2 ତମେ ମକେ ସବୁ ମୁନୁସ୍ ଜାତି ଉପ୍ରେ ଅଦିକାର୍ ଦେଇଆଚାସ୍ । ଆରି ଜନ୍ଲକ୍ମନ୍କେ ମକେ ସର୍ପି ଦେଇଆଚାସ୍, ସେମନ୍କେ ମୁଇ ନ ସାର୍ବା ଜିବନ୍ ଦେବି ।
“ମର୍ ବାବା ମକେ ସବୁ ବିସଇ ଦାନ୍ କଲାଆଚେ । ବାବାକେ ଚାଡି କେ ମିସା ତାର୍ ପିଲା, ମକେ ନାଜାନତ୍ । ଆରି ତାର୍ ପିଲା, ମକେ ଚାଡି କେ ମିସା ବାବାକେ ନାଜାନତ୍ । ତାର୍ ପିଲା ମୁଇ, ଜନ୍ ଲକ୍ମନର୍ ଲଗେ ବାବାକେ ଦେକାଇବି, ସେମନ୍ସେ ବାବାକେ ଚିନି ପାରତ୍ ।
ଏନ୍ତାରି ଲକ୍ମନ୍କେ ସବୁ ଦିନର୍ ପାଇ ଡଣ୍ଡ୍ ମିଲ୍ସି ଆରି ଦରମ୍ ଲକ୍ମନ୍ ନ ସାର୍ବା ଜିବନ୍ ପାଇବାଇ ।”
ଜିସୁ ସେମନର୍ ଲଗେ ଜାଇ କଇଲା, “ସରଗ୍ ଆରି ମଚ୍ପୁରର୍ ସବୁ ଅଦିକାର୍ ମକେ ଦିଆଅଇଲା ଆଚେ ।
ଏ ବାବା, ତମେ ମକେ ଜନ୍ ଲକ୍ମନ୍କେ ଦେଇଆଚାସ୍, ମୁଇ ଜନ୍ ଜାଗାଇ ରଇବି, ସେମନ୍ ମିସା ମର୍ ସଙ୍ଗ୍ ରଅତ୍ ବଲି ମନ୍ କଲିନି । ତେବେ ମକେ ଦେଇରଇବା ଡାକ୍ପୁଟା ସେମନ୍ ଦେକ୍ବାଇ । କାଇକେ ବଇଲେ ତମେ ଏ ଦୁନିଆ ତିଆର୍ କର୍ବା ଆଗ୍ତୁସେ ମକେ ଆଲାଦ୍ କରିଆଚାସ୍ ।
“ଏ ଜଗତର୍ ଜନ୍ ଲକ୍ମନ୍କେ ତମେ ମକେ ସର୍ପି ଦେଇରଇଲାସ୍, ସେମନର୍ ଲଗେ ମୁଇ ତମ୍କେ ଜାନାଇଆଚି । ସେମନ୍ ତମର୍ ଅଇରଇଲାଇ, ଆରି ମକେ ସେମନ୍କେ ସର୍ପିଦେଲୁସ୍ । ସେମନ୍ ତମର୍ ବାକିଅ ମାନ୍ଲାଇନି ।
ମୁଇ ସେମନର୍ଲାଗି ପାର୍ତନା କଲିନି, ଦୁନିଆର୍ ଲକ୍ମନର୍ ପାଇ ପାର୍ତନା କରିନାଇ । ମାତର୍ ତମେ ମକେ ଜନ୍ ଲକ୍ମନ୍କେ ଦେଇଆଚାସ୍, ସେ ଲକ୍ମନର୍ ପାଇ ପାର୍ତନା କଲିନି । କାଇକେ ବଇଲେ ସେମନ୍ ତମର୍ ଲକ୍ମନ୍ ।
ବାବା ପିଲାକେ ଆଲାଦ୍ କରି ସବୁ ବିସଇ ତାର୍ ଆତେ ସର୍ପି ଦେଲାଆଚେ ।
ମାତର୍ ମୁଇ ଜନ୍ ପାନି ଦେବି, ସେ ପାନି ଜେ କାଇସି ବଇଲେ, ତାକେ କେବେ ମିସା ସସ୍ ନ ଲାଗେ । ମୁଇ ଜନ୍ ପାନି ଦେବି, ସେଟା ଜିବନ୍ ଦେବା ପାନି ପାରା ଉଚ୍ଲି ଜାଇତେରଇସି । ତେଇ ଅନି ଜେ କାଇଲେ, ସେ ନ ସାର୍ବା ଜିବନ୍ ପାଇସି ।”
ଜନ୍ କାଦି ନସିଜାଇସି, ସେ କାଦିର୍ ପାଇ ଏତେକ୍ କସ୍ଟ କରାନାଇ, ମାତର୍ ଜନ୍ଟା ନ ନସେ, ସେଟା ନ ସାର୍ବା ଜିବନ୍ ଦେଇସି, ସେଟାର୍ ପାଇ କସ୍ଟ କରା । ଏ କାଦି ନର୍ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍ପାଇ ବାବା ପର୍ମେସର୍ ମକେ ଅଦିକାର୍ ଦେଲାଆଚେ ।
ମର୍ ବାବା ପର୍ମେସର୍ ଜନ୍ ଲକ୍ମନ୍କେ ମକେ ଦେଲା ଆଚେ, ସେ ଲକ୍ମନ୍ ମର୍ ଲଗେ ଆଇବାଇ । ଆରି ମର୍ ଲଗେ ଆଇବା ଲକ୍ମନ୍କେ କେବେ ମିସା ନ ବାଉଡାଇ ।
ଜନ୍ ଲକ୍ମନ୍କେ ସେ ମକେ ଦେଲାଆଚେ, ସେମନର୍ ବିତ୍ରେଅନି ମୁଇ ଗଟେକ୍ ଲକ୍କେ ମିସା ନ ଆଜାଇ । ସାରାସାରି ଦିନେ ସେ ସବୁ ଲକ୍କେ ଆରିତରେକ୍ ଜିବନ୍ କରି ଉଟାଇବି । ଏଟା ଆକା ସେ ମନ୍ କର୍ବାଟା ।
ପାପ୍ କାମର୍ ବୁତି ଅଇଲାନି ମରନ୍, ମାତର୍ ପରମେସର୍ ଜାଚାଇକରି ଦାନ୍ ଦେଇଆଚେ । ସେଟା ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ମିଲାଇରଇବା ନ ସାର୍ବା ଜିବନ୍ ।
କାଇକେବଇଲେ ପର୍ମେସର୍ ତାର୍ ସବୁ ସତ୍ରୁମନ୍କେ ଆରାଇ, ତାର୍ ପାଦ୍ତଲେ ଆନ୍ବାଜାକ କିରିସ୍ଟ ସାସନ୍ କର୍ବାର୍ ଆଚେ ।
ଏବେ ଆମର୍ ବିତ୍ରେ କାମ୍ କର୍ତେରଇବା ସେ ବପୁର୍ ସଙ୍ଗ୍ସେ, ପର୍ମେସର୍ କିରିସ୍ଟକେ ମଲାତେଇଅନି ଉଟାଇକରି ତାର୍ ଉଜାବାଟେ ବସାଇଆଚେ ।
ଜେନ୍ତିକି ସରଗ୍ପୁରେ, ମଚ୍ପୁରେ ଆରି ପାତାଲେ ରଇବା ସବୁ, ଜିସୁକେ ମାଣ୍ଡିକୁଟା ଦେଇ ଜୁଆର୍ କର୍ବାଇ । ସେଟାର୍ପାଇ ପର୍ମେସର୍ ଏ ସବୁ କଲାଆଚେ ।
ଏଲେମିସା ଏଟାର୍ପାଇ ମକେ କିରିସ୍ଟ ଦୟା ଦେକାଇଲା । ସେ ମକେ କେମା କଲାକେ କେତେକ୍ ମୁର୍ଚିକରି ଆଚେ ବଲି ଦେକାଇବାକେ ସେ ମନ୍ କଲା । ବିନ୍ ଲକର୍ଟାନେଅନି ମୁଇ ଅଦିକ୍ ପାପ୍ କଲିଆଚି । ଏଟା ଏନ୍ତାରି ଅଇଲା । ଜେନ୍ତିକି ଦିନେକ୍ ଜେତ୍କି ଲକ୍ସବୁ ତାକେ ବିସ୍ବାସ୍ କରି ସବୁଦିନର୍ପାଇ ମୁକ୍ତି ପାଇବାଇ ସେମନର୍ପାଇ ମୁଇ ଗଟେକ୍ ସାକି ଇସାବେ ରଇବି ।
ମାତର୍ ଏ ସେସ୍ କାଲେ ତାର୍ ପଅକେ ପାଟାଇକରି ତାର୍ କାତା ଜାନାଇ ଆଚେ । ତାର୍ଲାଗି ଏ ଜଗତ୍ ତିଆର୍ କଲାଆଚେ ଆରି ଜଗତର୍ ସବୁ ବିସଇର୍ ଉପ୍ରେ ତାକେ ଅଦିକାର୍ ଦେଲାଆଚେ ।
ସେ ସର୍ଗେ ବାଉଡି ଜାଇ ପର୍ମେସରର୍ ଉଜାବାଟେ ଆଚେ । ସର୍ଗେ ରଇବା ସବୁ ଦୁତ୍, ଅଦିକାର୍ ଆରି ବପୁ ଉପ୍ରେ ସେ ସାସନ୍ କଲାନି ।
ଏ ଲକ୍ ସତ୍ ଜିବନ୍ ଦେଇସି । ପର୍ମେସର୍ ଏ ଲକ୍କେ ସବୁକେ ଦେକାଇଲା । ଆରି ଆମେ ଦେକ୍ଲୁ ଆରି ତାର୍ ସତ୍ ବିସଇ ତମ୍କେ କଇଲୁନି । ସେ ଦେଇରଇବା ନ ସାର୍ବା ଜିବନର୍ ବିସଇ ତମ୍କେ ଜାନାଇଲୁନି । ପୁର୍ବେଅନି ସେ ଆମର୍ ବାବା ପର୍ମେସରର୍ ସଙ୍ଗ୍ ରଇଲା । ମାତର୍ ପର୍ମେସର୍ ତାର୍ ବିସଇ ଆମ୍କେ ଜାନାଇଲାଆଚେ ।
କିରିସ୍ଟ ନିଜେ ଆମ୍କେ ନ ସାର୍ବା ଜିବନ୍ ଦେବି ବଲି କାତାଦେଇଆଚେ ।
ଆମେ ଏଟା ମିସା ଜାନିଆଚୁ ଜେ, ତାର୍ ପଅ ଏ ଜଗତେ ଆଇଲା ଆରି ଆମ୍କେ ସତ୍ ପର୍ମେସର୍କେ ଜାନାଇଲା । ଏ ସତ୍ ପର୍ମେସରର୍ ସଙ୍ଗ୍ ଆମେ ମିସିକରିଆଚୁ । କାଇକେବଇଲେ ତାର୍ ପଅ ଜିସୁକିରିସ୍ଟର୍ ସଙ୍ଗ୍ ଆମେ ମିସିଆଚୁ । ସେ ସେ ସତ୍ ପର୍ମେସର୍ ଆରି ସେ ସେ ଲକ୍ମନ୍କେ ନ ସାର୍ବା ଜିବନ୍ ଦେଇସି ।
ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ଦିନ୍କେ ଜାଗ୍ତେରୁଆ ଆରି ପର୍ମେସରର୍ ଆଲାଦେ ବଡିଆସା । ସେନ୍ତାର୍ଆଲେ ତମେ ତାର୍ସଙ୍ଗ୍ କାଲ୍କାଲ୍ ଜୁଗ୍ଜୁଗ୍ ରଇସା । କାଇକେବଇଲେ ସେ ଆମ୍କେ ଦୟା ଦେକାଇଲା ଆଚେ ।