18 ତେଇ ଜିଉଦି ନେତାମନ୍ ଜିସୁର୍ ଲଗେ ବାଉଡି ଆସି ଏନ୍ତାରି କଇଲାଇ । “ତୁଇ ଏନ୍ତାରି ସବୁ କାମ୍ କର୍ବାକେ ଅଦିକାର୍ ପାଇଆଚୁସ୍ ବଲି ଆମେ କେନ୍ତି ଜାନ୍ବୁ ଆରି କାଇ ଚିନର୍ଲାଗି ଆମ୍କେ ସେଟା ଦେକାଇଲୁସ୍ନି ?”
ଜିସୁ ମନ୍ଦିରେ ବାଉଡି ଆସି ତେଇ ସିକିଆ ଦେଇତେ ରଇଲା ବେଲେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ତାକେ ପାଚାର୍ଲାଇ, “କାଇ ଅଦିକାରେ ତୁଇ ଏ ସବୁ କାମ୍ କଲୁସ୍ନି ? ତକେ ଏ ଅଦିକାର୍ କେ ଦେଲା ?”
ପଚେ ପାରୁସିମନ୍ ବାରଇ ଆସି ଜିସୁର୍ ସଙ୍ଗ୍ ଦଦାପେଲା ଅଇବାର୍ ଦାର୍ଲାଇ । ତାକେ ପରିକା କର୍ବାକେ ପାନ୍ଦେ ପାକାଉଁ ବଲି ମନ୍କରି, ସେ ଜେ ପର୍ମେସର୍ଟାନେଅନି ଆସିଆଚେ, ଏଟା ଦେକାଇବାକେ ଆକାସେଅନି ଗଟେକ୍ କାବାଅଇଜିବା ଚିନ୍ ଦେକାଆ ବଲି କଇଲାଇ ।
ଲକ୍ମନ୍ ଦଲ୍ ଦଲ୍ ଅଇ ଜିସୁର୍ଲଗେ ଟୁଲ୍ ଅଇବାବେଲାଇ ସେ କଇବାର୍ ଦାର୍ଲା । “ଏବର୍ ଜୁଗର୍ ମୁନୁସ୍ମନ୍ କରାପ୍, ଏମନ୍ କାବା ଅଇଜିବା କାମର୍ ଚିନ୍ କଜ୍ଲାଇନି । ମାତର୍ ଜୁନସ୍କେ ଗଟ୍ଲା ଚିନ୍ ଚାଡିକରି ଆରି କାଇ ବିନ୍ ଚିନ୍ ମିସା ଦିଆ ନ ଅଏ ।
ଜିରୁସାଲମର୍ ଜିଉଦି ନେତାମନ୍, କେତେଟା ଦରମ୍ ଗୁରୁମନ୍କେ ଆରି ଲେବି ଦଲର୍ ଲକ୍ମନ୍କେ ଡୁବନ୍ ଦେଉ ଜଅନର୍ ଲଗେ “ତମେ କେ ?” ବଲି ପାଚାର୍ବାକେ ପାଟାଇଲାଇ ।
“ତମେ ଜଦି କିରିସ୍ଟ ନୁଆସ୍, ଏଲିୟ ନୁଆସ୍, ଆରି ବବିସତ୍ବକ୍ତା ନୁଆସ୍, କାଇକେ ଲକ୍ମନ୍କେ ଡୁବନ୍ ଦେଲାସ୍ନି ?”
ସେବେଲା ସେମନ୍ ଜିସୁକେ ପାଚାର୍ଲାଇ, “ଏନ୍ତି ବଇଲେ ଆମେ ଜେନ୍ତି ବିସ୍ବାସ୍ କର୍ବୁ, ସେଟାର୍ ପାଇ ଆମ୍କେ କାଇଆଲେ କାବାଅଇଜିବା କାମ୍ କରି ଦେକାଇପାରୁସ୍ କି ? କ କାଇଟା କରିପାରୁସ୍ ?”
ପେରିତ୍ମନ୍କେ ସେମନର୍ ମୁଆଟେ ଡାକାଇ ପାଚାର୍ଲାଇ, “ତମେ ଏଟା ସବୁ କେନ୍ତାର୍ କଲାସ୍ନି ? କାର୍ ବପୁସଙ୍ଗ୍ ନଇଲେ କାର୍ ନାଉଁଦାରି ଏଟା କଲାସ୍ନି ?”
“ଏ ଜିସୁର୍ ନାଉଁ ଦାରି କାଇମିସା ସିକିଆ ନ ଦେବାକେ ତମ୍କେ ଡାଟ୍ ସଙ୍ଗ୍ ଆଦେସ୍ ଦେଇରଇଲୁ, ମାତର୍ ଦେକା, ତମେ କାଇଟା କରିଆଚାସ୍ ! ତମେ ଦେଇରଇବା ଏ ସିକିଆ ଜିରୁସାଲମେ ରଇଲା ଲକ୍ମନର୍ଟାନେ କେଟ୍ଲା ଆଚେ । ଆରି ତାର୍ ମରନ୍ ପାଇ ଆମ୍କେ ଦାଇ କର୍ବାକେ ଚେସ୍ଟା କଲାସ୍ନି !”