତା କଇଲିନି, ଜନ୍ ଲକ୍ମନ୍ ମର୍ କବର୍ ନେବା ଲକ୍ମନ୍କେ ନାମ୍ବାଇ, ସେମନ୍ ମକେ ମିସା ନାମ୍ବାଇ, ଆରି ମକେ ପାଟାଇଲା ପର୍ମେସର୍କେ ମିସା ନାମ୍ବାଇ ।”
“ଜେ ମର୍ ଆଦେସ୍ ମାନ୍ସି, ସେ ଆକା ମକେ ଆଲାଦ୍ କର୍ସି । ଜେ ମକେ ଆଲାଦ୍ କର୍ସି, ମର୍ ବାବା ତାକେ ଆଲାଦ୍ କର୍ସି । ମୁଇ ମିସା ତାକେ ଆଲାଦ୍ କରି ନିଜ୍କେ ତାର୍ଟାନେ ଦେକାଇଅଇବି ।”
ତେବେ ଜେ ଆମର୍ ଏ ସିକିଆ ନ ନାମେ, ସେ ଅବ୍କା ମୁନୁସ୍କେ ନ ନାମେ । ମାତର୍ ଜନ୍ ପର୍ମେସର୍ ତମର୍ ବିତ୍ରେ ସୁକଲ୍ଆତ୍ମା ଦେଇସି, ତାକେ ନ ନାମେ ।
ସବୁର୍ଟାନେ ଅନି ବପୁ ରଇବା ପର୍ମେସର୍କେ ନିଜେ ସର୍ପିଉଆ । ତାର୍ ସମାନ୍ ବେଲାଇ ସେ ତମ୍କେ ଉଟାଇସି ।
ବାର୍ଟା ମୁଲ୍ ପାକ୍ନାଇ ସେ ନଗରର୍ କତି ଉଟାଇରଇଲାଇ । ଆରି ସେ ପାକ୍ନା ଉପ୍ରେ ମେଣ୍ଡାପିଲାର୍ ବାର୍ଟା ପେରିତ୍ ମନର୍ ନାଉଁ ଲେକା ଅଇରଇଲା ।
ଜେ ଜିତ୍ସି ମର୍ ଲଗେ ତାକେ ବସାଇ ସାସନ୍ କର୍ବାକେ ଅଦିକାର୍ ଦେବି । ମୁଇ ଜିତ୍ଲି ଆରି ଏବେ ମର୍ ବାବାର୍ ଲଗେ ବସି ସାସନ୍ କଲିନି ।