48 ଜସେପ୍ ଆରି ମରିୟମ୍ ମିସା ଜିସୁକେ ଦେକି କାବା ଅଇଗାଲାଇ, ଆରି ତାର୍ ମାଆ ତାକେ କଇଲା, “ତୁଇ କାଇକେ ନୁନା ଆମ୍କେ ଏନ୍ତାରି କଲୁସ୍ ? ଦେକ୍ନି ତର୍ ବାବା ଆରି ମୁଇ କେତେକ୍ କିଲ୍ବିଲ୍ ଅଇ କଜ୍ଲୁନି ।”
ଜିସୁ ଜେଡେବେଲା ତେଇ ରୁଣ୍ଡିରଇଲା ଲକ୍ମନ୍କେ କାତା ସୁନାଇତେ ରଇଲା, ତାର୍ ଆୟା ଆରି ବାଇମନ୍ ଆସି ଡାଣ୍ଡେ ଟିଆଅଇରଇଲାଇ । ସେମନ୍ ଜିସୁର୍ ସଙ୍ଗ୍ କାତାଅଇବାକେ ମନ୍ କର୍ତେ ରଇଲାଇ ।
ତେଇ ଜିସୁ ସେମନ୍କେ କଇଲା, “କାଇକେ ମକେ କଜ୍ତେରଇଲାସ୍ ? ମର୍ ବାବାର୍ ଗରେ ମୁଇ ରଇବାର୍ ଆଚେଆକା, ଏଟା ନାଜାନି ରଇଲାସ୍ କି ?”
ଜିସୁ ପର୍ମେସରର୍ କାମ୍ ଆରମ୍ କଲାବେଲେ ତାକେ ତିରିସ୍ ବରସ୍ ଅଇରଇଲା । ଲକ୍ମନର୍ ବାବ୍ନା ଇସାବେ, ଜିସୁ ଜସେପର୍ ପଅ, ଜସେପ୍ ଏଲିର୍ ପଅ ।
ଜିସୁର୍ ବିସଇ ନେଇକରି ସବୁଲକ୍ ନିକ ସାକି ଦେବାର୍ ଦାର୍ଲାଇ ଆରି ସେ କଇବା, ମନ୍କେ ପାଇଲା ବାକିଅ ସୁନି କାବାଅଇଲାଇ, ଆରି ସେମନ୍ “ଏଟାକାଇ ଜସେପର୍ ପ ନଏଁ ଜେ ?” ବଲି କଇବାର୍ଦାର୍ଲାଇ ।
ପିଲିପ୍ ନିତନିଏଲ୍କେ ବେଟ୍ ପାଇ କଇଲା, “ଜନ୍ ଲକର୍ ବିସଇ ମସାର୍ ନିୟମେ ଲେକିରଇଲା ଆରି ବବିସତ୍ବକ୍ତାମନ୍ ଲେକି ଆଚତ୍, ଆମେ ତାକେ ଦେକ୍ଲୁ ଆଚୁ । ସେ ଜସେପର୍ ପିଲା ନାଜରିତ୍ ଗଡର୍ ଜିସୁ ।”