8 ତମେ ମକେ ଦେଇରଇବା କବର୍ ମୁଇ ସେମନ୍କେ ସୁନାଇଆଚି, ସେମନ୍ ସେଟା ମାନି ଆଚତ୍ । ମୁଇ ତମର୍ଟାନେଅନି ଆସିଆଚି ଆରି ତମେ ମକେ ପାଟାଇଆଚାସ୍, ସେମନ୍ ଏ କାତା ସତ୍ ବଲି ଜାନିକରି ବିସ୍ବାସ୍ କଲାଇ ଆଚତ୍ ।”
ଜିସୁ କଇଲା, “ସରଗ୍ ରାଇଜର୍ ଟିକି ନିକି କାତା ବୁଜ୍ବାକେ ତମେ ଗିଆନ୍ ପାଇଆଚାସ୍ । ମାତର୍ ସେମନ୍ ପାଅତ୍ ନାଇ ।
ମୁଇ ନିଜର୍ ମନେ ଅନି କାଇଟା ମିସା କଇନାଇ, ଏ କାତା ସତ୍ । ମାତର୍ ମୁଇ କଇବାଟା ମକେ ପାଟାଇରଇବା ବାବା ଆଦେସ୍ ଦେଇଆଚେ ।
ତୁଇ ବିସ୍ବାସ୍ କୁରୁସ୍ ନାଇ କି ପିଲିପ୍ ? ମୁଇ ବାବାର୍ ତେଇ ଆଚି ଆରି ବାବା ମର୍ଟାନେ ଆଚେ । ମୁଇ ତମ୍କେ ଜନ୍ କାତା ସବୁ କଇଲିଆଚି, ସେ ସବୁ କାତା ମର୍ ନିଜର୍ତେଇଅନି କଇନାଇ । ମାତର୍ ବାବା ମର୍ତେଇ ରଇକରି ତାର୍ କାମ୍, ମର୍ଟାନେଅନି କଲାନି ।
ଏବେ ମୁଇ ତମ୍କେ ଗତିଦାଙ୍ଗ୍ଡାମନ୍ ବଲି ନ ଡାକି, କାଇକେ ବଇଲେ, ଗତିଦାଙ୍ଗ୍ଡା ତାର୍ ସାଉକାର୍ କାଇଟା କର୍ସି ସେଟା ନାଜାନେ । ମାତର୍ ମୁଇ ତମ୍କେ ମଇତର୍ ବଲି ଡାକ୍ବି, କାଇକେ ବଇଲେ ମୁଇ ବାବାର୍ତେଇ ଅନି ଜନ୍ ଜନ୍ ବିସଇ ସୁନି ଆଚି, ସେଟା ତମ୍କେ କଇଦେଲିଆଚି ।
କାଇକେବଇଲେ ବାବା ତମ୍କେ ଆଲାଦ୍ କଲାନି, ସେ ତମ୍କେ ଆଲାଦ୍ କଲାନି କାଇକେବଇଲେ ତମେ ଜେନ୍ତିକି ମକେ ଆଲାଦ୍ କରି ଆଚାସ୍, ଆରି ମୁଇ ପର୍ମେସରର୍ ତେଇଅନି ଆଇଲି ଆଚି ବଲି ବିସ୍ବାସ୍ କରିଆଚାସ୍ ।
ତମେ ସବୁ ବିସଇ ଜାନିଆଚୁସ୍, ଏଟା ଏବେ ଆମେ ଜାନ୍ଲୁ । ଆରି କେ ତମ୍କେ ଜାନେ କି ନାଇ ବଲି, ପାଚାର୍ବାର୍ ଲଡା ନାଇ । ଏଟାର୍ପାଇ ତମେ ପର୍ମେସରର୍ଟାନେ ଅନି ଆସିଆଚୁସ୍ ବଲି ଆମେ ବିସ୍ବାସ୍ କଲୁନି ।”
ମୁଇ ସେମନ୍କେ ତମର୍ ବାକିଅ ସୁନାଇଆଚି । ତେବର୍ପାଇ ଏ ଦୁନିଆ ସେମନ୍କେ ଗିନ୍ କଲାନି । କାଇକେ ବଇଲେ ମୁଇ ଜେନ୍ତି ଏ ଦୁନିଆଇ ଅନି ଜାତ୍ ଅଇଲାଟା ନଇ, ସେନ୍ତି ସେମନ୍ ମିସା ଏ ଦୁନିଆର୍ ନଅତ୍ ।
ତମେ ମକେ ଜେନ୍ତି ଏ ଦୁନିଆଇ ପାଟାଇ ଆଚାସ୍, ସେନ୍ତାରି ମୁଇ ମିସା ସେମନ୍କେ ଏ ଦୁନିଆଇ ପାଟାଇଲିନି ।
ଏ ବାବା ତମେ ଜେନ୍ତାରି ମର୍ଟାନେ ମିସି ଗଟେକ୍ ଅଇଆଚାସ୍, ଆରି ମୁଇ ତମର୍ଟାନେ ମିସିକରି ଗଟେକ୍ ଅଇଆଚି । ସେନ୍ତାରିସେ ସେମନ୍ ମିସା ସେମନର୍ ବିତ୍ରେ ମିସିକରି ଗଟେକ୍ ଅଇ ରଇବାକେ ମୁଇ ପାର୍ତନା କଲିନି । ଜେନ୍ତିକି ତମେସେ ମକେ ପାଟାଇ ଆଚାସ୍ ବଲି ଏ ଦୁନିଆ ବିସ୍ବାସ୍ କର ।
ତମେ ଜେନ୍ତି ମର୍ଟାନେ ଆଚାସ୍, ସେନ୍ତି ମୁଇ ମିସା ତାକର୍ ଟାନେ ରଇବି । ସେନ୍ତି ରଇଲେ ଆକା ସେମନ୍ ପୁରାପୁରୁନ୍ ଗଟେକ୍ ଅଇ ରଇବାଇ । ଏନ୍ତି ଅଇଲେ ଦୁନିଆ ଜାନ୍ସି ଜେ, ତମେ ମକେ ପାଟାଇ ଆଚାସ୍, ଆରି ମକେ ଜେନ୍ତି ଆଲାଦ୍ କଲାସ୍ନି, ସେମନ୍କେ ମିସା ସେନ୍ତିସେ ଆଲାଦ୍ କଲାସ୍ନି ।”
ତମେସେ ଗଟେକ୍ ପର୍ମେସର୍, ତମ୍କେ ଆରି ତମେ ପାଟାଇରଇବା ଜିସୁ କିରିସ୍ଟକେ ଜାନ୍ବାଟା ଅଇଲାନି ନ ସାର୍ବା ଜିବନ୍ ।
ପର୍ମେସର୍ ତାର୍ ପିଲାକେ ଏ ଦୁନିଆଇ ବିଚାର୍ କର୍ବାକେ ପାଟାଏନାଇ, ମାତର୍ ତାର୍ ଲାଗି ଦୁନିଆ ରକିଆ ପାଅ ବଲି ପାଟାଇ ଆଚେ ।
ଜେ ତାର୍ କଇରଇବା କାତା ନାମ୍ସି, ସେ ପର୍ମେସର୍ ସତ୍ଟା ବଲି ନାମ୍ସି ।
ସିମନ୍ ପିତର୍ ତାକେ କଇଲା, “ମାପ୍ରୁ ତମ୍କେ ଚାଡି ଆମେ କାର୍ଲଗେ ଜିବୁ ? ତମର୍ଟାନେତା ନ ସାର୍ବା ଜିବନର୍ ବାକିଅ ଆଚେ ।
ଜିସୁ ସେମନ୍କେ କଇଲା, “ଜଦି ପର୍ମେସର୍ ତମର୍ ବାବା ଅଇରଇଲେ, ତମେ ମକେ ଆଲାଦ୍ କର୍ତାସ୍ । କାଇକେ ବଇଲେ ମୁଇ ପର୍ମେସର୍ ତେଇଅନି ଆସି ଏବେ ଇତି ଆଚି । ମାତର୍ ନିଜର୍ ଅଦିକାରେ ଆସିନାଇ । ସେ ମକେ ଏ ଦୁନିଆଇ ପାଟାଇଲା ଆଚେ ।
କାଇକେବଇଲେ ମାପ୍ରୁର୍ ସିକିଆ ପାଇଲି ଆଚି, ସେଟାସେ ମୁଇ ତମ୍କେ ସିକାଇଆଚି । ଜନ୍ ରାତି ଆମର୍ ମାପ୍ରୁ ଜିସୁ ବିସ୍ବାସେ ବିସ୍ ଦେଲାପାରା ଅଇଲା, ସେ ରୁଟିନେଇ, ପର୍ମେସର୍କେ ଦନିଅବାଦ୍ ଦେଲା ।
ଏ ବାଇବଇନିମନ୍, ମୁଇ ତମର୍ ଲଗେ ଜନ୍ ସୁବ୍କବର୍ ଜାନାଇରଇଲି ସେଟା ତମ୍କେ ଏତାଇଦେବି ବଲି ମନ୍ କଲିନି । ସେଟା ତମେ ମାନି ରଇଲାସ୍ ଆରି ତେଇସେ ତମର୍ ବିସ୍ବାସ୍ ଡାଁଟ୍ ଆଚେ ।
ଆମେ ପର୍ମେସର୍କେ ଏଟାର୍ପାଇ ମିସା ଦନିଅବାଦ୍ ଦେଲୁନି, କାଇକେବଇଲେ ଜେଡେବେଲେ ଆମେ ତାର୍ ସୁବ୍କବର୍ ତମ୍କେ ଜାନାଇରଇଲୁ ସେଟା ପର୍ମେସର୍ ଟାନେ ଅନି ଆଇଲା ବାକିଅ ବଲି ତମେ ମାନ୍ଲାସ୍ । ଏଟା ଲକ୍ମନର୍ ଟାନେଅନି ଆସି ଆଚେ ବଲି ନାଇ । ସତଇସେ ସେଟା ପର୍ମେସରର୍ ବାକିଅ । ଆରି ତମର୍ପାରା ବିସ୍ବାସିମନର୍ ମନ୍ ବିତ୍ରେ, ସେଟା ଡାଟ୍ ଅଇରଇସି ।
ତେବେ ଏ ବାଇମନ୍ ସାରାସାରି ବେଲାଇ କେନ୍ତାରି ଚଲାଚଲ୍ତି କଲେ ପର୍ମେସର୍ ସାର୍ଦା ଅଇସି, ସେ ବିସଇ ତମେ ଆମର୍ଟାନେଅନି ସିକିଆଚାସ୍ । ଆରି ସେନ୍ତାରିସେ ଚଲାଚଲ୍ତି କଲାସ୍ନି । ତମେ ଜେନ୍ତାରି କଲାସ୍ନି, ସେ ଇସାବେ ଆରି ଆଗ୍ତୁ ଆଗ୍ତୁ ଜିବାକେ ଆମେ ତମ୍କେ ମାପ୍ରୁ ଜିସୁର୍ ନାଉଁଦାରି ବାବୁଜିଆ କରି ସାର୍ଦା କରାଇଲୁନି ।
ଆରି ଆମେ ଦେକିଆଚୁ ପାପର୍ ଡଣ୍ଡେଅନି ଲକ୍ମନ୍କେ ରକିଆ କର୍ବାକେ ବାବା ପର୍ମେସର୍ ତାର୍ ପଅକେ ଏ ଜଗତେ ପାଟାଇଲା । ଏଟା ସତ୍ କାତା ବଲି ବିନ୍ ଲକ୍ମନ୍କେ କଇଲୁନି ।
ଜାଇ ଜାଇଟା ଦାପ୍ରେ ଗଟ୍ବାକେ ଗାଲାନି, ପର୍ମେସର୍ ଜିସୁ କିରିସ୍ଟକେ ଜାନାଇ ରଇବା ବିସଇ ଏ ବଇଟାନେ ଲେକାଅଇ ଆଚେ । ସେ ସବୁ ବିସଇ ତାର୍ ଦାଙ୍ଗ୍ଡାମନ୍କେ ଜାନାଇବାକେ ପର୍ମେସର୍ ତାକେ ଜାନାଇଲା । ତେବର୍ପାଇ ମୁଇ ଜଅନ୍ ଜେ କି ତାର୍ ସିସ୍ ଅଇଲିଆଚି, ମକେ ଜାନାଇବାକେ କିରିସ୍ଟ ତାର୍ ଦୁତ୍କେ ପାଟାଇଲାଆଚେ ।