58 ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍କାତା କଇଲିନି, ଅବ୍ରାଆମ୍ ଜନମ୍ ଅଇବା ଆଗ୍ତୁଅନି ମୁଇ ଆଚି ।”
ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ପର୍ତୁମ୍ କଇଆଚି, ମାତର୍ ମକେ ବିସ୍ବାସ୍ କରାସ୍ନାଇ । ମର୍ ବାବାର୍ ଅଦିକାରେ ମୁଇ ଜନ୍ ଜନ୍ କାମ୍ମନ୍ କଲିଆଚି, ସେ ସବୁଜାକ ମର୍ ବିସଇର୍ ସାକି ଦେଲାନି ।
ଏ ବାବା, ତମେ ମକେ ଜନ୍ ଲକ୍ମନ୍କେ ଦେଇଆଚାସ୍, ମୁଇ ଜନ୍ ଜାଗାଇ ରଇବି, ସେମନ୍ ମିସା ମର୍ ସଙ୍ଗ୍ ରଅତ୍ ବଲି ମନ୍ କଲିନି । ତେବେ ମକେ ଦେଇରଇବା ଡାକ୍ପୁଟା ସେମନ୍ ଦେକ୍ବାଇ । କାଇକେ ବଇଲେ ତମେ ଏ ଦୁନିଆ ତିଆର୍ କର୍ବା ଆଗ୍ତୁସେ ମକେ ଆଲାଦ୍ କରିଆଚାସ୍ ।
ଏ ବାବା, ଏ ଦୁନିଆ ତିଆର୍ ନ ଅଇତେ, ତମର୍ ସଙ୍ଗ୍ ରଇଲାବେଲେ, ମର୍ ଜନ୍ ଡାକ୍ପୁଟା ରଇଲା, ଏବେ ତମେ ରଇତେ ଆକା, ମକେ ଡାକ୍ପୁଟା କର୍ ।
ତମେ ନିଜର୍ ନିଜର୍ ପାପ୍ କେମା ନ କରାଇଅଇତେ ମର୍ସା ବଲି ମୁଇ ତମ୍କେ କଇରଇଲି । ନିଜେ ମୁଇ ସେ । ଏଟାକେ ବିସ୍ବାସ୍ ନ କଲେ, ତମେ ନିଜର୍ ପାପେ ସେ ମର୍ସା ।”
ସେଟାର୍ପାଇ ସେ ସେମନ୍କେ କଇଲା, “ତମେ ନର୍ପିଲା ମକେ କୁର୍ସେ କୁଟି ମାରି ଉଟାଇଲାବେଲେ ଜାନ୍ସା, ସେ ନିଜେ ମୁଇ ସେ । ମୁଇ ନିଜର୍ ଅଦିକାରେ କାଇଟା କରି ନାପାରି, ମର୍ ବାବାର୍ ଟାନେଅନି ଜାଇଟା ସିକ୍ଲି ଆଚି, ସେଟାସେ କଇଲିନି, ସେଟା ତମେ ବୁଜ୍ସା ।
ଜିସୁ କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ଜେ ପାପ୍ କର୍ସି, ସେ ପାପର୍ ଗତିଦାଙ୍ଗ୍ଡା ।
ମୁଇ ତମ୍କେ ସତ୍କାତା କଇଲିନି, ଜେ ମୁଇ ସିକାଇବା କାତା ମାନ୍ସି, ସେ କେବେ ମିସା ନ ମରେ ।”
କାଇଟା ତିଆର୍ ନ ଅଇତେ ସେ ରଇଲା, ଆରି ତାର୍ଟାନେ ସବୁ ବିସଇ ମିସିକରି ଚାଲ୍ତେରଇସି ।
କାଇକେବଇଲେ, ଜିସୁକିରିସ୍ଟ କେବେ ନ ବାଦ୍ଲେ । ସେ ଆଜିର୍ପାଇ, କାଲିକର୍ପାଇ, ଆରି ସବୁଦିନର୍ ପାଇ ସମାନ୍ ସେ ରଇସି ।
ତୁଇ ଦେକ୍ଲାଟା ବଇଟାନେ ଲେକ୍ ଆରି ଏପିସିୟ, ସୁର୍ନା, ପର୍ଗାମା, ତିଆଟିରା, ସାର୍ଦି, ପିଲାଦେଲ୍ପିଆ ଆରି ଲାଉଦିକିଆଇ ମଣ୍ଡ୍ଲିତେଇ ପାଟାଆ ବଲି ସେ ସବଦ୍ ସୁନ୍ଲି ।”
ମାପ୍ରୁ ପର୍ମେସର୍ ସବୁର୍ଟାନେଅନି ଅଦିକ୍ ବପୁର୍ଟା । ସେ ଏବେ ମିସା ଆଚେ । ସେ ଆଗ୍ତୁ ରଇଲା । ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି । ସେ କଇଲାଆଚେ “ଆରାମେଅନି ସବୁ ବିସଇ କର୍ବା ଲକ୍ ମୁଇ, ଆରି ସାରାଇବା ଲକ୍ ମିସା ମୁଇସେ ।”
ସୁମର୍ନା ମଣ୍ଡଲିକେ ଦେକାରକା କର୍ତେରଇବା ଦୁତ୍କେ ଲେକା । ଏ କବର୍ ମର୍ଟାନେଅନି ପାଟାଇଲିନି । ଆରାମେଅନି ସବୁ ବିସଇ କର୍ବା ଲକ୍ ମୁଇ ଆରି ସାରାଇବା ଲକ୍ ମିସା ମୁଇସେ । ମୁଇ ମରିରଇଲି ଆରି ଜିବନ୍ ଅଇକରି ଉଟ୍ଲି ।