38 ପିଲାତ୍ ଜିସୁକେ କଇଲା “ଏନ୍ତି ବଇଲେ ସତ୍ ବିସଇ କାଇଟା ?” ପଚେ ସେ ଡାଣ୍ଡେ ବାରଇ କରି ଜିଉଦି ନେତାମନ୍କେ କଇଲା, “ଏ ଲକର୍ଟାନେ ଡଣ୍ଡ୍ ଦେବା ଏତ୍କି କାଇ ଦସ୍ ଦେକିନାଇ ।
ଜେଡେବେଲେ ପିଲାତ୍ ଦେକ୍ଲା ଜେ ସେମନ୍କେ ଆରି କାଇଟା କଇକରି ମିସା ଲାବ୍ ନାଇ, ନଇଲେ ଗଣ୍ଡ୍ଗଲ୍ ଅଇବାର୍ ଉପ୍ରେ ଆଚେ, ସେ ପାନି ଗୁଡିକ୍ ନେଇ, ସବୁ ଲକ୍ମନର୍ ମୁଆଟେ ଆତ୍ ଦଇପାକାଇ କଇଲା, “ଏ ଲକର୍ ମରନର୍ ପାଇ ମୁଇ ଦାଇ ନାଇ । ଏଟା ତମର୍ କାମ୍ ।”
ତେଇଅନି ପିଲାତ୍ ଆରିତରେକ୍ ଲକ୍ମନ୍କେ ପାଚାର୍ଲା, “କାଇକେ, ସେ କାଇ ଦସ୍ କଲାଆଚେ ଜେ ?” ମାତର୍ ଲକ୍ମନ୍ ଅଦିକ୍ ଅଦିକ୍ ରାଟୁଅଇକରି କଇଲାଇ, “ତାକେ କୁରୁସ୍ କାଟେ ମରାଆ ।”
ତାର୍ ପଚେ ପିଲାତ୍ ମୁକିଅ ପୁଜାରିମନ୍କେ ଆରି ତେଇ ରଇଲା ସବୁ ଲକ୍ମନ୍କେ କଇଲା, “ମୁଇ ଏ ଲକ୍ ଦସି ବଲି କାଇ ବୁଲ୍ ଦେକି ନାଇ ।”
ପିଲାତ୍ ଆରି ତରେକ୍ ମେଡ୍ ବିତ୍ରେ ବାଉଡି ଜାଇକରି, ଜିସୁକେ ଡାକି ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା କି ?”
ପିଲାତ୍ ଆରି ତରେକ୍ ଡାଣ୍ଡେ ବାରଇକରି ରୁଣ୍ଡିରଇଲା ଲକ୍ମନ୍କେ କଇଲା, “ଦେକା, ଏବେ ମୁଇ ତାକେ ଦସି କର୍ବାକେ କାଇ ବୁଲ୍କଲାଟା ମିଲେନାଇ । ଏଟାର୍ପାଇ ତମର୍ ଲଗେ ଆନ୍ବି । ଜେନ୍ତିକି ତମେ ଜାନ୍ବାର୍ ଆଚେ ।”
ତାକେ ଦେକ୍ଲା ଦାପ୍ରେ ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗୁଆଲ୍ମନ୍ ଆଉଲିଅଇକରି କଇଲାଇ, “ତାକେ କୁରୁସେ ଚଗାଆ ! ତାକେ କୁର୍ସେ ଚଗାଆ !” ବଲି । ପିଲାତ୍ କଇଲା, “ତମେ ତାକେ ନେଇକରି କୁର୍ସେ ଚଗାଆ, କାଇକେ ବଇଲେ, ମୁଇ ତାର୍ଟାନେ କାଇ ବୁଲ୍ ମିସା ଦେକିନାଇ ।”
ପାଉଲର୍ଟାନେ, ମଲାଟାନେଅନି ଉଟ୍ଲା ବିସଇ ସୁନି ସେମନର୍ ବିତ୍ରେଅନି କେତେ ଲକ୍ ତାକେ କିଜାଇଲାଇ, ମାତର୍ ବିନ୍ ଲକ୍ମନ୍ କଇଲାଇ, “ତମର୍ତେଇଅନି ଆମେ ଆରିତରେକ୍ ଏ ବିସଇ ସୁନ୍ବାକେ ମନ୍ କଲୁନି ।”
ମାତର୍ ବେସି ମୁଲିଅ ରଇବା ଜିସୁକିରିସ୍ଟର୍ ବନି, ଜନ୍ଟା ସେ ତାର୍ ମରନେ ରକଇଦେଲା । କାଇ ଦସ୍ କି କାଇ ଅବାବ୍ ନ ରଇବା ମେଣ୍ଡାପିଲା ପାରା ବଲିଅଇଲା ।