18 “ଜାନିରୁଆ, ତମ୍କେ ଜଦି ଏ ଦୁନିଆ ଗିନ୍ କର୍ସି, ତେବେ ତମ୍କେ ଗିନ୍ କର୍ବା ଆଗ୍ତୁସେ ମକେ ଗିନ୍ କଲାଆଚେ ।
ମକେ ବିସ୍ବାସ୍ କଲାର୍ ଲାଗି ତମ୍କେ ସବୁ ଲକ୍ ଗିନ୍ କର୍ବାଇ । ମାତର୍ ଜନ୍ ଲକ୍ ସାରାସାରି ଜାକ ସାଆସ୍ ଦାରି ରଇସି, ସେ ମୁକ୍ତି ପାଇସି ।
ତମେ ଦାରାଇ ଅଇ ମାଡ୍ କାଇବାକେ ଆରି ମରନର୍ ଡଣ୍ଡ୍ ପାଇବାକେ ସର୍ପି ଅଇସା । ତମେ ମକେ ବିସ୍ବାସ୍ କଲାର୍ ପାଇ ବଲି ସବୁ ଲକ୍ ଗିନ୍ କର୍ବାଇ ।
“ମକେ ବିସ୍ବାସ୍ କର୍ବାର୍ ଲାଗି ତମ୍କେ ଲକ୍ମନ୍ ନିନ୍ଦା ଆରି କସ୍ଟ ଦେବାଇ, ଆରି ଚୁଚାଇ ତମର୍ ବିରୁଦେ ମିଚ୍ କାତା କଇବାଇ, ନିଜ୍କେ କେଡେ କରମର୍ ଲକ୍ ବଲି ମନେ କରା ।
ତମେ ମର ସିସ୍ ଅଇରଇଲାର୍ ଲାଗି ସବୁ ଲକ୍ମନ୍ ତମ୍କେ ଗିନ୍ କର୍ବାଇ । ମାତର୍ ଜେ ସାରାସାରି ଜାକ ମୁର୍ଚି କରି ରଇସି, ସେ ରକିଆପାଇସି ।”
ଲକ୍ମନ୍ ଜେବେ ପର୍ମେସର୍ ପାଟାଇରଇବା ନର୍ପିଲା ମର୍ ଲାଗି ତମ୍କେ ଇନ୍ କର୍ବାଇ, ଆରି ବେଗ୍ଲାଇ ଦେବାଇ, ନିନ୍ଦାକରି ତମର୍ ନାଉଁ ମନ୍ଦ୍ ବଲି ଦାର୍ବାଇ, ତମର୍ କେଡେକ୍ ନିକ କରମ୍ ।
“ତମେ ମକେ କରିରଇବା ବିସ୍ବାସ୍ ନ ଚାଡି, ଡାଟ୍ ସଙ୍ଗ୍ ରଇବାକେ, ମୁଇ ଏ ସବୁ କାତା କଇଲିଆଚି ।
ଜେନ୍ତାରି କି ତମେ ମର୍ତେଇ ରଇକରି ସାନ୍ତି ପାଇସା, ସେଟାର୍ପାଇ ମୁଇ ତମ୍କେ ଏ ସବୁ ବିସଇ କଇଆଚି । ଏ ଦୁନିଆଇ ତମର୍ପାଇ ବେସି ଦୁକ୍ କସ୍ଟ ଆଚେ, ମାତର୍ ଡାଟ୍ସଙ୍ଗ୍ ରୁଆ, ମୁଇ ଦୁନିଆର୍ କାରାପ୍ ବପୁ ନସାଇକରି ଜିତିଆଚି ।”
ଜନ୍ଲକ୍ମନ୍ କାରାପ୍ କାମ୍ କଲାଇନି ସେମନ୍ ଉଜଲ୍କେ ଗିନ୍ କଲାଇନି । ଆରି ସେ ଉଜଲେ ନ ଆସତ୍ । କାଇକେବଇଲେ ସେମନର୍ ସବୁ କାରାପ୍ କାମ୍ ସେ ଉଜଲେ ଡିସ୍ସି ।
ଏ ଦୁନିଆର୍ ଲକ୍ମନ୍ ତମ୍କେ ଗିନ୍ ନ କରତ୍, ମାତର୍ ମକେ ଗିନ୍ କର୍ବାଇ । କାଇକେ ବଇଲେ ସେମନ୍ କର୍ବା କାମ୍ମନ୍ କାରାପ୍ ବଲି ମୁଇ ଜାନାଇଲିନି ।
ସେମନ୍ ବିସ୍ବାସିମନ୍କେ ବିସ୍ବାସେ ଡାଟ୍ଅଇ ରଇବାକେ ସାର୍ଦା କଲାଇ । ସେମନ୍ ସିକିଆ ଦେଇ କଇଲାଇ, “ପରମେସରର୍ ରାଇଜେ କେଟ୍ବାକେ ଆଲେ ଆମ୍କେ ବେସି ଦୁକ୍କସ୍ଟ ଦେଇ ଜିବାକେ ଅଇସି ।”
ଆମର୍ ଆଁକି ଜିସୁର୍ଟାନେ ସଙ୍ଗଉ । ତାକେ ଆମେ ଆରାମେ ଅନି ସାରାସାରି ଜାକ ବିସ୍ବାସ୍ କରିଆଚୁ । ଜନ୍ ସାର୍ଦା ତାର୍ ମୁଆଟେ ସଙ୍ଗଇରଇଲା, ସେ ସାର୍ଦାର୍ଲାଗି ରଇବା ଦୁକ୍କସ୍ଟ ମୁର୍ଚି କରି ରଇଲା । ଆରି ତେଇ ମର୍ବା ଲାଜର୍ ବିସଇ ମନେ ଦାରେନାଇ । ପର୍ମେସର୍ ଆଜି ଜନ୍ ଜାଗାଇ ବସ୍ଲାଆଚେ, ତାର୍ ଉଜାବାଟେ ସେ ମିସା ବସ୍ଲାଆଚେ ।
ଏ ବିସ୍ବାସେ ବିସ୍ଦେବା ଲକ୍ମନ୍, ତମେ କାଇ ନାଜାନାସ୍ କି ଜଗତ୍କେ ଆଲାଦ୍ କରୁମନ୍ ପର୍ମେସରର୍ ସତ୍ରୁ ବଲିକରି ? ଜନ୍ଲକ୍ ଏ ଜଗତର୍ ଚଲାଚଲ୍ତି ଆଲାଦ୍ କର୍ବାଇ ସେମନ୍ ପର୍ମେସରର୍ ବିରଦି ।
ଅଲପ୍ ବାବିଦେକାପନି, ବାବା ପର୍ମେସର୍ ଆମ୍କେ କେଡେକ୍ ଆଲାଦ୍ କଲାନି । ତାର୍ ଏତେକ୍ ଆଲାଦର୍ ଲାଗି ଆମେ ତାର୍ ପିଲାଜିଲା ବଲାଇ ଅଇଲୁନି । ଆରି ସତଇସେ ଆମେ ତାର୍ ଅଇଆଚୁ ବଲି ଏ ଜଗତର୍ ଲକ୍ ବୁଜତ୍ନାଇ । କାଇକେବଇଲେ ଆମର୍ ବାବା ପର୍ମେସର୍କେ ସେମନ୍ ନାଜାନତ୍ ।
ତେବର୍ପାଇ ଏ ମର୍ ବାଇବଇନିମନ୍, ଏଜଗତର୍ ଲକ୍ମନ୍ ତମ୍କେ ଗିନ୍ କଲେ, କାବା ଅଇବାର୍ନାଇ ।
ଜେତ୍କି ଲକ୍ କିରିସ୍ଟର୍ ପାରା ଅଇବୁ ବଲି ଆସା କଲାସ୍ନି, ନିଜେ ପାପ୍ କାମ୍ ଚାଡି ସୁକଲ୍ ରଇବାର୍ ଆଚେ । ଜେନ୍ତାରିକି କିରିସ୍ଟ କେବେ ପାପ୍ ନ କରେ ।