26 ଆରି ଲକ୍ମନ୍ ଦୁନିଆଇ ଆଇବା ସବୁ ଗଟ୍ନା ଦେକିକରି ‘କାଇକେ ଏନ୍ତି ଅଇଲାନି ?’ ବଲି ଡରିକରି କେତେ ଲକ୍ ମୁର୍ଚା ଅଇଜିବାଇ । କାଇକେ ବଇଲେ ଆକାସେ ରଇଲା ସବୁ ବିସଇ ପର୍ମେସର ଚୁଲ୍ବୁଲାଇ ଦେଇସି ।
ସେ ଦୁକର୍ବେଲା ସାର୍ବା ବେଲେ, ବେଲ୍ ଜାଉଁଲି ଜାଇସି, ଜନ୍ ଆରି ଉଜଲ୍ ନ ଡିସାଏ, ବାଦ୍ଲେଅନି ତାରାମନ୍ ଅଦର୍ବାଇ ଆରି ବାଦ୍ଲେ ଉଜଲ୍ ଦେବାଟାମନ୍ ସବୁ ବାଟ୍ ବାନା ଅଇଜିବାଇ ।
ତାରାମନ୍ ବାଦ୍ଲେଅନି ଅଦର୍ବାଇ ଆରି ବାଦ୍ଲେ ଉଜଲ୍ ରଇବାଟାମନ୍କେ ପର୍ମେସର୍ ଆଲାଇଦେଇସି ।
“ବାଦ୍ଲେ, ବେଲ୍ଟାନେ, ଜନ୍ଟାନେ ତାରାମନର୍ଟାନେ କେବେ ନ ଡିସ୍ବା ଚିନ୍ମନ୍ ଡିସ୍ସି । ଦୁନିଆର୍ ସବୁ ଦେସର୍ ଲକ୍, ବେସି ଦୁକ୍ କସ୍ଟ ପାଇବାଇ । ଜେଡେବେଲା ସମ୍ଦୁରର୍ ବଡ୍ ଲଅଡି ଗରଜ୍ଲେ ଲକ୍ମନ୍ କାଇଟା କର୍ବାର୍ ଆଚେ କାଇଟା ନାଇ ବଲି ବାୟାବିକଲ୍ ଅଇଜିବାଇ ।
ସେବେଲାଇ ଲକ୍ମନ୍ ପର୍ମେସର୍ ତେଇଅନି ଆସିରଇବା ନର୍ପିଲା ମୁଇ, ବେସି ବପୁସଙ୍ଗ୍ ଆରି ଡାକ୍ପୁଟାଅଇକରି ବାଦ୍ଲେ ଆଇବାଟା ଦେକ୍ବାଇ ।