4 ତମେ ମର୍ସଙ୍ଗ୍ ମିସିକରି ରୁଆ । ସେନ୍ତି ବଇଲେ ମୁଇ ମିସା ତମର୍ ସଙ୍ଗ୍ ରଇବି । କେନ୍ଦା ଜଦି ବୁନ୍ଦ୍ସଙ୍ଗ୍ ମିସିକରି ନ ରଇଲେ ନିଜେ ପଲ୍ ନ ଦାରେ, ସେନ୍ତି ତମେ ମିସା ମର୍ତେଇ ମିସି ନ ରଇଲେ, ପଲ୍ ଦାରିନାପାରାସ୍ ।”
“ନିକ ପଲ୍ ଦାର୍ବାର୍ଆଲେ ଗଟେକ୍ ଗଚ୍ ନିକ ଅଇବାର୍ ଆଚେ । ବାନିଆ ଗଚେ ବାନିଆ ପଲ୍ ଅଇସି । ଗଚ୍ କେନ୍ତିଟା, ତାର୍ ପଲେ ଅନି ଜାନାପଡ୍ସି ।
ଆରି ନିମାନ୍ ବୁଏଁ ଅଦର୍ଲା, ବିଅନ୍ ଏନ୍ତାରି ଲକ୍ମନ୍କେ ବୁଜାଇସି । ଜନ୍ ଲକ୍ମନ୍ କି ନିମାନ୍ ଆରି ଦରମ୍ ମନେ ବାକିଅ ସୁନିକରି ସେଟା ଡାଟ୍ ସଙ୍ଗ୍ ଦାରି ସଙ୍ଗଇବାଇ ଆରି ଜାଗିରଇକରି ପଲ୍ପଲ୍ବାଇ ।”
ସେ ଦିନ୍ ଆଇଲେ ତମେ ଜାନ୍ସା, ମୁଇ ବାବାର୍ ଲଗେ, ତମେ ମର୍ ଲଗେ, ଆରି ମୁଇ ତମର୍ ଲଗେ ସବୁବେଲେ ରଇବି ।
ତମେ ଜେନ୍ତି ମର୍ଟାନେ ଆଚାସ୍, ସେନ୍ତି ମୁଇ ମିସା ତାକର୍ ଟାନେ ରଇବି । ସେନ୍ତି ରଇଲେ ଆକା ସେମନ୍ ପୁରାପୁରୁନ୍ ଗଟେକ୍ ଅଇ ରଇବାଇ । ଏନ୍ତି ଅଇଲେ ଦୁନିଆ ଜାନ୍ସି ଜେ, ତମେ ମକେ ପାଟାଇ ଆଚାସ୍, ଆରି ମକେ ଜେନ୍ତି ଆଲାଦ୍ କଲାସ୍ନି, ସେମନ୍କେ ମିସା ସେନ୍ତିସେ ଆଲାଦ୍ କଲାସ୍ନି ।”
ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି, ସେ ମର୍ଟାନେ ରଇସି ଆରି ମୁଇ ତାର୍ଟାନେ ରଇବି ।
ଜିସୁ ତାର୍ଟାନେ ବିସ୍ବାସ୍ କରିରଇବା ଜିଉଦି ଲକ୍ମନ୍କେ କଇଲା, “ଜଦି ତମେ ମର୍ ସିକିଆ ମାନିକରି ତବିର୍ ଅଇ ରଇସା, ବଇଲେ ସତଇସେ ମର୍ ସିସ୍ ଅଇସା ।
ବର୍ନବା ତେଇ କେଟିକରି ପର୍ମେସର୍ ସେ ଲକ୍ମନ୍କେ କେନ୍ତି ଆସିର୍ବାଦ୍ କଲାଆଚେ, ସେଟା ଦେକି ସାର୍ଦା ଅଇଲା । ଆରି ମନ୍ପରାନ୍ ଦେଇକରି ମାପ୍ରୁକେ ବିସ୍ବାସ୍ କରି ଚଲାଚଲ୍ତି କର୍ବାକେ ସେମନ୍କେ ସିକିଆ ଦେଇ ସାର୍ଦା କଲା ।
ସେମନ୍ ବିସ୍ବାସିମନ୍କେ ବିସ୍ବାସେ ଡାଟ୍ଅଇ ରଇବାକେ ସାର୍ଦା କଲାଇ । ସେମନ୍ ସିକିଆ ଦେଇ କଇଲାଇ, “ପରମେସରର୍ ରାଇଜେ କେଟ୍ବାକେ ଆଲେ ଆମ୍କେ ବେସି ଦୁକ୍କସ୍ଟ ଦେଇ ଜିବାକେ ଅଇସି ।”
ତମେ ନିଜେ ନିଜେ ବିସ୍ବାସେ ଆଚାସ୍ କି ନାଇ, ବିଚାର୍ କରି ଦେକା । ଜିସୁକିରିସ୍ଟ ତମର୍ ବିତ୍ରେ ବାସା ଅଇଆଚେ ବଲି ନାଜାନାସ୍ କି ? ତମେ ବିସ୍ବାସ୍ କରାସ୍ ନାଇକେ, କିରିସ୍ଟ ତମର୍ଟାନେ ବାସା ଅଏନାଇ ।
ପର୍ମେସରର୍ ପାଇ ବଁଚ୍ବାକେ ମକେ କିରିସଟର୍ ସଙ୍ଗ୍ କୁର୍ସେ ମରାଇଆଚେ । ଏବେ ମୁଇ ଜିଇକରି ରଇନାଇ । ମାତର୍ କିରିସ୍ଟ ମର୍ଟାନେ ଜିଇକରି ଆଚେ । ଏବେ ମର୍ ଗାଗଡ୍ ବିସ୍ବାସର୍ ଲାଗି ଜିବନ୍ ଆଚେ । ଜନ୍ଟା କି ପର୍ମେସରର୍ ପଅ ଜିସୁ କିରିସ୍ଟ ମକେ ଆଲାଦ୍ କରି ମର୍ପାଇ ସେ ନିଜେ ସର୍ପି ଅଇଲା । ତାକେ ବିସ୍ବାସ୍ କରି ମୁଇ ଜିଇଲି ଆଚି ।
ମୁଇ ପାର୍ତନା କଲିନି, ଜେନ୍ତିକି ତମର୍ ବିସ୍ବାସର୍ ଲାଗି, କିରିସ୍ଟ ତମର୍ ବିତ୍ରେ ବାସା ଅଇସି । ଆରି, ତମେ ପର୍ମେସର୍କେ ଆରି ବିନ୍ ଲକ୍କେ ଆଲାଦ୍ କଲାଟାନେଅନି, ବୁଏଁ ଜାଇତେରଇବା ଗଚର୍ ଚେର୍ପାରା ଆରି କୁନାଦି ଉପ୍ରେ ତିଆର୍ ଅଇଲା ଗର୍ ପାରା ଡାଟ୍ ଅଇସା ।
ଜେନ୍ତାରିକି ଗଟେକ୍ ପଲ୍ ଦେବା ଗଚ୍ ପଲ୍ ଦେଇସି, ସେନ୍ତାରିସେ ତମେ ମିସା ଜିସୁକିରିସ୍ଟର୍ ବପୁ ସଙ୍ଗ୍ ଦରମ୍ କାମର୍ ପଲ୍ ଦେଇସା । ଏଟା ପର୍ମେସର୍କେ ଡାକ୍ପୁଟା ଆରି ମଇମା କର୍ସି ।
ତମେ ବିସ୍ବାସ୍ କରିଲାଗିରଇଲେ, ତମର୍ ବିସ୍ବାସ୍ ଡାଟ୍ ରଇସି । ସୁବ୍ କବର୍ଟାନେ ମାପ୍ରୁ ଜନ୍ ଆସା ଦେବି ବଲି କାତା ଦେଇଆଚେ, ସେ ଆସା ପାଇବାଟାନେଅନି ତମ୍କେ କେ ମିସା ନ ତେବାଅତ୍ । ଏ କବର୍ ତମେ ଆଗ୍ତୁ ସୁନିସାରାଇଆଚାସ୍ । ଆରି ଜଗତର୍ ଗୁଲାଇଲକ୍କେ ଜାନାଇଅଇଆଚେ । ଏ ସୁବ୍ କବର୍ ଜାନାଇବାକେ ମୁଇ ପାଉଲ୍ ଗଟେକ୍ ଗତିଦାଙ୍ଗ୍ଡା ଅଇଲିଆଚି ।
ଜିଉଦି ନ ଅଇଲା ଲକ୍ମନର୍ ପାଇ ସେ ଟିକ୍ କରିରଇବା ମଇମାସଙ୍ଗର୍ ଜଜ୍ନା ତାର୍ ଲକ୍ମନ୍କେ ଜାନାଇବାକେ ପର୍ମେସର୍ ଟିକ୍କଲା । ସେ ଲୁଚିରଇବା ବିସଇ ଅଇଲାନି, ଜିଉଦି ନଇଲା ଲକ୍ମନର୍ଟାନେମିସା କିରିସ୍ଟ ରଇସି । ଆରି ସେ କାତା ଦେଇରଇବା ସବୁ ରକାମର୍ ମଇମା ତମେମିସା ପାଇସା ବଲି ଜାନିରୁଆ ।
ତେବେ ଜିସୁକିରିସ୍ଟକେ ତମର୍ ମାପ୍ରୁ ଇସାବେ ଜେନ୍ତି ବିସ୍ବାସ୍ କରିଆଚାସ୍, ସେନ୍ତାରି ତାର୍ସଙ୍ଗ୍ ମିସିକରି ରୁଆ ।
ଏଟାର୍ପାଇ ତମର୍ ବିସଇ ନାଜାନିକରି ମୁଇ ରଇ ନାପାର୍ଲି । ତମେ ବିସ୍ବାସେ ଆଚାସ୍ କି ନାଇ ଚିନ୍ତାକରି ମୁଇ ତିମତିକେ ପାଟାଇଲି । ଏଟାର୍ପାଇ ବଲି କେଡେବେଲେ ସଇତାନ୍ ତମ୍କେ ପରିକା କରି ଆମେ ଆବଡ୍ ଅଇ କଲାଟା ଚୁଚାଇ ଜାଇସି ବଲି ଡର୍ତେ ରଇଲି ।
ମାତର୍ ଆମେ ପର୍ମେସର୍କେ ନ ମାନିକରି ତାର୍ ତେଇଅନି ବେଗ୍ଲି ଜିବା ଲକ୍ ନଉଁ । ମାତର୍ ଆମେ ବିସ୍ବାସ୍ କରି ରକିଆ ପାଇଲା ଲକ୍ମନର୍ ସଙ୍ଗ୍ ଆଚୁ ।
କେ ଜଦି ପର୍ମେସରର୍ ସଙ୍ଗ୍ ମିସିଆଚି ବଲି କଇଲେ, ଜିସୁର୍ ଚଲାଚଲ୍ତି ପାରା ଚଲ୍ବାର୍ଆଚେ ।
ଜଦି କେ କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ ନ କରେ, ଆରି ତାର୍ ସିକିଆର୍ ସଙ୍ଗ୍ ତାର୍ ନିଜର୍ଟା ମିସାଇଲେ, ସେ କିରିସ୍ଟର୍ ସଙ୍ଗ୍ ମିସେନାଇ । ମାତର୍ କେ ଜଦି କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ କର୍ତେରଇସି, ସେ ବାବା ପର୍ମେସର୍ ସଙ୍ଗ୍ ଆରି ତାର୍ ପଅ ଜିସୁକିରିସ୍ଟ ସଙ୍ଗ୍ ମିସ୍ଲାଆଚେ ।