10 ସେଡିକି ବେଲେ ତେଇ ଟିଆଅଇରଇଲା ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଉମନ୍ ସବୁ ମିସି କରି ଜିସୁର୍ ବିରୁଦେ ଆଉଲିଅଇ କଇବାର୍ ଦାର୍ଲାଇ ।
ମାତର୍ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ଜିସୁର୍ ବିରୁଦେ ଆନିରଇବା ନିନ୍ଦା କାତାର୍ କାଇମିସା ଉତର୍ ଦେଏ ନାଇ ।
ଆରି ଜିସୁ ତେଇଅନି ବାରଇଗାଲାପଚେ, ପାରୁସିମନ୍ ଆରି ସାସ୍ତର୍ ସିକାଉମନ୍ ବେସି ଡାଟ୍ସଙ୍ଗ୍ ଜିସୁକେ ବିରଦ୍ କର୍ବାକେ ଆରାମ୍ କଲାଇ ।
ଏରଦ୍ ଆରି ତାର୍ ସନିଅମନ୍ ଜିସୁକେ କିଜାଇଲାଇ ଆରି ନିନ୍ଦା କଲାଇ । ଜିସୁକେ ରାଜାମନ୍ ପିନ୍ଦ୍ବା ନିମାନ୍ ପଚିଆ ପିନ୍ଦାଇ ପିଲାତ୍ଟାନେ ପାଟାଇ ଦେଲାଇ ।
ସେ ଲକ୍ମନ୍ ଜିସୁକେ ନିନ୍ଦା କରି ଏନ୍ତି କଇବାର୍ ବସ୍ଲାଇ, “ଏ ଲକ୍ ଆମର୍ ଲକ୍ମନ୍କେ ବୁଲ୍ ସିକିଆ ଦେଇତେ ରଇଲା ଆରି କାଇସର୍ ସମ୍ରାଟ୍କେ ସିସ୍ତୁ ଦିଆସ୍ ନାଇ ବଲି ସିକାଇଲା ବେଲେ ତାକେ ଦାର୍ଲୁ । ଆରି ସେ ନିଜ୍କେ ମୁଇ ପର୍ମେସର୍ ବାଚି ପାଟାଇଲା ରାଜା କିରିସ୍ଟ ବଲି କଇଲାନି ।”
ମାତର୍ ସେମନ୍ ତର୍କେତର୍ ଆଉଲିଅଇ କଇଲାଇ, “ତାର୍ ସିକିଆର୍ ଲାଗି ସେ ଜିଉଦାର୍ ସବୁବାଟର୍ ଲକ୍ମନର୍ ବିତ୍ରେ କଲି ଲାଗାଇଲାନି । ସେଟା, ସେ ଗାଲିଲିତେଇ ଆରାମ୍ କରି, ଏବେ ଇତି ଜାକ ଆଇଲା ଆଚେ ।”
ସେଟାର୍ ପାଇ ଏରଦ୍ ତାକେ କାଇ କାଇ ବିସଇ ପାଚାର୍ବାର୍ ଦାର୍ଲା । ମାତର୍ ଜିସୁ ତାକେ କାଇବଲି ମିସା କଏ ନାଇ ।
ଏ ଲକ୍ ଗଟେକ୍ ବେସି ବଡ୍ ଗଣ୍ଡ୍ଗଲ୍ କରାଉ ବଲି ଆମେ ଜାନୁ, ସେ ଦେସ୍ବିଦେସେ ସବୁ ବାଟେ ବୁଲିବୁଲି ଜିଉଦିମନ୍କେ କିରମାର କରାଇବାକେ ଉସ୍କାଇଲାନି, ସେ ନାଜରିତ୍ ଦଲର୍ ଗଟେକ୍ ନେତା ।