47 ମାତର୍ ଜିସୁ ତାକର୍ ମନ୍ବିତ୍ରର୍ କାତା ଜାନିକରି, ଗଟେକ୍ ସାନ୍ ପିଲାକେ ଦାର୍ଲା ଆରି ତାକର୍ ମୁଆଟେ ଟିଆକରି ସେମନ୍କେ କଇଲା,
ତାର୍ ବିରୁଦେ ପାଁଚ୍ବାଟା ସୁନିକରି, ଜିସୁ ସେ ଜାଗା ଚାଡି ବିନେ ଉଟିଗାଲା । କେତେକ୍ କେତେକ୍ ଲକ୍ ତାର୍ ପଚେ ପଚେ ଗାଲାଇ । ଆରି ସେ ସବୁ ରଗି ଲକ୍ମନ୍କେ ନିକ କଲା ।
ଜିସୁ ତାକର୍ ମନର୍ ଚିନ୍ତା ଜାନି କଇଲା, “ତମେ ନିଜର୍ ନିଜର୍ ମନେ କାଇକେ କାରାପ୍ ଚିନ୍ତା କଲାସ୍ନି ?
ତେଇ ସେମନ୍ ମନେ ମନେ କୁଆବଲା ଅଇବାଟା ଜାନିକରି ସେମନ୍କେ ଜିସୁ କଇଲା, “ତମେ କାଇକେ ସବୁଲକ୍ ନିଜର୍ ମନେ ମନେ ଏନ୍ତାରି କୁଆବଲା ଅଇଲାସ୍ନି ?
ତମେ ସବୁ ବିସଇ ଜାନିଆଚୁସ୍, ଏଟା ଏବେ ଆମେ ଜାନ୍ଲୁ । ଆରି କେ ତମ୍କେ ଜାନେ କି ନାଇ ବଲି, ପାଚାର୍ବାର୍ ଲଡା ନାଇ । ଏଟାର୍ପାଇ ତମେ ପର୍ମେସରର୍ଟାନେ ଅନି ଆସିଆଚୁସ୍ ବଲି ଆମେ ବିସ୍ବାସ୍ କଲୁନି ।”
ଲକ୍ମନର୍ ବିସଇନେଇକରି ତାକେ, କେ ମିସା କାଇଟାବଲି କଇବାର୍ ଦର୍କାର୍ ନ ରଇଲା, କାଇକେବଇଲେ ସେ ତାକର୍ ମନ୍ ବିତ୍ରର୍ କାତା, ନିଜେ ଜାନି ରଇଲା ।
ଜିସୁ ଦୁଇତର୍ ପାଚାରି ସାରି ଆରିତରେକ୍ ପାଚାର୍ଲା, “ଏ ଜଅନର୍ ପଅ ସିମନ୍ ତୁଇ ମକେ ଆଲାଦ୍ କଲୁସ୍ନି କି ?” ଜିସୁ ତାକେ ତିନ୍ ତର୍ ଜାକ ଗଟେକ୍ କାତାସେ ପାଚାର୍ଲାଜେ ପିତର୍ ଦୁକ୍ ଅଇଗାଲା, ଆରି କଇଲା, “ଏ ମାପ୍ରୁ ! ମୁଇ ଆଲାଦ୍ କଲିନି ବଲି ତୁଇ ସବୁ ଜାନିଆଚୁସ୍ ।” ଜିସୁ ପିତର୍କେ କଇଲା, “ତୁଇ ମର୍ ମେଣ୍ଡାମନ୍କେ ନିମାନ୍ କରି କୁଆଉ ।
ଏ ବାଇବଇନିମନ୍ ତମେ ପିଲାମନର୍ ପାରା ଚିନ୍ତା କରାନାଇ । କାରାପ୍ ବିସଇତେଇ ପିଲାପାରା ଉଆ । ମାତର୍ ବୁଦି ଆରି ବିଚାର୍ କର୍ବାତେଇ ବଡ୍ ଲକର୍ ପାରା ଅଇବାର୍ ଦର୍କାର୍ ।
ପର୍ମେସର୍ଟାନେ କାଇ ବିସଇ ମିସା ଲୁଚିକରି ନ ରଏ । ତାର୍ ଆଁକିଟାନେ ସବୁ ବିସଇ ଉଗାଡି ଅଇରଇଲାପାରା ଆଚେ । କାଇକେବଇଲେ ସେ ସବୁ ବିସଇ, ଗଟେକ୍ ନ ଚାଡିକରି, ସବୁ ଜାନେ । ଆରି ତାର୍ ଲଗେ ଆମେ ଆମର୍ ନିଜର୍ ବିସଇର୍ ଇସାବ୍ ଦେବାର୍ ଆଚେ ।
ତାର୍ବାଟେ ଜାଇତେରଇବା ସବୁ ଲକ୍ମନ୍କେ ମୁଇ ମରାଇବି । ସେନ୍ତାରି ସବୁ ଲକର୍ ଚିନ୍ତା ଆରି ମନ୍ ଜାନ୍ବା ଲକ୍ ମୁଇସେ ବଲି ସବୁ ମଣ୍ଡଲି ଜାନ୍ବାଇ । ତମେ କରିରଇବା କାମ୍ ଇସାବେ ମୁଇ ତମ୍କେ ବାଉଡାଇବି ।