ଲୁକ୍ 19:17 - ସତିଅର୍ ବାଟ୍ ନୁଆ ନିୟମ୍ 202017 ସେ ରାଜା ସାର୍ଦା ଅଇ ତାକେ କଇଲା “ତୁଇ ନିକ ଦାଙ୍ଗ୍ଡା, ଅଲପ୍ ବିସଇ ଦାଇତ୍ ନେଇ କାମ୍ କଲୁସ୍ । ସେଟାର୍ପାଇ ମୁଇ ତକେ ଦସ୍ଟା ଗଡ୍ ଉପ୍ରେ ସାସନ୍ କର୍ବାକେ ସର୍ପି ଦେଲିନି ।” အခန်းကိုကြည့်ပါ။ |
ସେଟାର୍ପାଇ ତମେ କାକେ ମିସା କାଇ ବିସଇ ନେଇ ବିଚାର୍ କରାନାଇ । କାଇକେବଇଲେ ବିଚାର୍ନା କର୍ବାକେ ବେଲା ଅଏ ନାଇତା । ମାପ୍ରୁ ବିଚାର୍ନା କର୍ବାକେ ଆଇବାଜାକ ଜାଗା । ମାପ୍ରୁ ଆଇଲେ ଆକା ସାରାସାରି ବିଚାର୍ନା ଅଇସି । ସେ ଆନ୍ଦାର୍ ବିତ୍ରେ ଲୁଚ୍ତେ ରଇଲା ସବୁ ବିସଇ ଉଜଲେ ଦେକାଇ ଦେଇସି । ଆରି ଲକ୍ମନର୍ ମନ୍ ବିତ୍ରର୍ କାତା ସବୁ ଦେକାଇ ଦେଇସି । ସେଡ୍କି ବେଲେ ସବୁଲକ୍ ପର୍ମେସରର୍ ଟାନେଅନି ଲାଡ୍ ପାଇବାଇ ।
ତମର୍ ଜିବନେ ଆଇଲା ଦୁକ୍କସ୍ଟ ସବୁ ତମର୍ ବିସ୍ବାସ୍ ସତ୍ଆଚେ କି ନାଇ ବଲି ପରିକା କର୍ବାକେସେ । ସୁନାର୍ ବିସଇ ବାବିଦେକା, ଏ ଜଗତର୍ ସବୁ ବିସଇର୍ପାରା ସୁନା ମିସା ନସିଜାଇସି । ସୁନା ନିକଟା କି କାରାପ୍ଟା ବଲି ଜାନ୍ବାକେ ଜଇଟାନେ ସିଲାଇବାଇ । ତମର୍ ବିସ୍ବାସ୍ ସୁନାଟାନେଅନି ଅଦିକ୍ ମୁଲିଅ । ସେନ୍ତାର୍ଆଲେ ତମର୍ ବିସ୍ବାସ୍ ନିକଟା କି ନାଇ ବଲି ପରିକା କର୍ବାର୍ ଆଚେ । ତମର୍ ବିସ୍ବାସ୍ ଜଦି ନିକଟା, ଜିସୁ କିର୍ସଟ୍ ଦେକା ଅଇବା ସେ ଦିନେ ତମେ ଡାକ୍ପୁଟା ଆରି ମଇମା ପାଇସା ।