2 ମର୍ଟାନେ ରଇବା ପିଲ୍କା ମାଲେ ପଲ୍ ନ ଦାର୍ଲେ, ସେ କାଟି ପାକାଇସି । ଆରି ଜନ୍ ମାଲେ ପଲ୍ ଦାର୍ସି ସେ ମାଲ୍ ଅଦିକ୍ ପଲ୍ ଦାର୍ବାକେ ପରିଚଲ୍ କର୍ସି ।
ଜାକେ ଆଚେ, ତାକେ ଦିଆଅଇସି । ତେଇଅନି ସେ ଅଦିକ୍ ଅଦିକ୍ ଲାବ୍ କର୍ସି । ମାତର୍ ଜାକେ ନାଇ, ତାର୍ଟାନେ ଜେତ୍କି ଆଚେ, ସେଟା ମିସା ନିଆଅଇସି ।”
ଜିସୁ ଆରି ତରେକ୍ ଏନ୍ତାରି କାତା କଇଲା, “ଗଟେକ୍ ମାଇଜି କଣ୍ଡେକ୍ କମିର୍ ନେଇ ଅଦ୍ବାସ୍ତା ଗୁଣ୍ଡ୍ଟାନେ ମିସାଇଦେଲା । ସମାନ୍ ବେଲାଇ ସବୁଜାକ ଗୁଣ୍ଡ୍ କମିର୍ତେଇ ମିସି ପୁଲ୍ଲା । ସରଗ୍ ରାଇଜ୍ ବଡ୍ବାଟା ମିସା ଏନ୍ତାରିସେ ।”
ଜିସୁ କଇଲା, “ଜନ୍ ଗଚ୍ମନ୍ ମର୍ ସରଗର୍ ବାବା ରପେ ନାଇ, ସେ ସବୁ ଜିକା ଅଇସି ।
ବାଟ୍ପାଲି ଗଟେକ୍ ଡୁମ୍ରି ଗଚ୍ ରଇଲା । ଜିସୁ ସେ ଗଚ୍ ଲଗେ ଜାଇ ତେଇ ପତର୍ ରଇବାଟା ଚାଡି, ଆରି କାଇଟା ଦେକେ ନାଇ । ତେବେ ସେ ଗଚ୍କେ କଇଲା, “ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍ !” ସେ ଦାପ୍ରେ ସେ ଡୁମ୍ରି ଗଚ୍ ସୁକିଗାଲା ।
କାଇକେ ବଇଲେ ଜାକେ ଆଚେ, ତାକେ ଅଦିକ୍ ଦିଆଅଇସି । ଆରି ସେ ଅଦିକ୍ ଅଦିକ୍ ଲାବ୍ କର୍ସି । ମାତର୍ ଜାକେ ନାଇ ତାର୍ଲଗେ ଜାଇଟା ଆଚେ, ସେଟା ମିସା ତାରତେଇଅନି ଚାଡାଇ ନିଆଅଇସି ।
ଆରି ଏବେ ମିସା ଗଚ୍ମନର୍ ବୁନ୍ଦେ ଟେଙ୍ଗିଆ ଲାଗିଆଚେ । ଜନ୍ ଗଚ୍ ନିକ ପଲ୍ ନ ପଲେ, ସେଟା କାଟିକରି ଜଇଟାନେ ପିଙ୍ଗା ଅଇସି ।
ଉଡାଲି କରି ପଟ୍ ବେଗ୍ଲାଇ ନିକଟାକେ ସଙ୍ଗଇବାକେ ତାର୍ ଆତେ କୁଲା ଆଚେ । ନିକଟା ତାର୍ କଲ୍କିତେଇ ସଙ୍ଗଇସି ଆରି ବେଗଲ୍ଲା ପଟ୍ ସବୁଦିନେ ଲାଗ୍ତେରଇବା ଜଇଟାନେ ପିଙ୍ଗିଦେଇସି ।”
ନିକ ପଲ୍ ନ ଦାର୍ଲେ ସେ ଗଚ୍ କାଟି କରି ଜଇଟାନେ ପାକାଇଅଇସି ।
ବାକିଲକ୍ମନ୍ ବାକିଅ ସୁନି ସେଟା ମାନ୍ବାଇ ଆରି ତିରିସ୍ ଗୁଣ୍, ସାଟେ ଗୁଣ୍ ଆରି ସଏ ଗୁଣ୍ ପଲ୍ ଦେବାଇ, ସେମନ୍ ବିଅନ୍ ଅଦ୍ରି ରଇବା ନିକ ବୁଇଁ ପାରା ।”
ପାକ୍ନାବାଡି ବୁଏଁ ଅଦର୍ଲା ବିଅନ୍ ଏନ୍ତାରି ଲକ୍ମନ୍କେ ବୁଜାଇସି । ସେମନ୍ ବାକିଅ ସୁନି ସାର୍ଦାସଙ୍ଗ୍ ମାନ୍ବାଇ, ମାତର୍ ସେମନ୍କେ ଚେର୍ ନ ରଇଲାର୍ପାଇ ବଲି ଚନେକ୍ ବିସ୍ବାସ୍ କର୍ବାଇ ଆରି କାଇଆଲେ ପରିକା ବେଲାଇ ବିସ୍ବାସ୍ ଚାଡିଦେବାଇ ।
“ମୁଇ ଅଇଲିନି ସତ୍ ଅଙ୍ଗୁର୍ ମାଲ୍ ଆରି ମର୍ ବାବା ଅଇଲାନି ଚାସି ।
ତମେ ମକେ ବାଚାସ୍ ନାଇ, ମାତର୍ ମୁଇ ତମ୍କେ ବାଚ୍ଲି ଆଚି । ଆରି ଜାଇକରି ଅଦିକ୍ ଅଦିକ୍ ପଲ୍ ଦାର୍ବାକେ ତମ୍କେ ଦାଇତ୍ ଦେଲି । ତମର୍ ପଲ୍ ସବୁ ଦିନର୍ ପାଇ ରଇସି । ତେବେ ତମେ ମର୍ ନାଉଁ ଦାରି ବାବାକେ କାଇଟା ମାଙ୍ଗ୍ଲେ ମିସା ସେ ତମ୍କେ ଦେଇସି ।
ମର୍ତେଇ ଅନି ପାଇରଇବା ସିକିଆଇ ଅନି ତମେ ପରିଚଲ୍ ଅଇସାରି ଆଚାସ୍ ।
ଜେ ମର୍ତେଇ ନ ରଏ, ତାକେ ଗଟେକ୍ ଗର୍ଣ୍ଡି କରି ପିଙ୍ଗ୍ଲା ମାଲ୍ପାରା ବାଇରେ ପିଙ୍ଗି ଦେବାଇ ଆରି ସେଟା ସୁକି ଜାଇସି । ଏନ୍ତାରି ମାଲ୍ମନ୍କେ ଟୁଲିଆଇ ଜଇତେଇ ପିଙ୍ଗି ଦେବାଇ ଆରି ସେଟା ପଡି ଜାଇସି ।
ତମେ ବେସି ପଲ୍ ଦାର୍ଲେ, ମର୍ ବାବା ଡାକ୍ପୁଟା ପାଇସି, ଆରି ଇତିଅନି ତମେ ମର୍ ସତ୍ ସିସ୍ମନ୍ ବଲି ଜାନ୍ବାଇ ।
ମୁଇ ସେମନର୍ ସଙ୍ଗ୍ ରଇଲା ବେଲେ ତମର୍ ନାଉଁର୍ ବପୁସଙ୍ଗ୍ ସେମନ୍କେ ରକିଆ କରିରଇଲି । ଜେନ୍ତି କି ସେମନ୍ କାଲ୍କାଲ୍ ଜୁଗ୍ଜୁଗ୍ ପର୍ମେସରର୍ଟାନେ ଅନି ବିନେ ଅଇ ନସ୍ଟ ନ ଅଅତ୍ । ଗଟେକ୍ ଲକ୍କେ ଚାଡି ସବୁଲକ୍କେ ରକିଆ କରିଆଚି । ସେ ଗଟେକ୍ ଲକ୍ ନସ୍ଟ ଅଇସି ଆକା । ଜେନ୍ତିକି ଦରମ୍ ସାସ୍ତରେ ଲେକା ଅଇଲାଟା ସିଦ୍ ଅଇବାର୍ ରଇଲା ।
ଇସ୍ରାଏଲ୍ କୁଟୁମର୍ ଲକ୍ମନ୍ ପର୍ମେସର୍ ଜତନ୍ କରିରଇବା ଗଟେକ୍ ଜିତ୍ ଗଚର୍ ପାରା । ସେ ଗଚେଅନି କେତେଟା କେନ୍ଦି ବାଙ୍ଗାଇକରି ବନର୍ ଜିତ୍ ଗଚର୍ କେନ୍ଦା ତେଇ, ଜଡିଆଚେ । ତମେ ଜିଉଦି ନ ଅଇଲା ଲକ୍ମନ୍ ସେ ବନର୍ ଜିତ୍ ଗଚ୍ ପାରା । ଏବେ ତମେ ଜିଉଦିମନର୍ ଡାଟ୍ ଆତ୍ମାର୍ ଜିବନ୍ତେଇ ଜଡିଅଇଆଚାସ୍ ।
ଇତିଅନି ଆମେ ଦେକ୍ଲୁନି ପରମେସର୍ କେନ୍ତି ଆଲାଦ୍କାରିଆ, ଆରି ସାସନ୍କାରି ମିସା ! ଜନ୍ ଲକ୍ମନ୍ ତାର୍ କାତା ମାନତ୍ ନାଇ, ସେମନ୍କେ ଡଣ୍ଡ୍ ଦେଲା । ମାତର୍ ତାର୍ ଦୟା ତମେ ଡାଟ୍ ସଙ୍ଗ୍ ଦାରିରଇଲେ, ସେ ତମ୍କେ ଦୟା ଦେକାଇସି । ଜଦି ସେନ୍ତାରି ନ କଲେ, ତମ୍କେ ମିସା କାଟିଦେଇସି ।
ଜନ୍ ଲକ୍ମନ୍କେ ପରମେସର୍ ତାର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଡାକ୍ଲାଆଚେ, ଆରି ସେମନ୍ ତାକେ ଆଲାଦ୍ କଲାଇନି, ସେମନର୍ ପାଇ ସେ ସବୁ ମଙ୍ଗଲର୍ ବିସଇ କରାଇଦେଇସି ।
ଜଦି ମୁଇ ଲକ୍ମନର୍ ବାସାଇ କି ସରଗର୍ ଦୁତ୍ମନର୍ ବାସାଇ କାତା ଅଇବି । ମର୍ ବାଇମନ୍କେ ମୁଇ ଆଲାଦ୍ ନ କରି ବଇଲେ, ମର୍ କାତା ଚୁଚାଇସେ, ଜେନ୍ତିକି ଗଟେକ୍ ସବଦ୍ ଅଇକରି ବାଜ୍ବା ଗଁଟା ପାରା ।
ଏ ଜିସୁ କିରିସ୍ଟ ଆମର୍ ଲାଗି ମର୍ବାକେ ନିଜେ ସର୍ପିଅଇଲା । ପାପର୍ ବାନ୍ଦନେଅନି ମୁକ୍ଲାଇବାକେ ଆରି ତାର୍ପାଇ ସୁକଲ୍ ଲକ୍ କରାଇବାକେ ସେ ଏନ୍ତି କଲା । ସେ ଦେକ୍ବା ଇସାବେ, ଦରମ୍ କାମ୍ କର୍ବାକେ ବେସି ମନ୍ କର୍ବା ଲକ୍ ଅଇବାକେ ମିସା ।
ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଜାଗ୍ରତ୍ କରାଆ । ଜେନ୍ତାରି କି ପର୍ମେସର୍ ଜିବନ୍ ଦୁକାଇକରି ଦୟା ଦେକାଇଲାଟାନେଅନି କେ ପଚ୍କେ ନ ଜାଅତ୍ । କାଇକେବଇଲେ ସେନ୍ତାରି ଲକ୍ ପିତା ପଲ୍ ଦାର୍ବା ଗଟେକ୍ ଗଚ୍ ପାରା ରଇସି ଆରି ବେସି ଲକ୍କେ ତାର୍ ବିସ୍ ସଙ୍ଗ୍ ଅଇରାନ୍ କର୍ସି ।
ଏ ବିରଦ୍ କର୍ବାଟାମନ୍ ଆମର୍ ସଙ୍ଗ୍ ମିସିବିଡି ରଇଲାଇ । ଆରି ଏବେ ସେମନ୍ ଚାଡିଦେଲାଇ । ସେମନ୍ କେବେ ମିସା ଆମର୍ ମିସାବିଡାଟାନେ ମିସତ୍ନାଇ । ଜଦି ସେମନ୍ ସତଇସେ ଆମର୍ ସଙ୍ଗର୍ ବିସ୍ବାସି ଅଇରଇଲେ, ଆମର୍ ସଙ୍ଗ୍ ରଇତାଇ । ମାତର୍ ସେମନ୍ ଚାଡ୍ଲାର୍ପାଇ ଆମର୍ ଦଲର୍ ଲକ୍ ନଅତ୍ ବଲି ଜାନାପଡ୍ଲା ।
ମୁଇ ଜେତ୍କି ଲକ୍କେ ଆଲାଦ୍ କଲିନି, ସେ ଲକ୍ମନ୍କେ ଦମ୍କାଇ କରି ଡଣ୍ଡ୍ ଦେଲିନି । ତେବର୍ପାଇ ତମର୍ ପାପେଅନି ବାଉଡା । ଜେନ୍ତାରି କି ସତ୍ ବାବେ ମର୍ବାଟେ ଆଇସା ।