26 ବଡ୍ ପୁଜାରିର୍ ଗତିଦାଙ୍ଗ୍ଡାମନର୍ ବିତ୍ରେଅନି ଗଟେକ୍ ଲକ୍ ଜାକେ କି ପିତର୍ କାନ୍ କାଟିପାକାଇରଇଲା, ସେ ଡାଟ୍ ସଙ୍ଗ୍ କଇଲା, “ସେ ବାଡେ ମୁଇ ତକେ ତାର୍ ସଙ୍ଗ୍ ରଇଲାଟା ଦେକି ରଇଲି । ”
କେତେପର୍ ଗାଲାପଚେ ତେଇ ରଇଲା ଲକ୍ମନ୍ ପିତରର୍ ଲଗେ ଆସି କଇଲାଇ, “ବାଇଦରେ ତୁଇ ମିସା ସେମନର୍ ବିତ୍ରେଅନି ଗଟେକ୍ ଲକ୍ । ତର୍ କାତାବାର୍ତାଇଅନି ଏଟା ଜାନା ପଡିଗାଲାନି ।”
ଚନେକ୍ ରଇଲା ପଚେ ଆରି ଗଟେକ୍ ଲକ୍ ପିତର୍କେ ଦେକି କଇଲା, “ତୁଇ ମିସା ତାର୍ ସଙ୍ଗ୍ ରଇଲୁସ୍ ।” ମାତର୍ ପିତର୍ ତାକେ କଇଲା, “ମୁଇ ନଇ ।”
ଜିସୁ ଏ ପାର୍ତନା ସାରାଇକରି ନିଜର୍ ସିସ୍ମନର୍ ସଙ୍ଗ୍ କିଦ୍ରଣ୍ ନାଉଁର୍ ଜଲା ସେପାଟର୍ ଜାଗାଇ ଗାଲା । ତେଇ ଗଟେକ୍ ବାଡ୍ ରଇଲା, ଜିସୁ ଆରି ତାର୍ ସିସ୍ମନ୍ ସେ ବାଡେ ପୁର୍ଲାଇ ।
ସିମନ୍ ପିତରର୍ ଆତେ ଗଟେକ୍ କାଣ୍ଡା ରଇଲା । ସେ କାଣ୍ଡା ବାର୍କରାଇ ବଡ୍ ପୁଜାରିର୍ ଗତିଦାଙ୍ଗ୍ଡାର୍ ଉଜା କାନ୍ ଚିଡ୍ତେ ମାର୍ଲା । ସେ ଗତିଦାଙ୍ଗ୍ଡାର୍ ନାଉଁ ମାଲକ୍ ।