11 ତେଇ ସେମନ୍ ସବୁ ତାକର୍ ଡଙ୍ଗା କଣ୍ଡି ଆନି ଚାଡିଦେଇକରି ଜିସୁର୍ ପଚେ ପଚେ ଗାଲାଇ ।
“କେମିସା ଜଦି ନିଜର୍ ମାବାବାକେ ମର୍ତେଇଅନି ଅଦିକ୍ ଆଲାଦ୍ କର୍ସି, ସେ ମର୍ ସିସ୍ ଅଇନାପାରେ । ଆରି ଜନ୍ ଲକ୍ ମକେ ଆଲାଦ୍ କର୍ବାଟାନେ ଅନି ନିଜର୍ ପିଲାଟକିକେ ଅଦିକ୍ ଆଲାଦ୍ କର୍ସି ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ ।
ଏ କାତା ସୁନି ପିତର୍ କଇଲା, “ଦେକା, ଆମେ ସବୁଜାକ ଚାଡିକରି ତମର୍ ସଙ୍ଗ୍ ଆସିଆଚୁ । ତେବେ ଆମ୍କେ କାଇଟା ମିଲ୍ସି ?”
ଜନ୍ ଲକ୍ମନ୍ ମର୍ଲାଗି ନିଜର୍ ଗର୍, ବାଇ ବଇନି, ଆୟା ବାବା, ପିଲାଟକି ଆରି ଜମିବାଡି ଚାଡି ଆଚତ୍, ସେମନ୍ ତାର୍ ସଏ ଗୁନ୍ ଆସିର୍ବାଦ୍ ପାଇବାଇ, ଆରି ନ ସାର୍ବା ଜିବନ୍ ମିସା ପାଇବାଇ ।
ସେଦାପ୍ରେ ସେମନ୍ ଜାଲ୍ ଚାଡି, ଜିସୁର୍ ପଚେ ପଚେ ଗାଲାଇ ।
ଜିସୁ ସେମନ୍କେ ମିସା ଡାକ୍ଲା ଆରି ସେମନ୍ ଦାପ୍ରେ ଡଙ୍ଗା ଆରି ତାକର୍ ବାବାକେ ଚାଡିକରି ଜିସୁର୍ ସଙ୍ଗ୍ ଗାଲାଇ ।
ଜିସୁ ତାକେ ନିକକରି ଦେକ୍ଲା ଆରି ତାକେ ଆଲାଦ୍ କରି କଇଲା, “ତୁଇ ଏବେ ମିସା ଗଟେକ୍ ବିସଇତେଇ ଉନା ଆଚୁସ୍ । ତୁଇ ଜାଇ ତର୍ ଦନ୍ସଁପତି ବିକି, ସେ ଡାବୁ ଗରିବ୍ ଲକ୍ମନ୍କେ ବାଟାକରି ଦେସ୍, ତୁଇ ସର୍ଗେ ଦନ୍ ପାଇସୁ । ଏନ୍ତିକରି ମର୍ ପଚେ ପଚେ ଆଉ ।” ବଲିକରି କଇଲା ।
ତେଇ ଲେବି ସବୁଜାକ ଚାଡିଦେଇ ଉଟିକରି ଜିସୁର୍ ସଙ୍ଗ୍ ଜିବାର୍ଦାର୍ଲା ।