33 ମରିୟମ୍ ତାକେ ଆରି ତାର୍ ସଙ୍ଗ୍ ରଇବା ଲକ୍ମନ୍ କାନ୍ଦ୍ତେରଇବାଟା ଦେକି ଜିସୁ ଆତ୍ମାଇ ବେସି ମନ୍ଦୁକ୍ ଅଇଗାଲା ।
ସେବେଲେ ତାକର୍ ମନ୍ ଡାଟ୍ ରଇବାଟା ଦେକିକରି ଜିସୁ ଦୁକ୍ଅଇ ରିସାସଙ୍ଗ୍, ଚାରିବେଡ୍ତି ଦେକ୍ଲା । ଆରି ସେ ଲକ୍କେ କଇଲା, “ଆତ୍ ଲାମା ।” ସେ ଲକ୍ ଆତ୍ ଲାମାଇଲା, ଆରି ତାର୍ ଆତ୍ ନିମାନ୍ ଅଇଗାଲା ।
ଜିସୁ ସେମନ୍କେ କଇଲା, “ଏ ପର୍ମେସର୍କେ ବିସ୍ବାସ୍ ନ ରଇବା ଆଜିକାଲିର୍ ଲକ୍ମନ୍, ତମେ ବିସ୍ବାସ୍ କର୍ବାକେ ଆରି କେତେ ଦିନ୍ ମୁଇ ତମର୍ ସଙ୍ଗ୍ ରଇବାର୍ ଆଚେ ? ଆରି କେତେଦିନ୍ ମୁଇ ସାଆସ୍ ଦାରି ତମର୍ ସଙ୍ଗ୍ ରଇବାର୍ ଆଚେ ? ସେ ପିଲାକେ ମର୍ଲଗେ ଆନା ।”
ଆରି ଜିଉଦିମନର୍ ତେଇଅନି କେତେକ୍ କେତେକ୍ ଲକ୍ମନ୍ ମାର୍ତା ଆରି ମରିୟମ୍ ଲଗେ ତାର୍ ମରିଜାଇରଇବା ବାଇର୍ ବିସଇ ସାଁତାଇବାକେ ଆସିରଇଲାଇ ।
ମରିୟମ୍ ଉଟିକରି ଦାନ୍ଦା ପାନ୍ଦା ଅଇ ବାଇରେ ସାଁତାଇବାକେ ଆସିରଇଲା ଲକ୍ମନ୍ ଦେକ୍ଲାଇ, ସେମନ୍ ମିସା ତାର୍ ପଚେ ପଚେ ଗାଲାଇ । ସେମନ୍ ବାବ୍ଲାଇ, ସେ କବର୍ ଲଗେ କାନ୍ଦ୍ବାର୍ ଗାଲାନି ।
ସେ ପାଚାର୍ଲା, “ତାକେ କନ୍ତି କବର୍ ଦେଇଆଚାସ୍ ?” ସେମନ୍ ତାକେ କଇଲାଇ, “ମାପ୍ରୁ ଆସିଦେକା ।”
ଜିସୁ କାନ୍ଦ୍ଲା ।
ତେଇ ଆରିତରେକ୍ ଜିସୁ ମନ୍ ବିତ୍ରେ କିଲ୍ବିଲ୍ ଅଇ ସମାଦି ଲଗେ ଗାଲା । ସମାଦିଟାନେ ଗଟେକ୍ ପାଆର୍ ଆରି ପାଆର୍ ମୁଆଟେ ଗଟେକ୍ ବଡ୍ ପାକ୍ନା ଡାବିଅଇରଇଲା ।
ଏବେ ମର୍ ଜିବନ୍ ବେସି ବାୟାବିକଲ୍ ଅଇଗାଲାନି । କାଇଟା କଇବି ? ଏ ବାବା ମକେ ଏ ଦୁକର୍ ବେଲାଇଅନି ରକିଆ କର୍ ବଲି ଗୁଆରି କର୍ବି କି ? ନାଇ ସେନ୍ତି ନ କଇ । ଦୁକ୍ କସ୍ଟ ମୁରଚ୍ବାକେ ସେ ମୁଇ ଆଇଲିଆଚି ।
ଜିସୁ ଏ ସବୁ କାତା କଇସାରାଇଲା ପଚେ, ଆତ୍ମାଇ ବାୟାବିକଲ୍ ଅଇ ପୁଟ୍କାର୍ କରି କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ତମର୍ ବିତ୍ରେଅନି ଗଟେକ୍ ଲକ୍ ମକେ ବିସ୍ବାସେ ବିସ୍ ଦେଲାପାରା କର୍ସି ।”
ଜଦି ଗଟେକ୍ ଲକ୍କେ ସାର୍ଦାର୍ ଦିନ୍ ଆଇଲାଆଚେ, ତେବେ, ତାର୍ ସଙ୍ଗ୍ ମିସି ସାର୍ଦା କରା, ଜଦି ଦୁକର୍ ଦିନ୍ ଆସିରଇଲେ, ସେ ଲକର୍ ସଙ୍ଗ ମିସି ଦୁକ୍ କରା ।
ସେ ଆମର୍ ବାଦୁଲେ ବଡ୍ ପୁଜାରିଅଇ ପର୍ମେସରର୍ ମୁଆଟେ ଗାଲାଆଚେ । ଆରି ଜେତ୍କି ରକାମ୍ ପରିକା, ଜେତେକ୍ କସ୍ଟ ଆମେ ପାଇଲୁନି, ସେଟା ଆମର୍ ବଡ୍ ପୁଜାରି ସବୁବେଲେ ଆମର୍ ସଙ୍ଗ୍ ମିସିକରି କଲାନି । କାଇକେବଇଲେ ଜେତ୍କି ସବୁ ଆମେ କଲୁନି, ସେଟା ସବୁଜାକ ସେ ମିସା କଲା । ମାତର୍ ସେ କେଡେବେଲେ ମିସା ପାପ୍ କରେ ନାଇ ।