32 ଆରି ମକେ କୁର୍ସେ ଟେକ୍ଲେ, ସବୁ ଲକ୍ମନ୍କେ ମର୍ବାଟେ ଜିକ୍ବି ” ବଲି କଇଲା ।
ସେ ଲକ୍ମନ୍କେ ଉଜଲ୍ ବିସଇ କଇବାର୍ ଆସିରଇଲା । ଜେନ୍ତାରିକି ଗୁଲାଇ ଜଗତର୍ ଲକ୍ମନ୍ ତାର୍ତେଇଅନି ସେ ଉଜଲର୍ ବିସଇ ସୁନ୍ବାଇ ଆରି ବିସ୍ବାସ୍ କର୍ବାଇ ।
ସେବେଲା ସବୁ ଲକ୍ମନ୍ ତାକେ କଇଲାଇ, “ମସିଅ ସବୁ ଦିନର୍ ପାଇ ବଁଚି ରଇସି ବଲି ଆମର୍ ସାସ୍ତରେ ଲେକା ଆଚେ । ତୁଇ କେନ୍ତି ପର୍ମେସରର୍ ପିଲାକେ କୁର୍ସେ ଟେକ୍ବାଇ ବଲି କଇଲୁସ୍ନି ? ଏନ୍ତିବଇଲେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା କେ ତେବେ ?”
ଜିସୁ କେନ୍ତାରି ଅଇ ମର୍ବାକେ ଗାଲାନି ସେ ବିସଇ ନେଇକରି ଜନ୍ କାତା କଇରଇଲା ସେ କାତା ସିଦ୍ଅଇବାକେ ଏନ୍ତି ଅଇଲା ।
ଜିସୁ ତାର୍ ନିଜର୍ କୁର୍ସ ବଇକରି ନଅରର୍ ବାଇରେ ରଇବା କାପାଲ୍ ନାଉଁର୍ ଜାଗାଇ ଗାଲା । ଏବ୍ରି ବାସାଇ ସେ ଜାଗାକେ ଗଲ୍ଗାତା ବଲି କଇବାଇ ।
“ଆରି ମସା କେନ୍ତି ମରୁବାଲି ବୁଏଁ ପିତଲ୍ ସାଁପ୍କେ ଡେଲି ଉପ୍ରେ ଟେକି ରଇଲା, ସମାନ୍ ସେନ୍ତାରିସେ ପର୍ମେସର୍ ତେଇଅନି ଆଇଲା ନର୍ପିଲା ମକେ ମିସା, ଗଟେକ୍ ଦିନେ ଉପ୍ରେ ଟେକ୍ବାଇ ।
ମକେ ପାଟାଇରଇବା ପର୍ମେସର୍ ମର୍ ଲଗେ ଡାକି ନ ଆନ୍ଲେ, କେ ମିସା ମର୍ ଲଗେ ଆସିନାପାରତ୍ । ଆରି ଜେ ଜେ ଆଇବାଇ, ସେମନ୍କେ ମୁଇ ସାରାସାରି ଦିନେ ମଲାଟାନେଅନି ଜିବନ୍ କରି ଉଟାଇବି ।
ସେଟାର୍ପାଇ ସେ ସେମନ୍କେ କଇଲା, “ତମେ ନର୍ପିଲା ମକେ କୁର୍ସେ କୁଟି ମାରି ଉଟାଇଲାବେଲେ ଜାନ୍ସା, ସେ ନିଜେ ମୁଇ ସେ । ମୁଇ ନିଜର୍ ଅଦିକାରେ କାଇଟା କରି ନାପାରି, ମର୍ ବାବାର୍ ଟାନେଅନି ଜାଇଟା ସିକ୍ଲି ଆଚି, ସେଟାସେ କଇଲିନି, ସେଟା ତମେ ବୁଜ୍ସା ।
ଆମେ କେ ମିସା ନିୟମର୍ ସବୁ ଆଦେସ୍ ମାନି ନାପାରୁ । ସେଟାର୍ପାଇ ଆମେ ସବୁ ଡଣ୍ଡ୍ ପାଇବାର୍ ରଇଲା । ମାତର୍ କିରିସ୍ଟ ଆମର୍ ସାଇପ୍ ନିଜେ ନେଲା ଆରି ନିୟମର୍ ସାଇପେଅନି ଆମ୍କେ ମୁକ୍ଲାଇଲା । ଦରମ୍ ସାସ୍ତରେ ଲେକାଆଚେ, ଜେ ଗଚେ ଉଚ୍କିଅଇ ମର୍ସି, ସେ ପରମେସରର୍ତେଇ ଅନି ସାଇପ୍ ପାଇଲା ଲକ୍ !
ସବୁଲକ୍କେ ମୁକ୍ଲାଇବାକେ ସେ ନିଜେ ସର୍ପି ଅଇଲା । ସମାନ୍ ବେଲାଇ ପର୍ମେସର୍ ତାକେସେ ବାଚ୍ଲା । ସେ ସବୁକେ ରକିଆ କର୍ବି ବଲି ମନ୍ କଲାଟା ଏନ୍ତାରି ଜାନାଇଲା ।
ଆମେ ଦେକ୍ଲୁନି, ଜିସୁ କେନ୍ତି ଚନେକର୍ପାଇ ସରଗର୍ ଦୁତ୍ମନର୍ ଟାନେଅନି ତଲେ ଅଇରଇଲା । ଆରି ଜେନ୍ତିକି ସେ ପର୍ମେସରର୍ ଦୟା ପାଇକରି ସବୁଲକର୍ ପାଇ ଜନ୍ ଦୁକ୍ କସ୍ଟ ପାଇକରି ମଲା, ସେ ମରନର୍ ଲାଗି ଏବେ ଆମେ ତାକେ ମଇମା ଆରି ଡାକ୍ପୁଟା ଅଇଲାଟା ଦେକ୍ଲୁନି ।
ଆମେ ପାପ୍ କଲାର୍ପାଇ ପାଇବା ଡଣ୍ଡ୍ କୁରୁସ୍କାଟେ ମରିକରି କିରିସ୍ଟ ନିଜେ ବଇନେଲା । ପାପ୍ କର୍ବାଟା ଚାଡିକରି ଦରମ୍ ଚଲାଚଲ୍ତି କର୍ବାକେ ସେ ଏନ୍ତାରି କଲା । ତାର୍ ଗାଗ୍ଡେ ମାରି ରଇବା ଗାଉର୍ ଲାଗି ଆମେ ନିକ ଅଇଆଚୁ ।
କିରିସ୍ଟ ମିସା ଆମର୍ ପାପର୍ଲାଗି ଏକାତରେକ୍ ସବୁଲକର୍ପାଇ ଦୁକ୍କସ୍ଟ ଅଇ ମୁର୍ଚିକରି ମଲା । ସେ ଦରମ୍ ରଇ ପାପ୍କରିରଇବା ଲକ୍ମନ୍କେ ପର୍ମେସରର୍ ଲଗେ ଆନ୍ବାକେ ମରିଜାଇରଇଲା । ଲକ୍ମନ୍ ତାର୍ ଗାଗଡ୍ ମରାଇଲାଇ, ମାତର୍ ତାର୍ ଆତ୍ମା ଜିବନ୍ ଅଇଆଚେ ।
ଆମର୍ ବୁଲ୍ କାମର୍ପାଇ ଆମର୍ ବାଦୁଲେ ପର୍ମେସର୍ ଜିସୁକେ ଡଣ୍ଡ୍ ଦେଲା । ତାର୍ଲାଗି ଅବ୍କା ଆମର୍ ପାପ୍ସେ ନଏଁ ମାତର୍ ଗୁଲାଇଟାନେ ରଇବା ସବୁଲକର୍ ପାପ୍ ସେ କେମା କର୍ସି ।
ସେମନ୍ ଗଟେକ୍ ନୁଆ ଗିତ୍ କଇତେରଇଲାଇ । “ଗୁଡିଆଇଅଇରଇବା କାଗଜ୍ ସିଲ୍ ବାଙ୍ଗାଇକରି ନେବାକେ ତୁଇସେ ପାରୁସ୍ । କାଇକେବଇଲେ ତୁଇ ମରାଇଅଇଲୁସ୍ ଆରି ତର୍ ବଲି ଇସାବ୍ ମରନର୍ ଲାଗି, ସବୁ ବଁସେଅନି, ସବୁବାସାଇଅନି, ସବୁ ରାଇଜେଅନି ଆରି ଲକ୍ମନର୍ ଦଲେଅନି ପର୍ମେସରର୍ ପାଇ ତୁଇ ଲକ୍ମନ୍କେ ଆନ୍ଲୁସ୍ ।