23 ନିସ୍ତାର୍ ପରବ୍ବେଲେ ଜିସୁ ଜିରୁସାଲାମ୍ ରଇଲାବେଲେ କେତେକ୍ କେତେକ୍ ଲକ୍ ସେ କରିରଇବା କାବା ଅଇଜିବା କାମ୍ମନ୍ କଲାଟା ଦେକି ତାକେ ବିସ୍ବାସ୍ କଲାଇ ।
ପାକ୍ନାବାଡି ବୁଏଁ ଅଦର୍ଲା ବିଅନ୍ ଏନ୍ତାରି ଲକ୍ମନ୍କେ ବୁଜାଇସି । ସେମନ୍ ବାକିଅ ସୁନି ସାର୍ଦାସଙ୍ଗ୍ ମାନ୍ବାଇ, ମାତର୍ ସେମନ୍କେ ଚେର୍ ନ ରଇଲାର୍ପାଇ ବଲି ଚନେକ୍ ବିସ୍ବାସ୍ କର୍ବାଇ ଆରି କାଇଆଲେ ପରିକା ବେଲାଇ ବିସ୍ବାସ୍ ଚାଡିଦେବାଇ ।
ଜିଉଦି ଲକ୍ମନର୍ ବିତ୍ରେଅନି, ବେସି ଲକ୍ ମରିୟମର୍ ଲଗେ ଆସିରଇଲାଇ, ଆରି ଜିସୁର୍ ଏ କାମ୍ ଦେକି, ତାକେ ବିସ୍ବାସ୍ କଲାଇ ।
ଏଟା ଜିସୁ ପର୍ତୁମ୍ କଲା କାବାଅଇଜିବା କାମ୍ । ସେଟା ଗାଲିଲି ଦେସର୍ କାନା ନଅରେ କରିରଇଲା । ଏନ୍ତି କରି ତାର୍ ମଇମା ଦେକାଇଲା ଆରି ତାର୍ ସିସ୍ମନ୍ ତାକେ ବିସ୍ବାସ୍ କଲାଇ ।
ସେ ବେଲା ଜିଉଦି ଲକ୍ମନର୍ ନିସ୍ତାର୍ ପରବ୍ କେଟି ଆଇତେ ରଇଲା । ସେଟାର୍ପାଇ ଜିସୁ ଜିରୁସାଲମେ ଗାଲା ।
ସେ ଦିନେକ୍ ରାତିଆ ଜିସୁର୍ ଲଗେ ଆସି କଇଲା, “ଏ ଗୁରୁ ଆମେ ଜାନୁ, ତମେ ପର୍ମେସର୍ ପାଟାଇରଇବା ଗଟେକ୍ ଗୁରୁ । କାଇକେ ବଇଲେ ଜଦି ଗଟେକ୍ ଲକର୍ ସଙ୍ଗ୍ ପର୍ମେସର୍ ନ ରଇଲେ, ତମେ ଜନ୍ ସବୁ କାବାଅଇଜିବା କାମ୍ମନ୍ କଲାସ୍ନି, ସେତ୍କି କାମ୍ମନ୍ କେ ମିସା କରିନାପାରତ୍ ।”
ସେଟାର୍ପାଇ ସେ ଜେଡେବେଲା ଗାଲିଲି ଦେସେ କେଟ୍ଲା, ସେବେଲା ଲକ୍ମନ୍ ଆଲାଦ୍ ସଙ୍ଗ୍ ଡାକିନେଲାଇ । କାଇକେବଇଲେ ଆଗେ ଜିରୁସାଲାମେ ନିସ୍ତାର୍ ପରବ୍ଟାନେ ସେମନ୍ ସେ କରିରଇବା କାମ୍ ସବୁ ଦେକିରଇଲାଇ ।
ମାତର୍ ମର୍ଲଗେ, ଜଅନର୍ ତେଇଅନି ଅଦିକ୍ ବପୁର୍ ଗଟେକ୍ ସାକି ଆଚେ । ପର୍ମେସରର୍ ଆଦେସ୍ ଇସାବେ ମୁଇ ଜନ୍ ସବୁ କାମ୍ କଲିନି, ସେଟା ସବୁ ମର୍ ପାଇ ନିକ ସାକି । ସେ ସବୁ କଇଲାନିଜେ, ମକେ ପର୍ମେସର୍ ପାଟାଇଲା ଆଚେ ବଲି ।
ଜିସୁ କଲା ଏ କାବାଅଇଜିବା କାମ୍ ଦେକିକରି ତେଇ ରଇଲା ଲକ୍ମନ୍ କଇଲାଇ “ଏ ଦୁନିଆଇ ପର୍ମେସରର୍ ଜନ୍ ବବିସତ୍ବକ୍ତା ଆଇବାର୍ ରଇଲା, ସତଇସେ ଏ ଆକା ।”
ଆରି ବେସି ଲକ୍ମନ୍ ତାର୍ ପଚେ ପଚେ ଗାଲାଇ । କାଇକେ ବଇଲେ ସେ ରଗି ଲକ୍ମନ୍କେ ତାର୍ କାବାଅଇଜିବା ବପୁ ସଙ୍ଗ୍ ନିମାନ୍ କର୍ବାଟା ସେମନ୍ ଦେକି ରଇଲାଇ ।
ମାତର୍ ତେଇ ରଇଲା ଲକ୍ମନର୍ ବିତ୍ରେଅନି କେତେକ୍ ଲକ୍ ଜିସୁକେ ବିସ୍ବାସ୍ କରି କଇଲାଇ, “ମସିଅ ଆଇଲେ ଆର୍ଟାନେଅନି ସେ କାଇ ଅଦିକ୍ କାବା ଅଇଜିବା କାମ୍ କର୍ସି କି ? ନାଇ ନ କରେ ।”
କାଇକେବଇଲେ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଜିଇଲେ କାଇଲେ, ସୁନତ୍ ଅଇବାଟା କି ସୁନତ୍ ନ ଅଇବାଟା କାଇଟା ମିସା ନାଇ । ଏକାଇ ଗଟେକ୍ସେ ଦର୍କାର୍ ରଇଲା ବିସଇ । ସେଟା ଅଇଲାନି, ବିସ୍ବାସେ ଡାଟ୍ ରଇ ଆଲାଦ୍ ସଙ୍ଗ୍ ଦାଇତେ ରଇବା କାମ୍ କର୍ବାର୍ ।
ଆରି ଏଟା ଅଇଲାନି ତାର୍ ଆଦେସ୍ । ତାର୍ ପଅ ଜିସୁକିରିସ୍ଟକେ ବିସ୍ବାସ୍ କର୍ବାର୍ ଆରି ଜିସୁ ତିଆର୍ଲାପାରା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ।