23 ଜିସୁ ସେମନ୍କେ କଇଲା, “ତମେ ଏ ଦୁନିଆଇଅନି ଆସିଆଚାସ୍ । ମାତର୍ ମୁଇ ସର୍ଗେଅନି ଆସିଆଚି । ତମେ ଏ ଦୁନିଆର୍ ଲକ୍, ମାତର୍ ମୁଇ ଏ ଦୁନିଆର୍ ଲକ୍ ନଇ ।
ଆରି ସେ ବାକିଅ ନର୍ ଲକ୍ ଅଇକରି ଆମର୍ ସଙ୍ଗ୍ ଜିଇଲା । ତାର୍ ସତ୍ ଆରି ଜିବନ୍ ଦୁକାଇବାଟା ପୁରାପୁରୁନ୍ ରଇଲା । ତାର୍ ବାବାର୍ ଗଟେକ୍ସେ ପିଲା ବଲି ସେ ମଇମା ପାଇରଇଲା । ତାର୍ ମଇମା ଆମେ ଦେକିଆଚୁ ।
ମୁଇ ସେମନ୍କେ ତମର୍ ବାକିଅ ସୁନାଇଆଚି । ତେବର୍ପାଇ ଏ ଦୁନିଆ ସେମନ୍କେ ଗିନ୍ କଲାନି । କାଇକେ ବଇଲେ ମୁଇ ଜେନ୍ତି ଏ ଦୁନିଆଇ ଅନି ଜାତ୍ ଅଇଲାଟା ନଇ, ସେନ୍ତି ସେମନ୍ ମିସା ଏ ଦୁନିଆର୍ ନଅତ୍ ।
ମୁଇ ଜେନ୍ତିକି ଏ ଦୁନିଆର୍ ନଇ, ସେନ୍ତି ସେମନ୍ ମିସା ଏ ଦୁନିଆର୍ ନଅତ୍ ।
ସର୍ଗେଅନି ଉତ୍ରି ଆଇଲା ନର୍ପିଲା ମୁଇ, ମକେ ଚାଡିକରି ଆରି କେ ମିସା ସର୍ଗେ ଜାଅତ୍ ନାଇତା ।”
“ଜେ ସର୍ଗେଅନି ଆଇଲା ଆଚେ, ସେ ସବୁ ଲକ୍ମନର୍ତେଇଅନି ମଆନ୍ । ଜେ ଜଗତେ ଅନି ଜନମ୍ ଅଇଆଚେ, ସେ ଜଗତର୍ କାତାସେ କଇସି । ମାତର୍ ଜେ ସର୍ଗେଅନି ଆସିଆଚେ, ସେ ସବୁକଲର୍ତେଇ ଅନି ମଆନ୍ ।
ଏ ବିସ୍ବାସେ ବିସ୍ଦେବା ଲକ୍ମନ୍, ତମେ କାଇ ନାଜାନାସ୍ କି ଜଗତ୍କେ ଆଲାଦ୍ କରୁମନ୍ ପର୍ମେସରର୍ ସତ୍ରୁ ବଲିକରି ? ଜନ୍ଲକ୍ ଏ ଜଗତର୍ ଚଲାଚଲ୍ତି ଆଲାଦ୍ କର୍ବାଇ ସେମନ୍ ପର୍ମେସରର୍ ବିରଦି ।