32 ସେ ଜନ୍ଟା ଦେକ୍ଲା ଆଚେ ଆରି ସୁନ୍ଲା ଆଚେ ସେ ବିସଇ ସେ ଜାନାଇଲାନି । ମାତର୍ ସେ କଇରଇବା କାତା କେ ମିସା ନାମତ୍ ନାଇ ।
ଜେ ମାଙ୍ଗ୍ସି, ତାକେ ଦିଆଅଇସି, ଜେ କଜ୍ସି, ସେ ମିଲାଇସି, ଜେ କାପାଟେ ମାର୍ସି ତାର୍ପାଇ କାପାଟ୍ ଉଗାଡି ଦିଆଅଇସି ।
ସେ ତାର୍ ନିଜର୍ ଲକ୍ମନର୍ ଟାନେ ଆଇଲା, ମାତର୍ ତାର୍ ନିଜର୍ ଲକ୍ ଇସ୍ରାଏଲର୍ ପିଲାଜିଲା ତାକେ ନାମତ୍ନାଇ ।
ଏବେ ମୁଇ ତମ୍କେ ଗତିଦାଙ୍ଗ୍ଡାମନ୍ ବଲି ନ ଡାକି, କାଇକେ ବଇଲେ, ଗତିଦାଙ୍ଗ୍ଡା ତାର୍ ସାଉକାର୍ କାଇଟା କର୍ସି ସେଟା ନାଜାନେ । ମାତର୍ ମୁଇ ତମ୍କେ ମଇତର୍ ବଲି ଡାକ୍ବି, କାଇକେ ବଇଲେ ମୁଇ ବାବାର୍ତେଇ ଅନି ଜନ୍ ଜନ୍ ବିସଇ ସୁନି ଆଚି, ସେଟା ତମ୍କେ କଇଦେଲିଆଚି ।
ସେବେଲେ ପିଲାତ୍ ତାକେ ପାଚାର୍ଲା, “ଏନ୍ତି ବଇଲେ ତୁଇ କାଇ ଗଟେକ୍ ରାଜା ନଉଁସ୍ କି ?” ଜିସୁ କଇଲା, “ତୁଇସେ ମକେ ରାଜା ବଲି କଇଲୁସ୍ନି । ମୁଇ ସତ୍ ବାଟେ ସାକି ଦେବାକେ ଆକା ଜନମ୍ କରି, ଏ ଦୁନିଆଇ ଆସିଆଚି । ଜନ୍ଲକ୍ମନ୍ ସତ୍ କଜ୍ଲାଇନି, ସେମନ୍ସେ ମର୍ କାତା ସୁନ୍ବାଇ ।”
ମୁଇ ତକେ ସତ୍କାତା କଇଲିନି, ଆମେ ଜନ୍ଟା ଜାନୁ ସେଟା କଇଦେବୁ, ଜନ୍ଟା ଦେକିରଇବୁ ସେଟା ସାକି ଦେବୁ, ଅଇଲେ ମିସା ତୁଇ କାଇକେ ବିସ୍ବାସ୍ କରୁସ୍ନାଇ ?
ଆରି ଜଅନର୍ ସିସ୍ମନ୍ ତାର୍ ଲଗେ ଆସି କଇଲାଇ, “ଏ ଗୁରୁ, ତମେ ଜର୍ଦନ୍ ଗାଡ୍ ସେପାଟେ କାର୍ସଙ୍ଗ୍ ବେଟ୍ ଅଇରଇଲାସ୍ ଆରି ତାର୍ ବିସଇ ତମେ ସାକି ଦେଇତେରଇଲାସ୍, ସେ ଲକ୍ ଏବେ ଲକ୍ମନ୍କେ ଡୁବନ୍ ଦେଲାନି ଆରି ସବୁ ଲକ୍ମନ୍ ତାର୍ ଲଗେ ଗାଲାଇନି ।”
ଜେ ତାର୍ କଇରଇବା କାତା ନାମ୍ସି, ସେ ପର୍ମେସର୍ ସତ୍ଟା ବଲି ନାମ୍ସି ।
ବାବା ମକେ ଆଲାଦ୍ କର୍ସି ଆରି ନିଜେ ଜନ୍ଟା କର୍ସି, ସେ ସବୁ ମକେ ଦେକାଇସି । ଆରି ଏବେ ଜାଇଟା ଗଟ୍ଲା ଆଚେ, ତାର୍ତେଇଅନି ଅଦିକ୍ ବଡ୍ ବଡ୍ କାବାଅଇଜିବା କାମ୍ମନ୍ ମକେ ଦେକାଇସି । ସେଟା ସବୁ ଦେକି ତମେ ସବୁଲକ୍ କାବାଅଇଜାଇସା ।
ତମେ ପାପ୍ କରିରଇବାଟା ଆରି ଦସ୍ କରିରଇବା ବିସଇ ମର୍ ଟାନେ ବେସି ଆଚେ । କାଇକେବଇଲେ, ଜେ ମକେ ପାଟାଇ ଆଚେ, ତାର୍ତେଇ ଅନି ମୁଇ ଜାଇଟା ସୁନି ଆଚି, ସେଟା ସେ ଜାନାଇଲିନି ।”